ଦଶପଲ୍ଲାର ବିଜେପି ବିଧାୟକ ପ୍ରାର୍ଥୀଙ୍କ ନାଁରେ ଅପହରଣ ଅଭିଯୋଗ, ସାମ୍ବାଦିକ ସମ୍ମିଳନୀରେ ବର୍ଷିଲା ବିଜେଡି

NEWS7
1353-tested-covid-last-24-hrs-in-bhaubaneswar

ଭୁବନେଶ୍ବର ୨୯।୧: ଦଶପଲ୍ଲାର ବିଜେପି ବିଧାୟକ ପ୍ରାର୍ଥୀ ରାଘବ ମଲ୍ଲିକଙ୍କ ନାଁରେ ଅପହରଣ ଅଭିଯୋଗ ପରେ ସାମ୍ବାଦିକ ସମ୍ମିଳନୀ କରି ବର୍ଷିଲା ବିଜେଡି । ଦଶପଲ୍ଲା ବିଧାୟକ ରମେଶ ବେହେରା କହିଛନ୍ତି, ଦଶପଲ୍ଲା ସଲାଣ୍ଡ ଗାଁରେ ବିଜେପିର ଦଶପଲ୍ଲା ପ୍ରାର୍ଥୀ ରାଘବ ମଲ୍ଲିକ ଜଣେ ମହିଳାଙ୍କୁ ଗତ ଡିସେମ୍ବର ୧୫ ତାରିଖରେ ଅପହରଣ କଲେ । ତା ପରେ ଛାଡିଦେଲେ । ବିଭିନ୍ନ ସମୟରେ ରାତିରେ ଫୋନ୍ କରି ଚାଲିଲେ । ଡିସେମ୍ବର ୨୯ରେ ଛୁଆ ସହ ଅପହରଣ କରି ନେଲେ । ମହିଳାଙ୍କ ପତ୍ତା ମିଳୁନି । ମହିଳାଙ୍କ ସ୍ୱାମୀଙ୍କୁ ବି ଜୀବନରୁ ମାରିବାକୁ ଧମକ ଆସୁଥିଲା । ହେଲେ ସେ ସାହସ ଜୁଟାଇ FIR ଦେଲେ । ବିଜେପି ପ୍ରାର୍ଥୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇନି ପୋଲିସ । ସ୍ୱାମୀ ସନ୍ଦେହ କରୁଛନ୍ତି ଯେ ସ୍ତ୍ରୀ ଓ ଛୁଆଙ୍କୁ ମରାଯାଇଛି । କାରଣ ଅପହରଣ କରି ଦୁଷ୍କର୍ମ କଥା ସେ କହିଛନ୍ତି । ମହିଳା ବିରୋଧୀ ଅତ୍ୟାଚାର ବଢିଛି । ଏ ମାମଲା କାହିଁକି ବଢୁଛି ? ଜଣେ ସରକାରୀ ଦଳର ନେତାଙ୍କ ବିରୋଧରେ ଆକ୍ସନ ନାହିଁ । ଏହା କି ମହିଳା ସମ୍ମାନ ? କି ହିସାବରେ ମହିଳା ବିରୋଧୀ ହିଂସା କମିବ ? କୌଣସି ଶାସନ ନାହିଁ । ନେତା ଏପରି କଲେ ଅନ୍ୟମାନେ କରିବାକୁ ସାହସ ପାଇବେ। ରାଘବ ମଲ୍ଲିକଙ୍କ ଗିରଫଦାରୀ ଦାବି କରୁଛି ବିଜେଡି ।

ବିଜେଡି ମୁଖପାତ୍ର ଲୋରା ମହାପାତ୍ର କହିଛନ୍ତି, ବିଜେପି ସରକାରକୁ ଆସିବା ପର ଠାରୁ ମହିଳା ବିରୋଧୀ ଅତ୍ୟାଚାର ବଢ଼ି ଚାଲିଛି । ଖଣ୍ଡପଡା ବିଧାୟକ ଅଧ୍ୟକ୍ଷାଙ୍କୁ ଦୁର୍ବ୍ୟବହାର କଲେ । ରାଜନଗରରେ BDOଙ୍କୁ ଆକ୍ରମଣ । ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ନାହିଁ । ଦଶପଲ୍ଲା ବିଧାୟକ ପ୍ରାର୍ଥୀ ମହିଳାଙ୍କୁ ନେଇ ପଳେଇଲେ । ସେ ମହିଳା ବଞ୍ଚିଛନ୍ତି କି ନାହିଁ ? ପିଲା ମାଆ ପାଇଁ କାନ୍ଦୁଛି । ବେଟି ବଞ୍ଚାଓ ବେଟି ପଢାଅ କହି ସରକାରକୁ ଆସିଲା ବିଜେପି । ହେଲେ ବଞ୍ଚିଲେ ବେଟି ତ ପଢ଼ି ପାରିବ । ସାରା ରାଜ୍ୟ ଏହାକୁ ନିନ୍ଦା କରୁଛି । ବିଜେଡି ଏହାକୁ ବିରୋଧ କରିବ ବୋଲି ସେ କହିଛନ୍ତି ।