ଭୟଙ୍କର, ଜଘନ୍ୟ, ହୃଦୟବିଦାରକ : ଅସହାୟ ଯୁବତୀଙ୍କୁ ଘରେ ବାରମ୍ବାର ବଳାତ୍କାର କରୁଥିବା ଲୋକଟା କିଏ ? ତା’ଠୁ ବଡ ଖଳନାୟକ ଅଛି କି ?

NEWS7
1353-tested-covid-last-24-hrs-in-bhaubaneswar

ମୁମ୍ବାଇ,|୦୨ : ବାପା ନା ଶୈତାନ । କଥା କହିପାରୁନଥିଲା ଝିଅ । କିଛି ଶୁଣି ପାରୁନଥିଲା । ତଥାପି ଆସିଲାନି ଦୟା । ମନରେ ଭରିଗଲା ପାପ । ଦୁଷ୍କର୍ମ ପରେ ଦୁଷ୍କର୍ମ କରି ଚାଲିଲା । ଆଉ ଝିଅ ଗର୍ଭବତୀ ହେଲା ପରେ ସବୁ ସତ ସାମ୍ନାକୁ ଆସିଛି । ଏହି ଲୋମହର୍ଷଣକାରୀ ଘଟଣା ସମସ୍ତଙ୍କ ଛାତି ଥରିଯାଇଛି ।

ରିପୋର୍ଟ ଅନୁସାରେ, ମୁମ୍ବାଇର କଫି ପ୍ୟାରେଡ୍ ଏରିଆରେ ଜଣେ ୨୦ ବର୍ଷୀୟ ଯୁବତୀ ଦୁଷ୍କର୍ମର ଶିକାର ହୋଇଥିଲେ । ବାହାର କେହି ନୁହେଁ ବରଂ ତାଙ୍କୁ ନିଜ ବାପା ଦୁଷ୍କର୍ମ କରିଥିଲେ । ଗତ ସେପ୍ଟେମ୍ବର ମାସରେ ଯୁବତୀଙ୍କ ପେଟ ହଠାତ ବ୍ୟଥା ହୋଇଥିଲା । ସେ କଥା କହିପାରନ୍ତିନି କିମ୍ବା କିଛି ଶୁଣି ପାରନ୍ତିନି । ପେଟ କାଟିବାରୁ ସେ ଜେଜେ ମାଆଙ୍କୁ ଏବାବଦରେ ସାଙ୍କେତିକ ମାଧ୍ୟମରେ ଜଣାଇଥିଲେ । ଏହାପରେ ଜଣେ ପରିଚିତ ଡାକ୍ତର ଆସି ଯୁବତୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଯେଉଁଥିରୁ ସେ ଗର୍ଭବତୀ ଥିବା ଜଣାପଡିଥିଲା. । ଏହାପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ହସ୍ପିଟାଲର କର୍ତ୍ତୃପକ୍ଷ ମାମଲାକୁ ଗୁରୁତର ସହ ନେଇ ପୋଲିସକୁ ଖବର ଦେଇଥିଲେ ।

ଏହି ଖବରଟି ପଢନ୍ତୁ...ମମତାଙ୍କୁ ସୁପ୍ରିମକୋର୍ଟରୁ ବଡ ଝଟକା, କର୍ମଚାରୀଙ୍କୁ ମହଙ୍ଗା ଭତ୍ତା ଦେବାକୁ ନିର୍ଦ୍ଦେଶ

ପ୍ରଥମେ ଯୁବତୀଜଣଙ୍କ ପୋଲିସକୁ ସତ କହିବାକୁ ପଛଘୁଞ୍ଚା ଦେଇଥିଲେ । ପୋଲିସ ମଧ୍ୟ ତାଙ୍କୁ ସଠିକ ଭାବେ ଯୋଗାଯୋଗ କରିପାରିନଥିଲା । କାରଣ ସେ ମୁକ ଏବଂ ବଧିର ଥିବାରୁ ଠିକ୍ ଭାବେ ନିଜ ପକ୍ଷ ରଖୁନଥିଲେ । ପରେ ପୋଲିସ ଅଧିକାରୀ ତାଙ୍କ ବାପାଙ୍କ ସହ କଥା ହୋଇଥିଲେ । ବଳାତ୍କାର ନେଇ କିଛି ଜାଣିନଥିବା ଏବଂ ଝିଅ କିପରି ଗର୍ଭବତୀ ହେଲା ତାହା ବାବଦରେ ସୂଚନା ପାଇନଥିବା ପ୍ରକାଶ କରିଥିଲେ । ଯାହା ପୋଲିସର ସନ୍ଦେହ ବଢାଇଥିଲା ।

ଶେଷରେ ପୋଲିସ ଅଧିକାରୀ ଯୁବତୀଙ୍କ କାଉନସେଲିଂ କରିଥିଲେ । ଝିଅର ବିଶ୍ୱାସ ଜିତିବାରେ ସଫଳ ହୋଇଥିଲା । ଏହାପରେ ସେ ସମସ୍ତ କଥା ପୋଲିସକୁ ସାଙ୍କେତିକ ଭାଷାରେ କହିଥିଲେ । ଏହାକୁ ନେଇ ତୁରନ୍ତ ଦୁଇ ଜଣଙ୍କୁ ଗିରଫ କରିଥିଲା ପୋଲିସ । ସେହିପରି ଅନ୍ୟ ୧୭ ସନ୍ଦିଗ୍ଧଙ୍କ ଡିଏନଏ ନମୂନା ଜବତ କରାଯାଇଥିଲା । ଯେଉଁଥିରେ ଯୁବତୀଙ୍କ ବାପା ସାମିଲ ଥିଲେ । ଭୃଣର ନମୂନା ସହ ଯୁବତୀଙ୍କ ବାପାଙ୍କ ଡିଏନଏ ନମୂନା ମ୍ୟାଚ୍ କରିଯାଇଥିଲା । ଗତ ଜାନୁଆରୀ ୨୭ ତାରିଖରେ ଡିଏନଏ ରିପୋର୍ଟ ଆସିବା ପରେ ପୋଲିସର ପାଦ ତଳୁ ମଧ୍ୟ ମାଟି ଖସି ଯାଇଥିଲା । ବାପା ହିଁ ଦୁଷ୍କର୍ମକାରୀ ବୋଲି ସ୍ପଷ୍ଟ ହୋଇଥିଲା । ଏହାପରେ ଅଭିଯୁକ୍ତ ପିଶାଚ ବାପାକୁ ପୋଲିସ ଗିରଫ କରିଥିବା ଜଣାପଡିଛି ।