ସ୍ଥଗିତ ରହିଲା ଶିକ୍ଷକ ଆନ୍ଦୋଳନ, ୧୫ ଦିନ ଭିତରେ ନିଷ୍କର୍ସ ବାହାରିବ ବୋଲି ମିଳିଲା ପ୍ରତିଶ୍ରୁତି

NEWS7
13-years-after-full-harvest-moon-will-raise-on-skay-know-how-it-will-be-for-you

ଭୁବନେଶ୍ବର: ସ୍ଥଗିତ ରହିଲା ଶିକ୍ଷକ ଆନ୍ଦୋଳନ। ଆନ୍ଦୋଳନରେ ବସିଥିଲେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ବୟ ସମିତି। ୩ ଦିନ ଧରି ଅହୋରାତ୍ର ଆନ୍ଦୋଳନରେ ବସିବା ପରେ ସରକାର ଆଲୋଚନା କରିବାକୁ ପ୍ରସ୍ତୁତ ହୋଇଛନ୍ତି। ୫ ଦଫା ଦାବି ନେଇ କରିଥିଲେ ଆନ୍ଦୋଳନ କରୁଥିଲେ। ୧୫ ଦିନ ମଧ୍ୟରେ ତର୍ଜମା ସହ ନିଷ୍କର୍ଷ ବାହାରିବା ବୋଲି ପ୍ରତିଶ୍ରୁତି ଦିଆଯାଇଛି। ବିଜେପିର ୨ ବିଧାୟକଙ୍କ ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ ରହିଛି। ଦାବି ନେଇ ସରକାର ଅବଗତ ଅଛନ୍ତି  ଏବଂ କମିଟି ଗଠନ ହୋଇଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ​​​​​​​