ରାଜଧାନୀରେ ପାରଦ ତଳମୁହାଁ, ସକାଳୁ ସକାଳୁ ତାପମାତ୍ରା ୧୩ ଡିଗ୍ରୀ

NEWS7
13-odisha-dist-farmer-in-tension-for-coming-cyclone-fani

ଭୁବନେଶ୍ୱର ୧୧/୧୨: ରାଜଧାନୀରେ ପାରଦ ତଳମୁହାଁ । ଖସୁଛି ପାରଦ, ରାଜଧାନୀ ଭୁବନେଶ୍ବରରେ ବଢୁଛି ଶୀତ । ସକାଳ ୫ଟା ୩୦ରେ ଭୁବନେଶ୍ବର ତାପମାତ୍ରା ୧୩ ଡିଗ୍ରୀ । ଗତ ୧୦ ଦିନରେ ରାଜଧାନୀରେ ୯.୬ ଡିଗ୍ରୀ ତଳକୁ ଖସିଛି ତାପମାତ୍ରା । ଗତ ୧ ତାରିଖରେ ରାଜଧାନୀ ତାପମାତ୍ରା ଥିଲା ୨୨.୬ ଡିଗ୍ରୀ । ଝାରସୁଗୁଡ଼ା ତାପମାତ୍ରା ୮.୬ ଡିଗ୍ରୀ ରେକର୍ଡ । ରାଜ୍ୟରେ ଅସମ୍ଭାଳ ଜାଡ଼ ଜାରି ରହିବ । ଏଥିରୁ ତ୍ରାହି ମିଳିବାର ସମ୍ଭାବନା କ୍ୱଚିତ୍ ।

ଗୁରୁବାର ଓ ଶୁକ୍ରବାର ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ ଓ ଢେଙ୍କାନାଳର ବିକ୍ଷିପ୍ତ ସ୍ଥାନରେ ଶୀତ ଲହରୀ ବହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଗୁରୁବାର ସୁନ୍ଦରଗଡ଼, କନ୍ଧମାଳ, କୋରାପୁଟ, କଳାହାଣ୍ଡି ଓ ଝାରସୁଗୁଡ଼ାରେ ମଧ୍ୟ ଘନ କୁହୁଡ଼ି ଦୃଶ୍ୟମାନ ହୋଇପାରେ ବୋଲି ପୂର୍ବାନୁମାନ ଦିଆଯାଇଛି । ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ରାତି ତାପମାତ୍ରା ୧୦ ଡିଗ୍ରୀରୁ ୧୨ ଡିଗ୍ରୀ ଭିତରେ ରହିପାରେ ।

ସେପଟେ ସୁନ୍ଦରଗଡରେ ହାଡ ଭଙ୍ଗା ଶୀତ । ଶୀତରୁ ରକ୍ଷା ପାଇବା ପାଇଁ ବିଭିନ୍ନ ସ୍ଥାନରେ ନିଆଁ ପୋଉଛନ୍ତି ଲୋକେ । ଏହାସହ ଚା ଖଟିଆରେ ସକାଳୁ ସକାଳୁ ଲୋକଙ୍କ ଭିଡ ଚା ପିଇ ଦେହକୁ ଗରମ କରିବା ସହ ଶରୀରକୁ ଫିଟ୍ ରଖିବା ପାଇଁ ଲୋକେ ଶାରୀରିକ ବ୍ୟାୟାମ କରୁଛନ୍ତି । ସୁନ୍ଦରଗଡ ଜିଲ୍ଲାରେ ବିଭିନ୍ନ ସ୍ଥାନ ସହ ରାଉରକେଲା ଏବଂ କୋଇଡାରେ ମଧ୍ୟ ପ୍ରବଳ ଶୀତ ଅନୁଭୂତ ହେଇଛି। ଶୀତ ବଢିଥିବାରୁ ବୟସ୍କ ଲୋକେ ମନେ ଶୀତରେ କଷ୍ଟ ପାଉଛନ୍ତି । ସକାଳୁ ସକାଳୁ ଚା ଦୋକାନ ରୁ ଆରମ୍ଭ କରି ପଡିଆରେ ଲୋକେ ଶୀତର ମଜା ନେଉଛନ୍ତି ।