ଭୁବନେଶ୍ବରରେ ଆୟୋଜିତ ହେବ ଭାରତର ନୂତନ ନ୍ୟାୟିକ ବ୍ୟବସ୍ଥାର ରୂପରେଖ ସମ୍ପର୍କୀତ ପ୍ରଦର୍ଶନୀ, ଉଦଘାଟନ କରିବେ ଅମିତ ଶାହ

NEWS7
1181-candidate-ranked-a-grade-in-mସୋୂୀatric-exam

ଭୁବନେଶ୍ବର ୫।୩: ନୂତନ ଅପରାଧିକ ଆଇନରେ ଐତିହାସିକ ସଂଶୋଧନ ଓ ନୂତନ ନ୍ୟାୟ ବ୍ୟବସ୍ଥା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବାକୁ ଓଡ଼ିଶା ପୋଲିସର ପ୍ରୟାସ । ଭୁବନେଶ୍ବର ସ୍ଥିତ ପ୍ରଦର୍ଶନୀ ପଡିଆ ଠାରେ “ନ୍ୟାୟ ସଂହିତା ପ୍ରଦର୍ଶନୀ” ଆୟୋଜନ କରାଯିବ । ଆସନ୍ତା ୬ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ପ୍ରଦର୍ଶନୀକୁ ଉଦଘାଟନ କରିବେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହିବେ । ଏହି ପ୍ରଦର୍ଶନୀ ଜନସାଧାରଣଙ୍କ ପାଇଁ ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ଖୋଲା ରହିବ ବୋଲି ଡିଜିପି ଓ୍ବାଇ.ବି. ଖୁରାନିଆ ସୂଚନା ଦେଇଛନ୍ତି ।

ଡିଜିପି କହିଛନ୍ତି, ଏହି ପ୍ରଦର୍ଶନୀରେ ଭାରତର ନ୍ୟାୟ ବ୍ୟବସ୍ଥାରେ ଉପନିବେଶ ଯୁଗରେ ପ୍ରଚଳିତ ଥିବା ଦଣ୍ଡ ବା ଶାସ୍ତି କୈନ୍ଦ୍ରୀକ ବ୍ୟବସ୍ଥାରୁ ଆଧୁନିକ ନ୍ୟାୟ କୈନ୍ଦ୍ରୀକ ବ୍ୟବସ୍ଥାକୁ ହୋଇଥିବା ପରିବର୍ତ୍ତନକୁ ପ୍ରଦର୍ଶିତ କରାଯିବ । ଏହା ଦ୍ବାରା ନୂତନ ଆପରାଧିକ ଆଇନ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା, ଭାରତୀୟ ସାଂଖ୍ୟ ଅଧିନିୟମ ବିଷୟରେ ଲୋକଙ୍କୁ ଅବଗତ କରାଯିବ । ପୀଡ଼ିତଙ୍କ ଅଧିକାର ଓ ସମ୍ମାନକୁ ପ୍ରାଥମିକତା ଦିଆଯାଇ ସମୟ ସୀମା ମଧ୍ୟରେ ତଦନ୍ତ ଓ ବିଚାର ପ୍ରକ୍ରିୟାକୁ ସୁନିଶ୍ଚିତ କରିବା ହେଉଛି ନୂତନ ଆଇନର ମୂଳ ଲକ୍ଷ୍ୟ । ‘ବିଳମ୍ବିତ ନ୍ୟାୟ ମାନେ ନ୍ୟାୟର ଅସ୍ୱୀକାର’ ଏହି ସିଦ୍ଧାନ୍ତକୁ ନୂତନ ଆଇନରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ବୋଲି ଡିଜିପି କହିଥିଲେ ।

ଏ ଖବର ବି ପଢ଼ନ୍ତୁ:-ସ୍ପେଶାଲ OTET ପ୍ରଶ୍ନପତ୍ର ଲିକ୍ ମାମଲା : ନିହାର ମହାନ୍ତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ

ଏହା ବ୍ୟତୀତ e-Sakshya ମାଧ୍ୟମରେ ଡିଜିଟାଲ୍ ପ୍ରମାଣ ପରିଚାଳନା, NAFIS ଦ୍ୱାରା ବାୟୋମେଟ୍ରିକ ପରିଚୟ, ମୋବାଇଲ୍ ଫରେନସିକ୍ ୟୁନିଟ୍, ପ୍ରଯୁକ୍ତି ବିଦ୍ୟା ସହାୟତାରେ ତଦନ୍ତ ପ୍ରକ୍ରିୟା ଆଦି ସଂକ୍ରାନ୍ତରେ ବିଶଦ ଭାବେ ପ୍ରଦର୍ଶନୀରେ ଉପସ୍ଥାପନ କରାଯିବ ।

ଏହା ବ୍ୟତୀତ ପ୍ରଦର୍ଶନୀରେ ‘ଅପରାଧସ୍ଥଳରୁ ହାଇକୋର୍ଟ ପର୍ଯ୍ୟନ୍ତ’ ସମଗ୍ର ନ୍ୟାୟ ବ୍ୟବସ୍ଥାକୁ ଏକ ସମନ୍ୱିତ ଓ ଶିକ୍ଷା ମୂଳକ ଶୈଳୀରେ ପ୍ରଦର୍ଶିତ କରାଯିବ ବୋଲି ଡିଜିପି ସୂଚନା ଦେଇଛନ୍ତି । ଗୃହ ମନ୍ତ୍ରଣାଳୟ ଦ୍ଵାରା ଅନୁମୋଦିତ ୧୦ଟି ଷ୍ଟଲ୍ରେ ଅପରାଧସ୍ଥଳ, ୧୧୨ ଜରୁରୀ କାଳୀନ ସହାୟତା, ଥାନାର କାର୍ଯ୍ୟ ପ୍ରଣାଳୀ, ହସ୍ପିଟାଲ୍ ସମନ୍ୱୟ, ଫରେନସିକ୍ ପ୍ରୟୋଗଶାଳା, ପବ୍ଲିକ ପ୍ରସିକ୍ୟୁସନ୍, ଜିଲ୍ଲା ଅଦାଲତ, କାରାଗାର ଓ ହାଇକୋର୍ଟର କାର୍ଯ୍ୟଶୈଳୀ ସମ୍ପର୍କରେ ସାଧାରଣ ଲୋକମାନେ ଅବଗତ ହୋଇପାରିବେ ବୋଲି ଡିଜିପି ଆଶା ବ୍ୟକ୍ତ କରିଥିଲେ ।