LIVE TV

ଡିଏନଏ ଗଠନର ଆବିଷ୍କାରକ ୯୭ ବର୍ଷୀୟ ଜେମ୍ସ ୱାଟସନଙ୍କ ପରଲୋକ, ଗବେଷଣାରୁ ସମାଲୋଚନା ଯାଏ ଏପରି ଥିଲା ଯାତ୍ରା

NEWS7
11513-corona-patient-recovered-last-24-hrs-in-odisha

ନୂଆଦିଲ୍ଲୀ: ଡିଏନଏ ଗଠନର ଆବିଷ୍କାରକ ନୋବେଲ୍ ଶାନ୍ତି ପୁରସ୍କାର ବିଜେତା ଜେମ୍ସ ୱାଟସନଙ୍କ ୯୭ ବର୍ଷରେ ପରଲୋକ ହୋଇଛି । ଉଲ୍ଲେଖଯୋଗ୍ୟ ଯେ ୧୮୬୯ ମସିହାରେ ଫ୍ରେଡରିକ୍ ମିଶର ଡିଏନଏର ଅନୁସନ୍ଧାନ କରିଥିଲେ । ଏହାପରେ ୧୯୫୩ରେ ଜେମ୍ସ ୱାଟସନ୍, ଫ୍ରାନ୍ସିସି କ୍ରିକଙ୍କ ସହ ମିଶି ଡିଏନଏର ଡବଲ ହେଲିକ୍ସ ଗଠନର ସନ୍ଧାନ କରିଥିଲେ ।

ନୋବେଲ ପୁରସ୍କାରରେ ସମ୍ମାନିତ ଆମେରିକୀୟ ବୈଜ୍ଞାନିକ ଜେମ୍ସ ୱାଟସନ୍ ନିଜର ଏହି ଆବିଷ୍କାର ସହ ମେଡିକାଲ୍ ସାଇନ୍ସରେ ଏକ ନୂଆ ରାସ୍ତା ଯୋଡ଼ିଥିଲେ । ଯେଉଁ ସମୟରେ ଜେମ୍ସ ମେଡିକାଲ୍ ସାଇନ୍ସରେ କ୍ରାନ୍ତି ଲେଖିଥିଲେ, ସେହି ସମୟରେ ତାଙ୍କ ବୟସ ମାତ୍ର ୨୪ ବର୍ଷ ଥିଲା । ମିଡିଆ ରିପୋର୍ଟ ଅନୁସାରେ ଜେମ୍ସ ଡିଏନଏ ସଂରଞ୍ଚନା ଆବିଷ୍କାର ଉପରେ ପ୍ରଥମ ପ୍ରତିକ୍ରିୟା ଦେଇ କହିଥିଲେ, "ଏହା ଅତ୍ୟନ୍ତ ସୁନ୍ଦର ଅଟେ ।"

ଜେମ୍ସଙ୍କ ଜନ୍ମ ଚିକାଗୋରେ ହୋଇଥିଲା ଓ ନିଜ କ୍ୟାରିୟର ସେ ଅନେକ ସଫଳତା ପାଇଥିଲେ । ତେବେ, କିଛି ମାମଲାରେ ଜେମ୍ସଙ୍କ ଖୁବ୍ ସମାଲୋଚନା ହୋଇଥିଲା । ଜେମ୍ସ ୱାଟସନଙ୍କୁ ତାଙ୍କ ସହଯୋଗୀ ଫ୍ରାନ୍ସିସ କ୍ରିକ୍ ଓ ମରିସ୍ ୱିଲକିନ୍ସଙ୍କୁ ୧୯୬୨ ମସିହାରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା । ଉଭୟ ସହଯୋଗୀ ୨୦୦୪ ମସିହାରେ ମୃତ୍ୟୁବରଣ କରିଥିଲେ ।

ଜେମ୍ସଙ୍କୁ ରୋଜଲିଣ୍ଡ ଫ୍ରାଙ୍କଲିନ୍ ଓ ତାଙ୍କ ଛାତ୍ର ରମେଣ୍ଡ ଗୋସଲିଙ୍ଗଙ୍କ ଏକ୍ସ-ରେ ରିସର୍ଚ୍ଚରୁ ଅନେକ ସହଯୋଗ ମିଳିଥିଲା । ତେବେ, ପରେ ଫ୍ରାଙ୍କଲିନଙ୍କ ‘ଦ ଡବଲ୍ ହେଲିକ୍ସ’ ନାଁରେ ଏକ ପୁସ୍ତକ ଆସିଥିଲା, ଯେଉଁଥିରେ ତାଙ୍କୁ ଖୁବ୍ ସମାଲୋଚନା କରାଯାଇଥିଲା । ଫ୍ରାଙ୍କଲିନ୍ ଜଣେ ମହିଳା ବୈଜ୍ଞାନିକ ଥିଲେ, ସେହି ସମୟରେ ସେ ଖୁବ୍ ଚର୍ଚ୍ଚାରେ ରହିଥିଲେ । ୧୯୫୮ରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଅନ୍ୟପଟେ ଜେମ୍ସ ଏପରି ଏକ ବକ୍ତବ୍ୟ ବି ଦେଇଥିଲେ, ଯାହାକୁ ନେଇ ଅଧିକ ବିବାଦ ସୃଷ୍ଟି ହୋଇଥିଲା । ତାଙ୍କର ସେହି ବୟାନକୁ କଡ଼ା ସମାଲୋଚନା ହୋଇଥିଲା । ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲ୍ଥର ତତ୍କାଳୀନ ନିର୍ଦ୍ଦେଶକ ଡ.ଫ୍ରାନ୍ସିସ କୋଲିନ୍ସ ୨୦୧୯ରେ କହିଥିଲେ, "ମୁଁ କେବଳ ଏହା କହିବାକୁ ଚାହୁଁଛି ଯେ ସମାଜ ଓ ମାନବିକତା ଉପରେ ଜେମ୍ସଙ୍କ ମତ ତାଙ୍କର ଚମତ୍କାର ବୈଜ୍ଞାନିକ ଅନ୍ତଦୃଷ୍ଟିରୁ ମେଳ ଖାଉ ।"

ଡିଏନଏର ଗଠନ ୱାଟସନଙ୍କ ଜୀବନର ସବୁଠୁ ବଡ଼ ଅବିଷ୍କାର ଥିଲା । ଏହି ସନ୍ଧାନ ପରେ ୱାଟସନ କାଲିଫୋର୍ନିଆ ଇଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରେ ଦୁଇ ବର୍ଷ ବିତାଇଥିଲେ । ପରେ ୧୯୫୫ରେ ହାର୍ଭାର୍ଡରେ ଫ୍ୟାକଲ୍ଟି ରୂପେ ସାମିଲ କରାଯାଇଥିଲା । ୧୯୬୮ରେ କୋଲ୍ଡ ସ୍ପ୍ରିଙ୍ଗ ହାର୍ବର ଲ୍ୟାବର ନିର୍ଦ୍ଦେଶକ,୧୯୯୪ରେ ଏହାର ଅଧ୍ୟକ୍ଷ ଓ ୧୦ ବର୍ଷ ପରେ ଏହାର ଚାନ୍ସସେଲର ପଦ ସମ୍ଭାଳିଥିଲେ ।