ମାର୍କେଟ୍ କ୍ରାଶ୍ : ହଠାତ ଶସ୍ତା ହୋଇଗଲା ସୁନା-ରୁପା, ଶୀଘ୍ର କିଣି ନିଅନ୍ତୁ...

NEWS7
1121-passengers-flying-during-corona-in-a-single-day-which-create-record

ନୂଆଦିଲ୍ଲୀ,|୦୨ :କ୍ରାଶ୍ କରିଘଲା ସୁନା ଏବଂ ରୁପା । ଆଉ ଥରେ ଦୁଇ ଦାମୀ ଧାତୁର ଦାମ୍ ଖସି ଯାଇଛି । ଏହାସହ ଦୁଇ ଦିନ ଧରି ଉପରକୁ ଉଠୁଥିବା ସେୟାର ବଜାର ମଧ୍ୟ ତଳକୁ ଖସିଛି । ସପ୍ତାହର ଚତୁର୍ଥ କାରବାର ଦିନରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ବିଏସଇ ସେନସେକ୍ସ ଖୋଲିବା ପରେ ୫୦୦ ଅଙ୍କ ଖସି ଯାଇଛି । ସେହିପରି ନିଫ୍ଟି ମଧ୍ୟ ୧୫୦ ଅଙ୍କ ହ୍ରାସ ପାଇଛି ।

ବଜାର ମାନ୍ଦା

ଗୁରୁବାର ମାର୍କେଟ୍ ଖୋଲୁ ଖୋଲୁ ୫୦୦ ପଏଣ୍ଟ ହ୍ରାସ ପାଇଛି । ବୁଧବାର ବିଏସଇ ସେନସେକ୍ସ ୮୩,୮୧୭ରେ କାରବାର ବନ୍ଦ କରିଥିଲା । ଗୁରୁବାର ଏହା ୮୩୭୫୭ରେ ଓପନ୍ ହୋଇଥିଲା । ହଠାତ ୫୦୦ ଅଙ୍କ ଖସି ୮୩୩୧୩ ହୋଇଯାଇଛି । ସେହିପରି ନିଫ୍ଟି ମଧ୍ୟ ବୁଧବାର ୨୫୭୭୬ରେ ବନ୍ଦ ହୋଇଥିଲା । ତେବେ ଗୁରୁବାର ଏହା ୨୫୬୧୨କୁ ଖସି ଆସିଛି ।

କେବଳ ଭାରତରେ ନୁହେଁ ସାରା ବିଶ୍ୱର ବଜାର ଗୁରୁବାର ମାନ୍ଦା ରହିଛି । ଜାପାନ, ହଙ୍ଗକଙ୍ଗ ଏବଂ ଦକ୍ଷିଣ କୋରିଆର ବଜାରରେ ହ୍ରାସ ଘଟିଛି ।

ସୁନା-ରୁପା କମିଲା

କେବଳ ସେୟାର ବଜାର ନୁହେଁ, କମୋଡିଟି ମାର୍କେଟରେ ସୁନା ବଂ ରୁପା ଚକିତ କରିଛନ୍ତି । ଏମସିଏକ୍ସରେ ସୁନା ଏବଂ ରୁପା ବଜାର ଖୋଲୁ ଖୋଲୁ କ୍ରାଶ୍ କରିଛନ୍ତି । ମାର୍ଚ୍ଚ ୫ର ରୁପାର ଭବିଷ୍ୟତ ଦର ୨୪ ହଜାର କମିଛି । ସେହିପରି ସୁନା ବି ୨୪୦୦ ଟଙ୍କା ଶସ୍ତା ହୋଇଛି ।