LIVE TV

ପାଣିପାଗ ବିଭାଗ ଦେଲା ଅପଡେଟ୍, କେଉଁଠି ମାଡ଼ ହେବ ସମ୍ଭାବ୍ୟ ବାତ୍ୟା...

NEWS7
11-year-boy-suffer-kidney-disease-in-kaptipada-of-mayurbhanj-district

ଭୁବନେଶ୍ୱର ୨୩।୧୧ : ସମ୍ଭାବ୍ୟ ବାତ୍ୟା ମାଡ଼ରୁ ଓଡ଼ିଶା ବର୍ତ୍ତି ଯାଇପାରେ । ଏହା ଓଡ଼ିଶା ଉପକୂଳକୁ ଆସିବା ଆଗରୁ ଦିଗ ବଦଳାଇ ବାଂଲାଦେଶ ଆଡ଼କୁ ପଳାଇବ । ଏହା ପ୍ରଭାବରେ ଓଡ଼ିଶାରେ ବିଶେଷ ବର୍ଷା ଆଶଙ୍କା ନାହିଁ । ବିଭିନ୍ନ ଅନ୍ତର୍ଜାତୀୟ ପାଣିପାଗ ମଡେଲ ଏଭଳି ପୂର୍ବାନୁମାନ କରିଛନ୍ତି ।

ଇସିଏମ୍ଡବ୍ଲ୍ୟୁଏଫ୍ ମଡେଲ ଅନୁସାରେ, ଆସନ୍ତା ୧ ତାରିଖ ଅପରାହ୍ନ ବେଳକୁ ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଉପକୂଳ ପାଖରେ ଥିବ । କିନ୍ତୁ ଏହା ଦିଗ ବଦଳାଇ ବାଂଲାଦେଶ ତଳ ହୋଇ ମ୍ୟାଁମାର ଆଡ଼କୁ ପଳାଇବ । ଓଡ଼ିଶା ଉପକୂଳରେ ପହଞ୍ଚିବା ଆଗରୁ ଏହା ପୁଣି ବୁଲିଯିବ । ସମୁଦ୍ରରେ ଥାଇ ଦିଗ ବଦଳାଇ ଉତ୍ତର-ପୂର୍ବ ଦିଗରେ ଗତି କରି ବାଂଲାଦେଶ ଅଭିମୁଖେ ଯିବ । ତେବେ ଏହି ଦିଗ ପରିବର୍ତ୍ତନକୁ ନେଇ ବିଭିନ୍ନ ମଡେଲର ଆକଳନରେ ଅସଙ୍ଗତି ରହୁଛି ।

ବରିଷ୍ଠ କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ବଙ୍ଗୋପସାଗରରେ ଜଳପତ୍ତନର ତାପମାତ୍ରା ୨୭ ଡିଗ୍ରୀରୁ କମିବ । ଫଳରେ ବାତ୍ୟା ପାଇଁ ଅନୁକୂଳ ସ୍ଥିତି ରହିବନି । ଥଣ୍ଡା ବଢ଼ିବା ସହ ବାତ୍ୟା ଓଡ଼ିଶା ଉପକୂଳ ଛୁଇଁବା ପାଇଁ ପ୍ରତିକୂଳ ସ୍ଥିତି ରହିବ । ବାତ୍ୟା କେଉଁଠାରେ ସ୍ଥଳଭାଗ ଛୁଇଁବ, ତାହା ୨୭ ତାରିଖ ବେଳକୁ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି । ଆଇଏମ୍ଡି କହିଛି, ଶନିବାର ଆଣ୍ଡାମାନ ସାଗର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଲଘୁଚାପ ସୃଷ୍ଟି ହୋଇଛି । ୨୪ ବା ୨୫ ତାରିଖ ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗର ଓ ପାଶ୍ୱର୍ବର୍ତ୍ତୀ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଅବପାତ ରୂପ ନେବ । ପରବର୍ତ୍ତୀ ୪୮ ଘଣ୍ଟାରେ ଏହା ପୁଣି ଘନୀଭୂତ ହୋଇପାରେ।