ଖାମେନିଙ୍କୁ ଡର ନା ପଶିଛି ତୃତୀୟ ଶକ୍ତି ? ଇରାନ ଉପରେ ଆକ୍ରମଣ କରିବନି ଆମେରିକା, ପେଣ୍ଟାଗନ୍‌ର ପ୍ଲାନ ଖୋଲିବାକୁ ଟ୍ରମ୍ପ ନାରାଜ

NEWS7
11-odisha-dist-join-congress-meet-with-niranjan-pattnaik

ନୂଆଦିଲ୍ଲୀ: ନରମି ଗଲେ କି ଟ୍ରମ୍ପ ? ଇରାନ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ନୁହେଁ ଆମେରିକା। ସମ୍ଭାବ୍ୟ ପ୍ରତିଶୋଧକୁ ପ୍ରତିହତ କରିବା ପାଇଁ ମଧ୍ୟପ୍ରାଚ୍ୟରେ ଅଧିକ ଏୟାର ଡିଫେନ୍ସ କରିବ ପେଣ୍ଟାଗନ। ୱାଶିଂଟନ୍ ଷ୍ଟେଟ୍ ଜର୍ଣ୍ଣାଲ୍ (WSJ) ପ୍ରକାଶିତ ରିପୋର୍ଟ ଏହି ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି। ଗତ କିଛି ସପ୍ତାହ ଧରି ମଧ୍ୟପ୍ରାଚ୍ୟକୁ ଏକ ବଡ଼ ଏବଂ ଶକ୍ତିଶାଳୀ ନୌସେନା ପଠାଇଛି ଆମେରିକା। ଏହାକୁ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି କହିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଯାହାର ଉଦ୍ଦେଶ୍ୟ ତେହେରାନକୁ ଏକ ନୂତନ ପରମାଣୁ ଚୁକ୍ତି ଗ୍ରହଣ କରିବା ପାଇଁ ଚାପ ପକାଇବା।

WSJ ପ୍ରକାଶିତ ଏକ ଲେଖାରେ କହିଛି ଯେ ସାମରିକ ପ୍ରସ୍ତୁତି ସତ୍ତ୍ୱେ, ଇରାନ ଉପରେ ଆମେରିକାର ଏୟାର ଷ୍ଟ୍ରାଇକ ସମ୍ଭବ ନୁହେଁ। କାରଣ ୱାଶିଂଟନ୍ ସ୍ପଷ୍ଟ କରିବାକୁ ପଡିବ ଯେ ଇସ୍ରାଏଲ, ଏହାର ଆରବ ମିତ୍ର ଏବଂ ଏହି ଅଞ୍ଚଳରେ ଥିବା ଆମେରିକୀୟ ସୈନ୍ୟମାନଙ୍କୁ ଉପଯୁକ୍ତ ଭାବରେ ସୁରକ୍ଷିତ ରଖାଯାଇଛି।

ପ୍ରତିରକ୍ଷା ଅଧିକାରୀମାନେ କହିଛନ୍ତି ଯେ ବର୍ତ୍ତମାନ ଜୋର୍ଡାନ, କୁଏତ୍, ବାହାରିନ୍, ସାଉଦି ଆରବ, କତାର ଏବଂ ଅନ୍ୟତ୍ର ଥିବା ଆମେରିକୀୟ ଘାଟିଗୁଡ଼ିକୁ ଅତିରିକ୍ତ THAAD ବ୍ୟାଟେରୀ ଏବଂ ପାଟ୍ରିଅଟ୍ ବାୟୁ ପ୍ରତିରକ୍ଷା ପ୍ରଣାଳୀ ପଠାଉଛି ପେଣ୍ଟାଗନ୍।

ଗତ ବର୍ଷ ଜୁନ୍ ମାସରେ ଇରାନର ପରମାଣୁ ପ୍ରତିଷ୍ଠାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ପରେ କାତାରର ଅଲ-ଉଦେଦ ଆମେରିକା ବିମାନ ଘାଟିରେ ଆକ୍ରମଣ କରିଥିଲା ତେହେରାନ। ଏହା ପ୍ରତିଷ୍ଠାନର କ୍ଷତି ଅଧିକ ନହୋଇଥିଲେବି ଇରାନୀ ସେନା ୱାଶିଂଟନକୁ ପୂର୍ବରୁ ସତର୍କ କରାଇ ଦେଇଥିଲେ।

ଅଧିକ ପ ଆମେରିକା ସହିତ ପରମାଣୁ ଆଲୋଚନା ଆରମ୍ଭ କରିବାକୁ ଇରାନ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ: ରିପୋର୍ଟ

ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନି ଚେତାବନୀ ଦେଇଥିଲେ ଯେ ଆମେରିକାର ଯେକୌଣସି ସାମରିକ କାର୍ଯ୍ୟାନୁଷ୍ଠାନ ମଧ୍ୟପ୍ରାଚ୍ୟରେ ଭୟଙ୍କର ପରିଣାମ ଆଣିବ। ସେମାନେ ଜାଣିବା ଉଚିତ ଯେ ଯଦି ସେମାନେ ଏଥର ଯୁଦ୍ଧ ଆରମ୍ଭ କରନ୍ତି, ତେବେ ଏହା ଏକ ଆଞ୍ଚଳିକ ଯୁଦ୍ଧ ହେବ। ଟ୍ରମ୍ପ ଖାମେନିଙ୍କ ମନ୍ତବ୍ୟକୁ ଖାରଜ କରି କୂଟନୀତି ପାଇଁ ଦ୍ୱାର ଖୋଲା ରଖିଥିଲେ।

ଇରାନକୁ ଶକ୍ତି ଦେଉଛି ରୁଷ। ପରୋକ୍ଷ ଭାବରେ କୂଟନୈତିକ ସ୍ତରରେ ଇରାନକୁ ସମର୍ଥନ କରିଛି କ୍ରେମଲିନ। ମସ୍କୋରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା କରିଛନ୍ତି ଇରାନର ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦ ମୁଖ୍ୟ ଅଲି ଲାରିଜାନି। ଏହାପରେ ସେ କହିଛନ୍ତି ଯେ ଆମେରିକା ସହିତ ଆଲୋଚନା ଦିଗରେ ଅଗ୍ରଗତି ହେଉଛି। କ୍ରେମଲିନ୍ ମୁଖପାତ୍ର ଦିମିତ୍ରୀ ପେସକୋଭ୍ ମଧ୍ୟ ଦୁଇ ପକ୍ଷ ମଧ୍ୟରେ ଆଲୋଚନା ପାଇଁ ଅନୁରୋଧ କରିଛନ୍ତି। ଚେତାବନୀ ଦେଇ କହିଛନ୍ତି ଯେ ଯେକୌଣସି ବଳପୂର୍ବକ କାର୍ଯ୍ୟାନୁଷ୍ଠାନ କେବଳ ଅଞ୍ଚଳରେ ବିଶୃଙ୍ଖଳା ସୃଷ୍ଟି କରିବ ଏବଂ ଏହାର ପରିଣାମ ଅତ୍ୟନ୍ତ ବିପଜ୍ଜନକ ହୋଇପାରେ।