LIVE TV

ଶନିବାର ନିଖୋଜ, ସୋମବାର କୂଅରୁ ମିଳିଲା ମୃତଦେହ : ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

NEWS7
10th-nov-is-not-final-day-for-ipl-2020-know-why

ବଲାଙ୍ଗିର ୨୪।୧୧: ଶନିବାର ନିଖୋଜ ହେଲେ, ସୋମବାର ମିଳିଲା ମୃତଦେହ । ବଲାଙ୍ଗିର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଝାଙ୍କର ପାଲିଗାଁରେ ଏକ କୂଅରୁ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ ସେହି ଝାଙ୍କରପାଲି ଗାଁର ସରତ ବାଗ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଝାଙ୍କର ପାଲିଗାଁରେ ଏକ କୂଅରେ ମୃତଦେହ ଦେଖିବାକୁ ମିଳିଥିଲା । କୂଅରେ ମୃତଦେହ ଭାସୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ ଗ୍ରାମବାସୀ । ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହ ଉଦ୍ଧାର କରିଛି ।

ତେବେ ଶନିବାର ଦିନ ବ୍ୟକ୍ତି ଜଣକ ନିଖୋଜ ଥିବାବେଳେ ତାଙ୍କୁ ଖୋଜାଖୋଜି କରିଥିଲେ । ସେହି କୂଅ ନିକଟକୁ ମଧ୍ୟ ଆସି ଦେଖିଥିଲେ ହେଲେ କିଛି ନଥିଲା । ଫଳରେ ସଂପୃକ୍ତ ବ୍ୟକ୍ତିଙ୍କୁ ହତ୍ୟା କରି କୂଅରେ ଫିଙ୍ଗିଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ତଦନ୍ତ କରି ସତ ସାମ୍ନାକୁ ଆଣିବାକୁ ପରିବାର ଲୋକ ଦାବି କରିଛନ୍ତି ।