LIVE TV

‘ନୂଆପଡ଼ା ଜିଲ୍ଲାରେ ଲକ୍ଷାଧିକ ମହିଳାଙ୍କ ବିକାଶ କରିସାରିଛୁ, ଯାହା ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ତାହା ନିଶ୍ଚିତ ହେବ’

NEWS7
107-science-congress

ନୂଆପଡ଼ା ୨୫୧୦: ଆଜି ଠାରୁ ତିନି ଦିନ ପର୍ଯ୍ୟନ୍ତ ନିର୍ବାଚନ ପ୍ରଚାର ପାଇଁ ନୂଆପଡ଼ାରେ ପହଞ୍ଚିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ନୂଆପଡ଼ା ବିଜେପି କାର୍ଯ୍ୟାଳୟରେ ସୁଭଦ୍ରା ଶକ୍ତି ସମାବେଶରେ ଯୋଗ ଦେବା ସହ ବିଜେପି ବିଧାୟକ ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ପ୍ରଚାର କରିବେ ।

ନୂଆପଡାରେ ପହଞ୍ଚିବା ପରେ ପ୍ରଭାତୀ କହିଛନ୍ତି, ଆଜି ସୁଭଦ୍ରା ସମାବେଶ ଜରିଆରେ ସୁଭଦ୍ରା ଭଉଣୀଙ୍କୁ ଆହ୍ଵାନ ଦେବାକୁ ଆସିଛି । ନୂଆପଡ଼ା ଜିଲ୍ଲାରେ ଲକ୍ଷାଧିକ ମହିଳାଙ୍କ ବିକାଶ କରି ସାରିଛୁ । ନୂଆପଡାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଆଗରୁ କହି ସାରିଛନ୍ତି । ଯାହା ମୁଖ୍ୟମନ୍ତ୍ରୀ ଘୋଷଣା କରି ସାରିଛନ୍ତି ତାହା ନିଶ୍ଚିତ ହେବ । ଜୟ ଢୋଲକିଆଙ୍କ ପାଇଁ ଭୋଟ୍ ମାଗିବି ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ।​​​​​​​