ଓଡ଼ିଶା ପ୍ରତି ପ୍ରଧାନମନ୍ତ୍ରୀଙ୍କ ଆଟାଚମେଣ୍ଟ ବେଶୀ, କେବଳ ଓଡ଼ିଶାର ଭିଜନ ଡକ୍ୟୁମେଣ୍ଟ ନିଜେ ରିଲିଜ କରିଛନ୍ତି ମୋଦୀ

NEWS7
107-science-congress

ଭୁବନେଶ୍ବର ୭।୨: ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ପାଇଁ ଅର୍ଥନୈତିକ କରିଡରର ଶୁଭାରମ୍ଭ ହୋଇଛି । ଏହି ଅର୍ଥନୈତିକ କରିଡରର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସେବା ଭବନ କନଭେନସନ ସେଣ୍ଟରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି କରିଡରର ଶୁଭାରମ୍ଭ ହୋଇଛି ।ଏହି ଅର୍ଥନୈତିକ ଯୋଜନାକୁ ନୀତି ଆୟୋଗ ପକ୍ଷରୁ ପ୍ରସ୍ତୁତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ନୀତି ଆୟୋଗ ସିଇଓ ବିଭିଆର ସୁବ୍ରମଣ୍ୟମ୍, ସଦସ୍ୟ ରାଜୀବ ଗୌବା ଉପସ୍ଥିତ ଅଛନ୍ତି ।

​​​​​​​ଏ ଖବର ବି ପଢ଼ନ୍ତୁ:- ବିସିପିପିଇଆର ହେବ ଓଡ଼ିଶା ଭିଜନ ୨୦୪୭ର ମୁଖ୍ୟ ଗ୍ରୋଥ୍ ଇଞ୍ଜିନ, ରାଜ୍ୟ ଜିଡିପିକୁ ଅବଦାନ ୧୫ ଗୁଣା ବୃଦ୍ଧି ଲକ୍ଷ୍ୟ

ଏହି ଅବସରରେନୀତି ଆୟୋଗ ସିଇଓ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ପାଇଁ ଓଡିଶାର ସ୍ଥାନ ସ୍ୱତନ୍ତ୍ର । ୧୫ରୁ ୧୭ଟି ରାଜ୍ୟ ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିଛନ୍ତି କିନ୍ତୁ ପ୍ରଧାନମନ୍ତ୍ରୀ କେବଳ ଓଡିଶାର ଭିଜନ ଡକ୍ୟୁମେଣ୍ଟକୁ ରିଲିଜ କରିଛନ୍ତି । ୨୦୨୪ ମସିହାରେ ଗୁଜୁରାଟ ପାଇଁ ଭିଜନ ଡକ୍ୟୁମେଣ୍ଟ ରିଲିଜ କରିବା ପାଇଁ ମୁଁ ତାଙ୍କୁ କହିଥିଲି, ସେହି ସମୟରେ ପ୍ରଧାନମନ୍ତ୍ରୀ ଗାନ୍ଧୀନଗରରେ ଥିଲେ ଏବଂ ଗ୍ଲୋବାଲ ସମିଟ ଚାଲିଥିଲା । ସେ ସେତେବେଳେ କହିଥିଲେ ଭିଜନ ଡକ୍ୟୁମେଣ୍ଟ ଅର୍ଥମନ୍ତ୍ରୀ ରିଲିଜ କରିବେ ।

​​​​​​​ଏ ଖବର ବି ପଢ଼ନ୍ତୁ:- ସିବିଆଇ ତଦନ୍ତରେ ଜଣାପଡ଼ିଲା ସତ, SI ନିଯୁକ୍ତି ପରୀକ୍ଷା କେଳେଙ୍କାରୀରେ ସଂପୃକ୍ତ ଥିଲା ସୀତାରାମ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଜନ ହେଉଛି ବିକଶିତ ଭାରତ ୨୦୪୭ । ଯେଉଁଠି ଜିଡ଼ିପି ହେବ ୩୦ ଟ୍ରିଲିଅନ ଡଲାର । ଭାରତ ୨୦୪୭ ସୁଦ୍ଧା ବିକଶିତ ଦେଶ ଭାବରେ ପରିଗଣିତ ହେବ । ଏଥିପାଇଁ ସମସ୍ତ ଅଧିକାରୀ ମାନଙ୍କଠୁ ଆରମ୍ଭ କରି ସମସ୍ତ ନାଗରିକ ଉତ୍ସାହିତ ଅଛନ୍ତି ଏବଂ ଏହି ଲକ୍ଷ୍ୟ ପୂରଣ କରିବାକୁ ଲାଗି ପଡିଛନ୍ତି । ବିକଶିତ ଓଡ଼ିଶା ପ୍ଲାନ୍ ପ୍ରସ୍ତୁତ ହୋଇଛି । ବିକଶିତ ରାଜ୍ୟ ପାଇଁ ୧୫ରୁ ୧୭ଟି ରାଜ୍ୟ ଭିଜନ ପ୍ରସ୍ତୁତ କରିଛନ୍ତି । ସେଥିରେ ମଧ୍ୟ ପ୍ରଦେଶ, ଗୁଜୁରାଟ, ଆନ୍ଧ୍ରପ୍ରଦେଶ ରହିଛି । କିନ୍ତୁ ଏକମାତ୍ର ରାଜ୍ୟ ଓଡ଼ିଶା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଜନ ଓଡ଼ିଶାକୁ ନିଜେ ରିଲିଜ୍ କରିଥିଲେ । ଏହା ଦର୍ଶାଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ପ୍ରତି ଆଟାଚମେଣ୍ଟ ଏବଂ ଫିଲିଙ୍ଗ । ପ୍ରଧାନମନ୍ତ୍ରୀଙ୍କ ପାଇଁ ଓଡ଼ିଶା ସ୍ୱତନ୍ତ୍ର । ମୋତେ ଗର୍ବ ଲାଗୁଛି ଓଡ଼ିଶା ସରକାର ଏହାକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଛି । ଏବେ ଅର୍ଥନୀତି କରିଡରର ଲଞ୍ଚିଙ୍ଗ କରାଗଲା ବୋଲି ସେ କହିଛନ୍ତି ।