ନବୋଦୟ ବିଦ୍ୟାଳୟ ଜଣ୍ଡିସ ବ୍ୟାପିବା ଘଟଣା, ସାତ ଦିନ ପାଇଁ ବିଦ୍ୟାଳୟ ଛୁଟି

NEWS7
101-years-old-woman-recovered-from-corona-in-netherland

ଖୋର୍ଦ୍ଧା ୦୭/୦୧: ଖୋର୍ଦ୍ଧା ନବୋଦୟ ବିଦ୍ୟାଳୟ ଜଣ୍ଡିସ ବ୍ୟାପିବା ଘଟଣା । ଦିଲ୍ଲୀ, ଭୋପାଲର ନବୋଦୟ ଟିମ୍ ଅଧିକାରୀଙ୍କ ତଦନ୍ତ । ସାତ ଦିନ ପାଇଁ ଖୋର୍ଦ୍ଧା ନବୋଦୟ ବିଦ୍ୟାଳୟ ଛୁଟି ଘୋଷଣା । ସାତ ଦିନ ଭିତରେ ବିଦ୍ୟାଳୟର ପରିମଳ ବ୍ୟବସ୍ଥା ବା ସାନିଟେସନ କରାଯିବ । ଟିମ୍ ସେଠାରେ ପହଞ୍ଚି ସ୍ଥିତି ସମୀକ୍ଷା କରିଥିଲା । କେମିତି କେଉଁ ପରିସ୍ଥିତିରେ ରୋଗ ବଢିଲା ସେ ନେଇ ଯାଞ୍ଚ କରିଥିଲା ଟିମ୍ । ଏହାପରେ ଟିମ୍ ନିଷ୍ପତ୍ତି ନେଇଛି ।

ଗତ କିଛିଦିନ ଧରି ଖୋର୍ଦ୍ଧା ଜବାହାର ନବୋଦୟ ବିଦ୍ୟାଳୟରେ ଜଣ୍ଡିସ ରୋଗକୁ ନେଇ ଆତଙ୍କ ଖେଳିଯାଇଛି । ବିଦ୍ୟାଳୟର ପ୍ରାୟ ୫୦ରୁ ଅଧିକ ଛାତ୍ର ଜଣ୍ଡିସରେ ଆକ୍ରାନ୍ତ ହୋଇଛନ୍ତି । ଏହି ଘଟଣା ସାମ୍ନାକୁ ଆସିବା ପରେ ଜନସ୍ବାସ୍ଥ୍ୟ ବିଭାଗର ୩ ଜଣିଆ ଟିମ୍ ବିଦ୍ୟାଳୟକୁ ଗସ୍ତ କରିଥିଲେ । ସ୍ଥିତି ଅନୁଧ୍ୟାନ କରି ଉଚିତ୍ ପଦକ୍ଷେପ ବି ନେଇଥିଲେ ।

ସୂଚନା ଥାଉକି, ଖୋର୍ଦ୍ଧା ଜବାହାର ନବୋଦୟ ସ୍କୁଲର ପିଲାମାନେ ଶୀତକାଳୀନ ଛୁଟି ସାରି କିଛିଦିନ ତଳେ ସ୍କୁଲକୁ ଫେରିଥିଲେ । ଆସିବା ପରେ ଅଳ୍ପ କେତେଜଣ ପିଲା ଜଣ୍ଡିସ ଆକ୍ରାନ୍ତ ହୋଇଥିବା ଦେଖିବାକୁ ମିଳିଥିଲା । ପରେ ପରେ ୫୦ରୁ ଅଧିକ ପିଲା ଆକ୍ରାନ୍ତ ହୋଇଥିଲେ । ଆକ୍ରାନ୍ତମାନଙ୍କୁ ଖୋର୍ଦ୍ଧା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ୨୦୦ରୁ ଅଧିକ ପିଲାଙ୍କୁ ଅଭିଭାବକ ମାନେ ଘରକୁ ନେଇଯାଇଛନ୍ତି।

ଖୋର୍ଦ୍ଧା ଗୁରୁଜଙ୍ଗସ୍ଥିତ ପିଏମ୍‌ଶ୍ରୀ ସ୍କୁଲ ଜବାହର ନବୋଦୟ ବିଦ୍ୟାଳୟର ଜଣେ ଶିକ୍ଷକଙ୍କ ସହିତ ୩୫ ଛାତ୍ରୀଛାତ୍ର ଜଣ୍ଡିସରେ ଆକ୍ରାନ୍ତ ହୋଇଛନ୍ତି । ଏଥିସହ ଏକାଧିକ ପିଲା ଥଣ୍ଡାଜ୍ୱରରେ ପୀଡ଼ିତ ଥିବା ଜଣାପଡ଼ିଛି । ଦୂଷିତ ପାଣି ବ୍ୟବହାରରୁ ଏଭଳି ଘଟଣା ଘଟିଥିବା କେତେଜଣ ଅଭିଭାବକ ଗଣମାଧ୍ୟମରେ କହିଛନ୍ତି। ସେପଟେ ପିଲାମାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ପାଇଁ ଅଭିଭାବକମାନେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି । ଅନ୍ୟପଟେ ପିଲାମାନେ ବ୍ୟବହୃତ କରୁଥିବା ପାଣି ନମୁନା ପରୀକ୍ଷଣ ପାଇଁ ଭୁବେନଶ୍ୱର ପରୀକ୍ଷାଗାରକୁ ପଠାଯାଇଥିବା ଜଣାପଡ଼ିଛି।