LIVE TV

‘ଜୟ ଢୋଲକିଆ ବିଜେଡିରେ ଥିଲେ ଅନୁକମ୍ପା ପାଇଥାନ୍ତେ, କିନ୍ତୁ ଏବେ ତାଙ୍କୁ ପରିଣାମ ଭୋଗିବାକୁ ପଡିବ’

NEWS7
10-mla-1-mp-joined-bjp-today-in-wb

ଭୁବନେଶ୍ବର ୧୦: ନୂଆପଡ଼ା ଉପନିର୍ବାଚନ ଆସନ୍ତା ନଭେମ୍ବର ୧୧ ତାରିଖରେ ହେବାକୁ ଥିବାବେଳେ ପ୍ରଚାର ଜୋରଦାର ଚାଲିଛି । ନୂଆପଡ଼ା ବାଜି ଜିତିବାକୁ ତିନି ପ୍ରମୁଖ ରାଜନୈତିକ ଦଳ ଭିତରେ ଛକାପଞ୍ଝା ଚାଲିଛି । କିଏ ଜିତିବ ନୂଆପଡ଼ା ବାଜି ? କାହାର ହେବ ନୂଆପଡ଼ା ଗଡ଼ ? ଏହାକୁ ନେଇ ଦଳୀୟ ପ୍ରାର୍ଥୀଙ୍କ ସହ ଦଳ ଦଳ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ଏହାରି ଭିତରେ ନୂଆପଡ଼ା ଉପନିର୍ବାଚନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଗଣେଶ୍ବର ବେହେରା । ସେ କହିଛନ୍ତି, ବିଜେପି ଜଣ ମନ୍ତ୍ରୀଙ୍କୁ ଉପନିର୍ବାଚନ ଦାୟିତ୍ଵ ଦେବା ସ୍ୱାଭାବିକ । ଆମ ଦଳର ନେତା ବି ଦାୟିତ୍ଵରେ ଅଛନ୍ତି । ନୂଆପଡ଼ାରେ ତ୍ରିମୁଖୀ ଲଢେଇ ହେବ । କଂଗ୍ରେସର ସବଳ ପ୍ରାର୍ଥୀ ଅଛନ୍ତି । ଜୟ ଢୋଲକିଆ ବିଜେଡିରେ ଥିଲେ ଅନୁକମ୍ପା ପାଇଥାନ୍ତେ । କିନ୍ତୁ ଏବେ ତାଙ୍କୁ ପରିଣାମ ଭୋଗିବାକୁ ପଡିବ । ନୂଆପଡ଼ାରେ ବିଜେଡ଼ି ତା ଗଡ଼ ସୁରକ୍ଷିତ ରଖିବ ବୋଲି ଗଣେଶ୍ବର ଦୃଢ଼ୋକ୍ତି ପ୍ରକାଶ କହିଛନ୍ତି ।

ସେପଟେ, ନୂଆପଡ଼ା ଉପନିର୍ବାଚନ ପାଇଁ ଶୁକ୍ରବାର ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରହିଛି । ୧୯ ଜଣ ପ୍ରାର୍ଥୀ ୨୮ ଗୋଟି ନାମାଙ୍କନ ଦାଖଲ କରିଥିଲେ । ଯେଉଁଥିରୁ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ ହୋଇଥିବା ବେଳେ ଏବେ ରଣକ୍ଷେତ୍ରରେ ରହିଲେ ୧୪ ଜଣ ପ୍ରାର୍ଥୀ । ବିଜେପି, ବିଜେଡି ଓ କଂଗ୍ରେସ ଏଇ ତିନି ପ୍ରମୁଖ ଦଳ ଉପରେ ସମସ୍ତଙ୍କ ନଜର ରହିଛି କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝି ସମସ୍ତଙ୍କ ଆଗରୁ ପ୍ରଚାର ମଇଦାନକୁ ଓହ୍ଲାଇ ଥିବାବେଳେ ଏବେ ସମାଜ ଓ ଜାତି ଆତ୍ମୀୟଙ୍କ ପାଖରେ ପହଞ୍ଚି ସାଇଲେଣ୍ଟ ପ୍ରଚାର କରୁଛନ୍ତି ।

ଅନ୍ୟପଟେ ଶୁକ୍ରବାର ବିଜେପିରୁ ପ୍ରାର୍ଥୀ ଜୟ ଢୋଲକିଆ କୋମନା ବ୍ଲକର ୩ ନମ୍ବର ଜୋନ୍‌ରେ ପ୍ରଚାର କରିବାକୁ ଥିବାବେଳେ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପତ୍ନୀ କଳ୍ପନା ଢୋଲକିଆ ନୂଆପଡା ବ୍ଲକ୍‌ନମ୍ବର ଜୋନ୍‌ରେ ପ୍ରଚାର ଆରମ୍ଭ କରିବେ । ସେପଟେ ବିଜେଡି ମଧ୍ୟ କୋମନା ବ୍ଲକ୍‌ର ୩ ନମ୍ବର ଜୋନ୍‌ର ତିନୋଟି ପଞ୍ଚାୟତରେ ପ୍ରଚାର ଆରମ୍ଭ କରିବ ।