ଆଜି ଶେଷ ହେବ ଯୁଦ୍ଧ, ମାଟିରେ ମିଶିବ ଇରାନ ! ତେହେରାନକୁ ଧମକ ଆଉ ଚେତାବନୀ ଦେଲେ ଟ୍ରମ୍ପ୍, କହିଲେ...

NEWS7
10-dead-as-bolero-hits-truck-at-nuapada

ନ୍ୟୁୟର୍କ, ୧୩ /୦୩: ମଧ୍ୟପ୍ରାଚ୍ୟରେ ଘମାଘୋଟ ଲଢେଇ । ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଘନଘନ ମିସାଇଲ୍ ଆଟାକ୍ । ଇରାନ ମଧ୍ୟ କାଉଣ୍ଟର୍ ଦେଉଛି । ଯୁଦ୍ଧ କେବେ ସରିବ ସେନେଇ କୌଣସି ଆକଳନ କରି ହେଉନାହିଁ । ଏହା ଭିତରେ ଇରାନକୁ ଧମକ ଦେଇଛନ୍ତି ୟୁଏସ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ।

ଟ୍ରମ୍ପ୍ କହିଛନ୍ତି ଯେ, ଇରାନରେ ଆତଙ୍କବାଦୀ ଶାସନ ଚାଲିଛି । ଯାହାର ଆର୍ଥିକ ଏବଂ ସାମରିକ ମେରୁଦଣ୍ଡକୁ ଆମେରିକା ଧ୍ୱଂସ କରିଦେଉଛି । ଆମେରିକା ଯୁଦ୍ଧରେ ଜିତୁଛି । କିନ୍ତୁ କିଛି ଗଣମାଧ୍ୟମ ମିଛ ଖବର ଦେଖାଉଛନ୍ତି । ଯାହାକୁ ପଢିବା ପରେ ଲୋକେ ଠିକ୍ ଭାବେ ସତ୍ୟ ଜାଣିପାରୁ ନାହାଁନ୍ତି ।

ଏହି ଖବରଟି ପଢନ୍ତୁ... #IRAN_WAR ନୂଆ ସୁପ୍ରିମ୍ ଲିଡର ମୋଜତବା ଖାମେନି ଗୁରୁତର, କଟାଯାଇଛି ଗୋଟିଏ ଗୋଡ଼...ଚାଲିଛି ଗୁପ୍ତ ଚିକିତ୍ସା

ଟ୍ରମ୍ପ୍ ଆହୁରି କହିଛନ୍ତି ଯେ, ଇରାନର ନୌସେନା ଶେଷ ହୋଇସାରିଛି । ବାୟୁସେନାର ଆଗଭଳି ଜୋସ୍ ନାହିଁ । ମିସାଇଲ ଏବଂ ଡ୍ରୋନକୁ ନଷ୍ଟ କରି ଦିଆଯାଇଛି । ଅନେକ ଟପ୍ ନେତାଙ୍କୁ ମାଟିରେ ମିଶାଯାଇଛି । ଆମେରିକା ପାଖରେ ଅଦ୍ୱିତୀୟ ମିସାଇଲ ଏବଂ ବୋମା ରହିଛି । ଦୀର୍ଘଦିନ ଧରି ଯୁଦ୍ଧ ଲଢିବା ଭଳି ମିସାଇଲ୍ ରହିଛି । ସମସ୍ତ ଅସ୍ତ୍ରଶସ୍ତ୍ର ମହଜୁଦ ଅଛି । ଆଜି ପାଗଳ ଦୁଷ୍ଟମାନଙ୍କ ସହ କଣ ଘଟୁଛି ଦେଖିବାକୁ ବାକି ରହିଛି ।

ଆମେରିକା ରାଷ୍ଟ୍ରପତି ଆହୁରି କହିଛନ୍ତି ଯେ, ୪୭ ବର୍ଷ ଧରି ନୀରିହ ନାଗରିକଙ୍କୁ ଇରାନ ହତ୍ୟା କରୁଛି । ଏବେ ସେ ଆମେରିକାର ୪୭ ତମ ରାଷ୍ଟ୍ରପତି ଭାବେ ଇରାନ ଶାସକଙ୍କୁ ନିପାତ କରୁଛନ୍ତି । ଏହା କରିବା ବହୁତ ସମ୍ମାନର କଥା । ଆଜି ଇରାନରେ କଣ ହେବ ସାରା ଦୁନିଆ ଦେଖିବ ବୋଲି ଟ୍ରମ୍ପ୍ କହିଛନ୍ତି ।

ମୋଜତବାଙ୍କୁ ନେଇ ବଡ ଖବର

ଦି ସନ୍ ନାମକ ଏକ ଗଣମାଧ୍ୟମ ଇରାନର ନୂଆ ସର୍ବୋଚ୍ଚ ନେତା ମୋଜତବା ଖାମେନିଙ୍କୁ ନେଇ ଏକ ରିପୋର୍ଟରେ ବଡ କଥା କହିଛି । ରିପୋର୍ଚ ସେହି ସମୟରେ ସାମ୍ନାକୁ ଆସିଛି ଯେତେବେଳେ ମୋଜତବାଙ୍କ ପ୍ରଥମ ସନ୍ଦେଶ ସାମ୍ୱାକୁ ଆସିଥିଲା । ଯେଉଁଥିରେ ସେ ଗଲଫ୍ ଦେଶରେ ଆକ୍ରମଣ ଜାରି ରଖିବେ ବୋଲି କହିଥିଲେ । ଏହାସହ ଷ୍ଟ୍ରେଟ୍ ଅପ୍ ହରମୋଜକୁ ଇରାନ ନିଜ କବଜାରେ ରଖିଥିବା ପ୍ରକାଶ କରିଥିଲେ ।

ଦି ସନ୍ ରିପୋର୍ଟରେ କୁହାଯାଇଛି ଯେ, ମୋଜତବାଙ୍କ ଅବସ୍ଥା ଗୁରୁତର ରହିଛି । ସେ କୋମାରେ ଅଛନ୍ତି । ମୃତ୍ୟୁ ସହ ସଙ୍ଘର୍ଷ କରୁଛନ୍ତି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଇରାନର ସ୍ୱାସ୍ଥ୍ୟ ଏବଂ ଶିକ୍ଷାମନ୍ତ୍ରୀ ମହମ୍ମଦ ରଜା ଜପଗନ୍ଦିଙ୍କ ତତ୍ୱାବଧାନରେ ତାଙ୍କର ଚିକିତ୍ସା ଜାରି ରହିଛି । ,ଏତତ୍ ବ୍ୟତୀତ ଦି ସନ୍ କହିଛି ଯେ, ମୋଜତବା ଇରାନର ସେନା ୟୁନିଭର୍ସିଟି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । କଡା ସୁରକ୍ଷା ବଳୟରେ ତାଙ୍କର ଚିକିତ୍ସା ଚାଲିଛି । ତାଙ୍କର ଗୋଟିଏ ଗୋଡ କଟା ଯାଇଛି । ଯକୃତରେ ଆଘାତ ଲାଗିଛି । ତଥାପି ସେ କେବେ ଆହତ ହୋଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ଫେବ୍ରୁଆରୀ ୨ରେ ହୋଇଥିବା ଆକ୍ରମଣରେ ତାଙ୍କୁ ଆଘାତ ଲାଗିଥିବା ଚର୍ଚ୍ଚା ହେଉଛି ।