LIVE TV

ଉପକୂଳ ସୁରକ୍ଷା ଉପରେ ଗୁରୁତ୍ୱ, ବାଂଲାଦେଶୀଙ୍କୁ ଠାବ କରିବାକୁ ଡ୍ରୋନ୍ ମୁତୟନ

NEWS7
10-children-missing-of-muskan-home-in-keunjhar

ପଟ୍ଟାମୁଣ୍ଡାଇ ୧୧ଉପକୂଳ ଅଞ୍ଚଳରେ ବିଶେଷ କରି ବାଂଲାଦେଶୀ ଅନୁପ୍ରବେଶକାରୀ ଆଡ୍ଡା ଜମାଇବା ସହ ଦେଶ ପାଇଁ ବିପଦ ସୃଷ୍ଟି କରୁଛନ୍ତି । ଜଗତସିଂହପୁର ଜିଲ୍ଲାରୁ ବାଂଲାଦେଶୀ ଅନୁପ୍ରବେଶକାରୀ ମାନେ ଧରାପଡ଼ିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଉପକୂଳ ସୁରକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି କେନ୍ଦ୍ରାପଡ଼ା ଜିଲ୍ଲାରେ ମଧ୍ୟ ବାଂଲାଦେଶୀଙ୍କୁ ଧରିବା ଲାଗି ଯାଞ୍ଚ କରାଯାଉଛି । ବିଭିନ୍ନ ସ୍ଥାନରେ ବ୍ଲକିଂ କରି ଯାତ୍ରୀବାହୀ ବସ୍ ଓ ଅନ୍ୟ ଯାନବାହାନ ଗୁଡିକୁ ପୋଲିସ ଯାଞ୍ଚ କରୁଛି ।

ବଙ୍ଗୋପସାଗର ନିକଟ ତାଳଚୁଆ ଅଞ୍ଚଳରେ ତାଳଚୁଆ ମେରାଇନ୍ ଥାନା ପକ୍ଷରୁ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଧରିବା ଲାଗି ପାଟ୍ରୋଲିଂ ଜୋର୍ କରାଯିବା ସହ ଜେଟି ଅଞ୍ଚଳରେ ବ୍ଲକିଂ କରି ପରିଚୟ ଯାଞ୍ଚ କରୁଛି ପୋଲିସ ଏଥିସହ ଆକାଶମାର୍ଗରୁ ୧୫ କି.ମି.ପରିଧି ଭିତରେ ଡ୍ରୋନ୍ ମାଧ୍ୟମରେ ତୀକ୍ଷ୍ଣ ନଜର ରଖିଛି ପୋଲିସ ଯେଉଁଠି କିଛି ଅସାମାଜିକ ଗତିବିଧି ନଜର ଆସୁଛି ସଙ୍ଗେ ସଙ୍ଗେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଯାଉଛି ଆକାଶମାର୍ଗରୁ ବାଂଲାଦେଶୀଙ୍କ ଉପରେ ନଜର ରଖାଯାଇଛି