LIVE TV

କଟକରେ ବିଭିନ୍ନ ଡାଇଗ୍ନୋଷ୍ଟିକ୍ ସେଣ୍ଟର ଉପରେ ରେଡ୍‌, ସିଲ୍‌ ହେଲା ୨...

NEWS7
1-dead-and-5-injured-in-auto-accident-in-sambalpur

କଟକ: କନ୍ୟା ଭୃଣ ନଷ୍ଟ ଭଳି ଅପରାଧ ଏବେବି ଅନେକ ସ୍ଥାନରେ ଜାରି ରହିଛି। ଏଥିପାଇଁ ଅନେକ ସମୟରେ ସଚେତନତା କାର୍ଯ୍ୟକ୍ରମ ମଧ୍ୟ କରାଯାଉଛି। ହେଲେ ଏବେବି ସଂପୂର୍ଣ୍ଣ ଭାବରେ ରୋକାଯାଇପାରିନାହିଁ। ତେଣୁ ଏମିତିରେ ସତର୍କତା ଦୃଷ୍ଟିରୁ ମଙ୍ଗଳବାର କଟକ ସହରର ବିଭିନ୍ନ ଡାଇଗ୍ନୋଷ୍ଟିକ ଉପରେ ଚଢ଼ାଉ କରିଛି ସ୍ୱାସ୍ଥ୍ୟ ବିଭାଗ।

ରେଡ୍‌​‌ ବେଳେ ୨ଟି ଡାଇଗ୍ନୋଷ୍ଟିକ ସେଣ୍ଟରକୁ ସିଲ୍‌ କରାଯାଇଛି। ସେଥି ମଧ୍ୟରୁ ମଙ୍ଗଳାବାଗ ସ୍ଥିତ ଅରୋ ଡାଇଗ୍ନୋଷ୍ଟିକ୍ ସେଣ୍ଟରରେ ତାଲା ପକାଇବା ସହ ସମ୍ପୃକ୍ତ ସଂସ୍ଥା ବିରୁଦ୍ଧରେ ମାମଲା ରୁଜୁ କରିଛି ସ୍ୱାସ୍ଥ୍ୟ ବିଭାଗ।

ଅଧିକାରୀ କହିଛନ୍ତି, ୨୦୧୭ରୁ ଏହି ଡାଇଗ୍ନୋଷ୍ଟିକ ସେଣ୍ଟରର ଲାଇସେନ୍ସ ଅବଧି ସରିଛି। ହେଲେ ଏହା ସତ୍ତ୍ବେବି ଏଠାରେ ବେଆଇ ଦୈନିକ ଅଲଟ୍ରାସାଉଣ୍ଡ କରାଯାଉଥିଲା। ଏପରିକି ସଂସ୍ଥାର ରେଜିଷ୍ଟର ନଥିଲା ଏବଂ ଅନେକ କାର୍ଯ୍ୟ ବିନା ଲାଇସେନ୍ସରେ କରାଯାଉଥିଲା। ତେଣୁ ଏହାକୁ ସିଲ୍‌ କରାଯାଉଛି। ସେପଟେ ରେଜିଷ୍ଟ୍ରେସନ ଜନିତ ସମସ୍ୟା ରହିଛି। କିନ୍ତୁ ଏଠାରେ କୌଣସି ବେଆଇନ କାମ ହେଉନଥିଲା ବୋଲି ଡାଇଗ୍ନୋଷ୍ଟିକ ସେଣ୍ଟର ମାଲିକ କହିଛନ୍ତି।