LIVE TV

ଇଣ୍ଟର ମେଡିକାଲ କଲେଜ ମିଟ୍‌ରେ ଗଣ୍ଡଗୋଳ ଘଟଣା, ଇଭେଣ୍ଟ ବନ୍ଦ ନିଷ୍ପତ୍ତିକୁ ବିରୋଧ କରି ଛାତ୍ରଛାତ୍ରୀଙ୍କ ପ୍ରତିବାଦ

NEWS7
01-august-horoscope

ବ୍ରହ୍ମପୁର: ଏମକେସିଜିରେ ଇଣ୍ଟର ମେଡିକାଲ କଲେଜ ମିଟ ସମୟରେ ଗଣ୍ଡଗୋଳ ଘଟଣାକୁ ନେଇ ମଙ୍ଗଳବାର ବସିଥିବା କାଉନସିଲ ବୈଠକରେ କର୍ତ୍ତୃପକ୍ଷ ଚଳିତ ବର୍ଷ ମିଟ୍‌ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ମେଡିକାଲ କଲେଜ ମିଟ୍‌ ବନ୍ଦ ନିଷ୍ପତ୍ତିକୁ ନେଇ ଏମକେସିଜି ମେଡିକାଲ କଲେଜ ଡିନ ପ୍ରଫେସର ଡାକ୍ତର ସୁଚିତ୍ରା ଦାସ କହିଛନ୍ତି, ଘଟଣା ପରେ ଚଳିତ ବର୍ଷ ଇଭେଣ୍ଟ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ହେଲେ ସେପଟେ ଇଣ୍ଟର ମେଡିକାଲ କଲେଜ ମିଟ୍ ବନ୍ଦକୁ ପ୍ରତିବାଦ କରି ଧାରଣାରେ ବସିଛନ୍ତି ଡାକ୍ତର ଛାତ୍ରଛାତ୍ରୀ ।  

ସୂଚନାଥାଉକି, ସୋମବାର ସନ୍ଧ୍ୟାରେ ବୁର୍ଲା, କଟକ ଏସସିବି ମେଡିକାଲର ଛାତ୍ରଛାତ୍ରୀମାନେ ଏମକେସିଜି ମେଡିକାଲକୁ ଆସିଥିଲେ। କଟକ ଓ ବୁର୍ଲା ଛାତ୍ରମାନଙ୍କ ସହ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଛାତ୍ର ମାନଙ୍କ ସହ ଗଣ୍ଡଗୋଳ ହୋଇଥିଲା। ଏମକେସିଜି ମେଡିକାଲ କଲେଜ ୩ ନମ୍ବର ହଷ୍ଟେଲ ସମ୍ମୁଖରେ ହୋଇଥିବା ଗଣ୍ଡଗୋଳରେ କଟକ ଏସସିବି ମେଡିକାଲ, ବୁର୍ଲା ମେଡ଼ିକାଲ ଓ ଏମକେସିଜି ମେଡିକାଲ କଲେଜର କିଛି ଛାତ୍ର ଆହତ ହୋଇଥିଲେ। ତେବେ ବିଳମ୍ବିତ ରାତିରେ ଏମକେସିଜି ମେଡିକାଲରେ ଚିକିତ୍ସିତ ହୋଇ ଫେରିଥିଲେ ଛାତ୍ର।

ଏମିତିରେ ଏହି ଘଟଣାକୁ ନେଇ ମଙ୍ଗଳବାର ଅପରାହ୍ନରୁ ଏମକେସିଜି ମେଡିକାଲ କଲେଜରେ ଗୁରତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଆଉ ବୈଠକରେ ମିଟ୍‌ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଥିଲା। ହେଲେ ଏହାକୁ ବିରୋଧ କରି ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ। ସେମାନେ ଦାବି କରିଛନ୍ତି ଇଣ୍ଟର ମେଡିକାଲ କଲେଜ ମିଟ ବନ୍ଦ ନକରି ଚାଲୁ ରଖାଯାଉ।