LIVE TV

ସମ୍ଭାବ୍ୟ ବାତ୍ୟା ପ୍ରସ୍ତୁତି : ନିରବଚ୍ଛିନ୍ନ ବିଦ୍ୟୁତ ପାଇଁ ଜେନେରେଟର ବ୍ୟବସ୍ଥା, ରନ୍ଧା ଖାଦ୍ୟ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ

NEWS7
୪-ବର୍ଷର-ନାବାଳିକାଙ୍କୁ-ଦୁଷ

ଭୁବନେଶ୍ବର ୧୦: ସମ୍ଭାବ୍ୟ ବାତ୍ୟା ପାଇଁ ସରକାର ସଜାଗ ଅଛନ୍ତି ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି । ମୁଖ୍ୟମନ୍ତ୍ରୀ ନିଜେ ତଦାରଖ କରୁଛନ୍ତି ସବୁ ଅଧିକାରୀଙ୍କୁ ଆଲର୍ଟରେ ରଖାଯାଇଛି ଜଳବନ୍ଦୀ ପଏଣ୍ଟକୁ ନଜରରେ ରଖାଯାଇଛି ନିରବଚ୍ଛିନ୍ନ ବିଦ୍ୟୁତ ପାଇଁ ଜେନେରେଟର ବ୍ୟବସ୍ଥା ହୋଇଛି ଲୋକଙ୍କ ପାଇଁ ରନ୍ଧା ଖାଦ୍ୟ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଗଭୀର ଅବପାତରେ ପରିଣତ ହୋଇଛି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ସକାଳ ସାଢେ ୫ଟାରେ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଛି । ସମ୍ଭାବ୍ୟ ବାତ୍ୟାକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶକୁ ରେଡ୍ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ଆନ୍ଧ୍ରପ୍ରଦେଶର କିଛି ଜିଲ୍ଲା ପାଇଁ ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ରେଡ୍ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ଉପକୂଳ ସମେତ ଦକ୍ଷିଣ ଓଡ଼ିଶା ପାଇଁ ରେଡ୍ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ଓଡ଼ିଶାକୁ ୨୮ ଓ ୨୯ ତାରିଖ ପାଇଁ ରେଡ୍ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି ।

ସେପଟେ ସମ୍ଭାବ୍ୟ ବାତ୍ୟାକୁ ନେଇ ୧୪ଟି ଜିଲ୍ଲାର ଜଳ ସମ୍ପଦ ବିଭାଗର ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି ।  ଏ ନେଇ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ ସୂଚନା ଦେଇଛନ୍ତି । IMD ଆକଳନ କରିଛି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବ ଲଘୁଚାପ । ୨୮୨୯ ରାତିରେ ଲ୍ୟାଣ୍ଡଫଲ୍ କରି ମାଲକାନଗିରି ଜିଲ୍ଲା ଦେଇ ଯିବ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲା ପ୍ରଭାବିତ ହେବ ପ୍ରବଳରୁ ଅତି ପ୍ରବଳ ବର୍ଷା ବି ହେବ ବାତ୍ୟାର ସମ୍ଭାବ୍ୟ ସ୍ଥିତିକୁ ଦେଖି ଜଳଭଣ୍ଡାର ଉପରେ ନଜର ରଖାଯାଇଛି ଆବଶ୍ୟକ ସ୍ଥଳେ ଜଳଭଣ୍ଡାରରୁ ଜଳ ନିଷ୍କାସନ ହେବ ଗଜପତି ଜିଲ୍ଲାର ହରଭଙ୍ଗୀ ଜଳଭଣ୍ଡାର ଓ ରାୟଗଡା ଜିଲ୍ଲାର ବଡ଼ନଳାର ଜଳଧାରଣକୁ ଖସାଇ ୯୦% କୁ ଅଣାଯାଇଛି ଆବଶ୍ୟକ ପଡିଲେ ଆହୁରି ଖାଲି ହେବ ପ୍ରଭାବିତ ଆଶଙ୍କା ଜିଲ୍ଲାରେ ସରକାରୀ ଅଧିକାରୀଙ୍କ ଛୁଟି ୩୦ ତାରିଖ ଯାଏଁ ବାତିଲ କରାଯାଇଛି ଜଳଭଣ୍ଡାର ସ୍ଥିତି ନେଇ ପୁଣି ସମୀକ୍ଷା ହେବ ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।