ବାଇକ୍‌ରୁ ପେଟ୍ରୋଲ କାଢ଼ି ଆସିଥିଲେ ବସ୍‌ରେ, ହାତରୁ ଲାଇଟର ଛଡାଇବା ପରେ ବର୍ତ୍ତିଗଲା ୪ ଜୀବନ

NEWS7
୨୫ରେ-ସରିବ-ମହାନଦୀ-ବଞ୍ଚାଅ-ଅ

ନୂଆପଡା ୧୪।୩: ଶୁଣିଲାନି ଖଡ଼ିଆଳ ପୋଲିସ, ଶେଷରେ କୋର୍ଟ ଆଗରେ ଦମ୍ପତି କଲେ ଏମିତି । ପାଖରେ ଥିଲେ ଦୁଇ କୁନି କୁନି ଶିଶୁ । ଜଣଙ୍କୁ ୭ ବର୍ଷ ଆଉ ଜଣଙ୍କୁ ୫ ବର୍ଷ । ସେମାନେ ବି କରିଥାନ୍ତେ କ’ଣ । ବାପା-ମା’ଙ୍କ ନିଷ୍ପତ୍ତିକୁ ମାନି ନେଇଥିଲେ ଯେମିତି । କିଛି ଅଘଟଣ ଘଟିବା ଆଗରୁ ଦେଖିଦେଇଥିଲେ ଜଣେ ଯୁବକ । ଆଉ ତାପରେ…

ଏ ଖବର ବି ପଢ଼ନ୍ତୁ:- ଜେଲ୍‌ରେ ହାଇ ସିକ୍ୟୁରିଟି ବ୍ଲକ୍‌ରେ ରହୁଥିଲା, ମାରିଦେଲେ କି ଶ୍ବଶୁର ଘର ?

ବର୍ତ୍ତିଗଲା ଚାରି ଜୀବନ:

ନୂଆପଡା ଜିଲ୍ଲା କୋର୍ଟ ଆଗରେ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ ବେଳେ ଅଳ୍ପକେ ବର୍ତ୍ତିଲେ ପରିବାର । ଆତ୍ମାହୁତି ଉଦ୍ୟମ କରିଥିବା ପରିବାର ଖଡ଼ିଆଳ ଥାନା ଡୁଆଝର ଗାଁର ଦମ୍ପତି ଏବଂ ତାଙ୍କର ୭ ଓ ୫ ବର୍ଷର ଦୁଇ ପୁଅ ମଧ୍ୟ ଅଛନ୍ତି । ସେମାନଙ୍କ ଦେହରେ ମଧ୍ୟ ପେଟ୍ରୋଲ ଢଳା ହୋଇ ସାରିଥିଲା । ସ୍ୱାମୀ-ସ୍ତ୍ରୀ ଦେହରେ ପେଟ୍ରୋଲ ଢ଼ାଳିବା ସମୟରେ ପାଖରେ ଥିବା ଜଣେ ଯୁବକ ଦେଖିବା ପରେ ଦୌଡ଼ିଯାଇ ହାତରୁ ଲାଇଟର ଛଡାଇନେଇଥିଲେ । ପରେ ନୂଆପଡା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ୪ ଜଣଙ୍କୁ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଛି ।

ଏ ଖବର ବି ପଢ଼ନ୍ତୁ:- ଚାରିଦିନ ହେଲା ଉପଦ୍ରବ କରୁଥିଲା, ମକା କିଆରୀରୁ ମିଳିଲା ମୃତଦେହ

କାହିଁକି ନେଇଥିଲେ ଏମିତି ନିଷ୍ପତି:

ଡୁଆଝର ବସ୍ତିରେ ଦୀର୍ଘ ବର୍ଷ ହେବ ଏହି ମେହେର ପରିବାର ରହି ଆସୁଛନ୍ତି । ତେବେ ଜାଗା ଛାଡି ସେଠାରୁ ଅନ୍ୟତ୍ର ଚାଲିଯିବା ପାଇଁ ପଡୋଶୀ ବୋଜ ପଟେଲଙ୍କ ପରିବାର କୁଆଡେ ସବୁଦିନ ଝଗଡା କରିବା ସହ ମାରପିଟ କରୁଛନ୍ତି । ଏହାକୁ ନେଇ ଦୁଇ ବର୍ଷ ହେବ ଖଡ଼ିଆଳ ଥାନାରେ ଲିଖିତ ଅଭିଯୋଗ କଲେ ବି ପୋଲିସ ଏକ ମାମଲା ରୁଜୁ କରି ଚୁପ ହୋଇ ବସୁଛି । ଶୁକ୍ରବାର ରାତିରେ ଏହି ପରିବାର ପ୍ରତି ହୋଇଥିବା ଏକଥନୀୟ ନିର୍ଯାତନା ସହିନପାରି ଶନିବାର ନୂଆପଡ଼ା ଜିଲ୍ଲା ମୁଖ୍ୟ ନ୍ୟାୟାଳୟ ସାମ୍ନାରେ ନିଜ ଏବଂ ଦୁଇ ପୁଅଙ୍କ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ । ଘରୁ ନିଜ ବାଇକ୍ରୁ ଚାରି ଲିଟର ପେଟ୍ରୋଲ ଧରି ବସ୍ରେ ଆସିଥିବା କହୁଛନ୍ତି ଆତ୍ମାହୁତି ଉଦ୍ୟମ କରିଥିବା ଦମ୍ପତି । ଅରବିନ୍ଦ ସାହୁ ନାମକ ଜଣେ ଯୁବକ ହାତରୁ ଲାଇଟର ଛଡାଇବା ପରେ ବର୍ତ୍ତିଗଲା ଚାରି ଜୀବନ । ନୂଆପଡା ଥାନା ପୋଲିସ ସମସ୍ତଙ୍କୁ ଉଦ୍ଧାର କରି ଅଧିକ ତଦନ୍ତ ଜାରି ରଖିଛି ।