ଜାନୁଆରୀ ୨୨ରୁ କୃଷି ଓଡ଼ିଶା ୨୦୨୬, ପୂର୍ବବର୍ଷ ଠାରୁ ହେବ ଆହୁରି ଅଧିକ ବିଶାଳ

NEWS7
ସ୍ନାନ-ପରେ-ପ୍ରଭୁଙ୍କ-ଗଜାନନ

ଭୁବନେଶ୍ୱର: ଜାନୁଆରୀ ୨୨ରୁ ଆରମ୍ଭ ହେବାକୁ ଯାଉଛି ଓଡ଼ିଶାର କୃଷି ମହାକୁମ୍ଭ - କୃଷି ଓଡ଼ିଶା ୨୦୨୬। ସ୍ଥାନୀୟ ବରମୁଣ୍ଡାସ୍ଥିତ ବିଜୁ ପଟ୍ଟନାୟକ ଖେଳପଡ଼ିଆରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ। ରାଜ୍ୟ ସରକାର ଓ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ମିଳିତ ପ୍ରୋତ୍ସାହନରେ ଏଥର ଏହା ପୂର୍ବବର୍ଷ ଠାରୁ ମଧ୍ୟ ଅଧିକ ବ୍ୟାପକ ଓ ବିଶାଳ ହେବାକୁ ଥିବାବେଳେ ଏହା ଜାନୁଆରୀ ୨୪ ପର୍ଯ୍ୟନ୍ତ ଚାଲିବ।

ତେବେ ଚଳିତ ବର୍ଷର ଥିମ୍ ରହିଛି "ଅନ୍ତର୍ଭୁକ୍ତିକରଣ ମାଧ୍ୟମରେ ସହନଶୀଳ କୃଷି"। ବହୁ ସଂଖ୍ୟକ ଚାଷୀ, କୃଷି ବୈଜ୍ଞାନିକ, କୃଷି ଗବେଷକ ଓ ନୀତି ନିର୍ଦ୍ଧାରକଙ୍କ ସମ୍ମେଳନ ହେବ କୃଷି ଓଡ଼ିଶା ୨୦୨୬। କୃଷି ଶିକ୍ଷା ଶିବିର, ଆଧୁନିକ କୃଷି ଯନ୍ତ୍ରପାତି ପ୍ରଦର୍ଶନ ଓ ଡେମନଷ୍ଟ୍ରେସନ୍, କୃଷି ସମ୍ବନ୍ଧୀୟ ଉନ୍ନତ ଜ୍ଞାନ କୌଶଳର ପ୍ରଦର୍ଶନ ଇତ୍ୟାଦି ମାଧ୍ୟମରେ ଓଡ଼ିଶାର ଚାଷୀ ଭାଇ ଭଉଣୀଙ୍କୁ ଆହୁରି ସଶକ୍ତ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ।

ଏହି ପରିପ୍ରେକ୍ଷୀରେ ଶନିବାର ଲୋକସେବା ଭବନରେ କୃଷି ଓଡ଼ିଶା -୨୦୨୬ ପ୍ରସ୍ତୁତି ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ କୃଷି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ ଅରବିନ୍ଦ କୁମାର ପାଢ଼ୀ, ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ପ୍ରସ୍ତୁତି ବିଷୟରେ ଅବଗତ କରାଇଥିଲେ। ଏହି ଅବସରରେ ଉଦ୍ୟାନ କୃଷି ନିର୍ଦ୍ଦେଶକ କାଲୁଙ୍ଗେ ଗୋରଖ ୱାମନ, ବିଭାଗୀୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।