ରାତାରାତି ବଦଳିଗଲା ବସ୍ତି ବାସିନ୍ଦାଙ୍କ ଭାଗ୍ୟ: ଲଟେରୀ ମାଧ୍ୟମରେ ବଣ୍ଟନ ହେଲା ପକ୍କା ଘର

NEWS7
ସ୍କୁଲ-ହତା-ଭିତରେ-ଟ୍ରାନ୍ସଫ

ଭୁବନେଶ୍ୱର: ଲଟେରୀରେ ଜିତିଲେ ସ୍ୱପ୍ନର ଘର। ବସ୍ତିରେ ରହୁଥିବା ମଳି ମୁଣ୍ଡିଆଙ୍କ ଭାଗ୍ୟ ରାତାରାତି ବଦଳିଗଲା। ବସ୍ତିର ମାଟି ଝାଟି ଘରେ ରହୁଥିଲେ ଏବେ ରହିବେ ପକ୍କା ଘରେ। କମ୍ୟୁନିଟି ସେଣ୍ଟର୍, ଶିଶୁ ପାର୍କର ସୁବିଧା ମିଳିବ। ଭୁବନେଶ୍ଵର ଆମ୍ବତୋଟା ବସ୍ତି, ସରସ୍ଵତୀ ବସ୍ତି, ନୀଳମାଧବ ବସ୍ତି,ସାଲିଆ ସାହି, ମା ଭଗବତୀ ବସ୍ତି ଭଳି ୧୦ ଟି ବସ୍ତିରେ ରହୁଥିବା ଯୋଗ୍ୟ ହିତାଧିକାରୀଙ୍କୁ ଆଜି ପ୍ରଥମ ଫେଜ ଲଟେରୀ ମାଧ୍ୟମରେ ଗୃହ ବଣ୍ଟନ କରାଯାଇଛି।

ବିଏମସି ଏକାମ୍ର ହଲରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର, ଭୁବନେଶ୍ୱର ମେୟର ସୁଲୋଚନା ଦାସଙ୍କ ଉପସ୍ଥିତିରେ ଲଟେରୀ ହୋଇଥିଲା। ଆବାସିକ ପ୍ରକଳ୍ପର ହିତାଧିକାରୀଙ୍କୁ ଗୃହ ଆବଣ୍ଟନ କରିଥିଲେ ମନ୍ତ୍ରୀ। ୧୬୭ ଜଣ ଯୋଗ୍ୟ ହିତାଧିକାରୀ ଲଟେରୀରେ ଅଂଶ ଗ୍ରହଣ କରିଥିଲେ। ୧୬୭ ହିତାଧିକାରୀଙ୍କ ମଧ୍ୟରୁ ବିଡିଏ ପକ୍ଷରୁ ମଧ୍ୟ ୨୧ ହିତାଧିକାରୀ ଏହି ଗୃହ ପାଇଛନ୍ତି।

ବୁଧବିହାରରେ ସ୍ଥାୟୀ ଘର ପାଇବେ ସମସ୍ତ ହିତାଧିକାରୀ। ଏବେ ଘର ପାଇଁ କିସ୍ତି ଆକାରରେ ଦେଢ଼ ଲକ୍ଷ ଟଙ୍କା ଦେବେ। ମେଣ୍ଟେନାନ୍ସ ଚାର୍ଜ ଦେବାକୁ ପଡ଼ିବ। ଏବେ ଯେଉଁ ସାଇଜରେ ଘର ପ୍ରଦାନ କରାଯାଉଛି ଆଗକୁ ବଡ ସାଇଜ ପ୍ରଦାନ କରାଯିବ। ଆଗକୁ ଆହୁରି ଯୋଗ୍ୟ ଲୋକଙ୍କୁ ଘର ଦିଆଯିବ। ଫେକ୍ ଡକ୍ୟୁମେଣ୍ଟ କିମ୍ବା ଏବେ ଏବେ ବସ୍ତିଘରେ ରହିଥିବେ ତାଙ୍କୁ ଘର ଦିଆଯିବ ନାହିଁ। କିନ୍ତୁ ଟ୍ରାଞ୍ଜିଟ ହାଉସକୁ ପଠେଇ ଦିଆଯିବ। ତାଙ୍କ କାଗଜପତ୍ର ଯାଞ୍ଚ ପରେ ଘର ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

ଭତ୍ତା, ଚାଉଳ ଆଦି ସବୁ ଗୋଟିଏ ଜାଗାରେ ପାଇବେ। ପାଠ ପଢିବା ପାଇଁ ବ୍ୟବସ୍ଥା ନିକଟସ୍ଥ ସ୍କୁଲରେ କରାଯିବ। ଭଲ ବାତାବରଣ ସୃଷ୍ଟି କରନ୍ତୁ। ପରିବାର ର କୌଣସି ସଦସ୍ୟ ବେନିୟମ କାମରେ ଲିପ୍ତ ହେଲେ ଘର ଆଲର୍ଟକୁ ତୁରନ୍ତ କ୍ୟାନସେଲ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଏହି ଅବସରରେ ବିଏମସି କମିଶନର ଓ ମେୟର ସବୁ ହିତାଧିକାରୀଙ୍କୁ ଶୁଭେଛା ଜଣାଇଛନ୍ତି।