ସିରିୟାରେ ଆମେରିକରା ଅପେରସନ ହକ୍ ଆଇ : ଆକାଶରୁ ବୋମା ବର୍ଷା, ନିହତ ହେଲେ ଆତଙ୍କୀ

NEWS7
ସୁପ୍ରିମକୋର୍ଟ-ରେ-ବିଜେପିକୁ

ନ୍ୟୁୟର୍କ, ୧୧/୦୧:ଆଇଏସଆଇଏସ ବିରୋଧରେ ଆମେରିକାର ଆକ୍ସନ୍ । ଆଇଏସର ଆତଙ୍କବାଦୀଙ୍କ ଉପରେ ପୁଣି ଥରେ ଏୟାର ଷ୍ଟ୍ରାଇକ୍ କରିଛି ଆମେରିକା । ଗତ ମାସରେ ଆମେରିକାର ତିନି ଜଣ ନାଗରିକଙ୍କୁ ହତ୍ୟା ପରେ ଶନିବାର ସିରିୟାରେ ୟୁଏସର ଏହି ଅପରେସନ କରିଛି ।

ୟୁଏସ ସେଣ୍ଟ୍ରାଲ୍ କମାଣ୍ଡ କହିଛି ଯେ, ଶନିବାର ଦିନ୧୨ଟା୩୦ରେ ସିରିୟାରେ ବାୟୁ ସେନା ଏୟାର ଷ୍ଟ୍ରାଇକ୍ କରିଛି । ଅନ୍ୟ ସହଯୋଗୀ ଦେଶ ସହ ମିଳିତ ଭାବେ ଅପରେସନ୍ ସଫଳ ହୋଇଛି । ଆତଙ୍କବାଦୀଙ୍କ ଏକାଧିକ ଆଡ୍ଡା ଉପରେ ବୋମା ବର୍ଷଣ ହୋଇଥିଲା । ଯେଉଁଥିରେ ଅନେକ ଆଇଏସ ଆତଙ୍କୀ ନିହତ ହୋଇଛନ୍ତି ।

ସେଣ୍ଟ୍ରାଲ୍ କମାଣ୍ଡ ଆହୁରି କହିଛି ଯେ, ସିରିୟାର ସବୁ ଜାଗାରେ ଆକ୍ରମଣ ହୋଇଛି । ଆଇଏସର ଆଡ୍ଡାକୁ ଧ୍ୱଂସ କରାଯାଇଛି । ଆମେରିକା ସେନାଙ୍କୁ ଆକ୍ରମଣ ଘଟଣାରେ ଏହା ପ୍ରତିଶୋଧ । ଯାହା ଆଗକୁ ଜୋରଦାର ହେବ । ଯଦି ଆତଙ୍କବାଦୀ ସୈନ୍ୟଙ୍କୁ ହତ୍ୟା କରେ ତାହାଲେ ଛଡାଯିବନି । ବିଶ୍ୱର ଯେଉଁଠି ଲୁଚିଲେ ବି ଆମେରିକା ଖୋଜିକରି ମାରିବ ।

ଅପରେସନ୍ ହକ୍ ଆଇ ଷ୍ଟ୍ରାଇକ୍ ନାଁ ଅପରେସନକୁ ସଫଳ କରାଯାଇଛି । ଯାହାକୁ ଆମେରିକା ଗତ ବର୍ଷ ଡିସେମ୍ବର୧୯ତାରିଖରେ ଆରମ୍ଭ କରିଥିଲା । ଡିସେମ୍ବର୧୩ତାରିଖରେ ଆଇଏସ ସଙ୍ଗଠନ ଆମ୍ବୁସ୍ କରି ସିରିୟା ଏବଂ ଆମେରିକୀୟ ସେନା ଉପରେ ଆକ୍ରମଣ କରିଥିଲା । ଯେଉଁଥିରେ ୟୁଏସର ତିନି ଜଣ କମାଣ୍ଡୋ ପ୍ରାଣ ହରାଇଥିଲେ । ଏହାପରେ ଡିସେମ୍ବର୨୫ତାରିଖରେ ଟ୍ରମ୍ପ୍ ସିରିୟାରେ ଆତଙ୍କବାଦୀ କ୍ୟାମ୍ପ୍ ଉପରେ ବଡ ଷ୍ଟ୍ରାଇକ୍ କରିଥିଲେ । ଏହାସହ ମୃତ ଆତଙ୍କବାଦୀଙ୍କୁ ବଡ ଦିନର ଶୁଭେଚ୍ଛା ଜଣାଇଥିଲେ ।