ରାତି ୧୦ଟାରେ କରିଥିଲେ ଚେକ୍ ଇନ୍, ସକାଳୁ ସରିଗଲା ସବୁ…୨୦୬ ନମ୍ବର ରୁମ୍‌ରେ ଘଟିଲା କ’ଣ ?

NEWS7
ସାରା-ରାଜ୍ୟରେ-୧୨-ଘଣ୍ଟିଆ-ଅଟ

ଭୁବନେଶ୍ୱର ୨୦।୦୨ : ରୁମ୍ ନମ୍ବର ୨୦୬ । ଯେଉଁଠି ଲୁଚିଛି ପ୍ରେମିକ ମୃତ୍ୟୁର ଗୁମର । ପୋଲିସ କରୁଛି ଛାନ୍ଭିନ୍ । ଖୁବଶୀଘ୍ର ପଦାକୁ ଆସିବ ସତ । ହୋଟେଲ୍ ରୁମ୍ରୁ ପ୍ରେମିକର ମୃତଦେହ ମିଳିବା ପରେ ବିଭିନ୍ନ ଦିଗକୁ ନେଇ ଛାନ୍ଭିନ୍ କରୁଛି ପୋଲିସ ।

ଗାର୍ଲଫ୍ରେଣ୍ଡ ସହ ହୋଟେଲ୍ ଆସିଥିଲେ ବିବୁନା ପ୍ରଧାନ। ସେଠାରେ ଖାଦ୍ୟ ଖାଇବା ପରେ ଉଭୟ ଶୋଇବାକୁ ଯାଇଥିଲେ। ହେଲେ ଶୁକ୍ରବାର ଦିନ ହଠାତ୍ ଲିଙ୍ଗରାଜ ଥାନା ପୋଲିସକୁ ଆସିଥିଲା ଫୋନ୍ କଲ୍ । ଯେଉଁଥିରେ ହୋଟେଲରେ ଯୁବକ ସନ୍ଦେହ ଜନକ ଅବସ୍ଥାରେ ପଡିଥିବାର ଖବର ଆସିଥିଲା । ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲକୁ ନେଇଥିଲା । ହେଲେ ସେଠାରେ ଡାକ୍ତର ଉକ୍ତ ଯୁବକଙ୍କୁ ମୃତ ଘୋଷଣା କରିଛନ୍ତି ।

ଏ ଖବର ବି ପଢନ୍ତୁ:- ଗାର୍ଲଫ୍ରେଣ୍ଡ ସହ ହୋଟେଲକୁ ଆସିଥିଲେ ଯୁବକ, ଏବେ ମିଳିଲା ମୃତଦେହ

ତେବେ ଏଇଠି ହିଁ ଘଟଣାରେ ଆସିଛି ଟ୍ୱିଷ୍ଟ। ଯୁବକଙ୍କ ସାଥିରେ ଥିବା ଯୁବତୀ ଜଣଙ୍କର ପତ୍ତା ମିଳୁନି । ସକାଳୁ ସକାଳୁ ହୋଟେଲରୁ ଯୁବତୀ ଜଣଙ୍କ ଗାଏବ ହୋଇଯାଇଛନ୍ତି। ଯୁବତୀଙ୍କ ସଂପର୍କରେ ହୋଟେଲରେ କୌଣସି ସଠିକ୍ ତଥ୍ୟ ନାହିଁ। ସେ କୁଆଡେ ଯାଇଛନ୍ତି। ସେନେଇ ମଧ୍ୟ ହୋଟେଲ କର୍ମଚାରୀଙ୍କ ଜଣାଇନାହାନ୍ତି। କମିଶନରେଟ ପୋଲିସ ଘଟଣାସ୍ଥଳରୁ ଛାନ୍ଭିନ୍ ଆରମ୍ଭ କରିଛି। ଏହାସହ ହୋଟେଲ ପରିସରରେ ଥିବା ସିସିଟିଭି ଫୁଟେଜକୁ ମଧ୍ୟ ତନତନ କରି ଯାଞ୍ଚ କରୁଛି। ଗୁରୁବାର ରାତିରେ ହୋଟେଲ ରୁମରେ କଣ ଘଟିଲା। ତାକୁ ନେଇ ମଧ୍ୟ ଖୋଲତାଡ ଜାରି ରଖିଛି କମିଶନରେଟ ପୋଲିସ। ରାତି ୧୦ଟାରେ ଉଭୟ ଚେକ୍ ଇନ୍ କରିଥିଲେ । ରୁମ୍ ନମ୍ବର ୨୦୬ରେ କଣ ଘଟିଲା । ତାକୁ ନେଇ ଯାଞ୍ଚ କରୁଛି ପୋଲିସ ।

ଏ ଖବର ବି ପଢନ୍ତୁ:- ମହମ୍ମଦ ସାମିଙ୍କୁ ସୁପ୍ରିମ୍‌କୋର୍ଟଙ୍କ ନୋଟିସ୍, ପତ୍ନୀ ହସିନ ଜାହାଁ ଆଣିଲେ ନୂଆ ଦାବି