Middle eastb war: ଘନଘଟା ଭିତରେ କମାଲ କଲେ ଓଡ଼ିଆ କ୍ୟାପଟେନ୍‌, ଶିବାଲିକ ପରେ ପହଞ୍ଚିଲା ‘ନନ୍ଦା ଦେବୀ’

NEWS7
ସମ୍‌ରେ-ଓରିଏଣ୍ଟେସନ୍-କାର୍ଯ

ବଲାଙ୍ଗିର ୧୭/୦୩: ଥମୁନି ଇରାନ-ଆମେରିକା ମଧ୍ୟପ୍ରାଚ୍ୟ ଯୁଦ୍ଧ । ଘନଘନ ମିଶାଇଲ ଓ ଡ୍ରୋନ୍ ମାଡ଼ରେ ଅଶୋଧିତ ତୈଳ ଏବଂ ଗ୍ୟାସ ଆମଦାନୀ ପ୍ରଭାବିତ ହୋଇଛି । କିଛିଦିନ ହେଲା ଇରାନ ଅକ୍ତିଆରରେ ଥିବା ହର୍ମୁଜ ପ୍ରଣାଳୀରୁ ଜାହାଜ ଚଳାଚଳ ବନ୍ଦ କରି ଦିଆଯିବା ପରେ ଭାରତରେ ରନ୍ଧନ ଗ୍ୟାସର୍ ଉତ୍କଟ ଅଭାବ ଆରମ୍ଭ ହୋଇଛି । ଯୁଦ୍ଧର ଘନଘଟା ତରେ କେନ୍ଦ୍ର ସରକାରଙ୍କ ଉଦ୍ୟମରେ ଦେଶକୁ ଦୁଇଟି ଏଲ୍ପିଜି ଗ୍ୟାସ୍ କଣ୍ଟେନର ଭର୍ତ୍ତ ଜାହାଜ ‘ନନ୍ଦାଦେବୀ’ ଏବଂ ‘ଶିବାଲିକ’ ପହଞ୍ଚିଛି ।

‘ନନ୍ଦାଦେବୀ’କୁ ଧୈର୍ଯ୍ୟର ସହ ହର୍ମୁଜ ପ୍ରଣାଳୀ(ଷ୍ଟ୍ରେଟ ଅଫ ହର୍ମୁଜ) ଅତିକ୍ରମ କରାଇ ଭାରତ ଆଣିଛନ୍ତି ଓଡ଼ିଆ ପୁଅ କ୍ୟାପଟେନ ଧୀରଜ ଅଗ୍ରୱାଲ । ସେ ସୁରକ୍ଷିତ ଭାବରେ ଭାରତ ଫେରିବା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି । ଧୀରଜ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିର ବାସିନ୍ଦା ଏବଂ ବଲାଙ୍ଗିର ସହରର ଜ୍ୱାଇଁ ।

ସୂଚନାଥାଉକି, କଣ୍ଟାବାଞ୍ଜି ସହରର ସ୍ୱର୍ଗତ ରମେଶ ଅଗ୍ରୱାଲ ଏବଂ ମା’ ସନ୍ତୋଷ ଅଗ୍ରୱାଲଙ୍କ ପୁଅ ଧୀରଜ ଉଚ୍ଚଶିକ୍ଷା ସମାପ୍ତ ପରେ ମୁମ୍ବାଇସ୍ଥିତ ମେରିଟାଇମ ଟ୍ରେନିଂ ଇନଷ୍ଟିଚ୍ୟୁଟରୁ ନୌ-ବିଜ୍ଞାନରେ ଡିଗ୍ରୀ ହାସଲ କରିଥିଲୋ ୨୦୧୭ରୁ ବିଭିନ୍ନ ନୌବାହନ ସଂସ୍ଥାରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରି ସିପିଂ କର୍ପୋରେସନ ଅଫ୍ ଇଣ୍ଡିଆରେ କାର୍ଯ୍ୟରତ ଅଛନ୍ତି । ଏଲ୍ପିଜି କଣ୍ଟେନର ଭର୍ତ୍ତି ଜାହାଜ ‘ନନ୍ଦାଦେବୀ’ ୧୧ଦିନ ତଳେ ୟୁଏଇର ଏକ ପୋର୍ଟରୁ ବାହାର କରି ଭାରତ ଫେରିବା ବେଳେ ଇରାନ-ଆମେରିକା ଯୁଦ୍ଧ ପାଇଁ ହର୍ମୁଜ ରୁଟ୍ରେ ଅଟକି ରହିଥିଲେ ।

ଫେବ୍ରୁଆରୀ ୨୮ରେ ଇରାନର ରିଭୋଲ୍ୟୁସନାରୀ ଗାର୍ଡ ପକ୍ଷରୁ ହର୍ମୁଜଦେଇ କୌଣସି ଜାହାକ ଯାଇ ଯାଇପାରିବ ନାହିଁ ବୋଲି କୁହାଗଲା । ଯାହାପରେ ହର୍ମୁଜ ପୂର୍ବରୁ ଶହଶହ ଜାହାଜ ଭିତରେ ଭାରତର ଜାହାଜ ମଧ୍ୟ ଫସି ରହିଥିଲା । କେନ୍ଦ୍ରବୈଦଶିକ ମନ୍ତ୍ରାଳୟର କୂଟନୈତିକ ଆଲୋଚନା ପରେ ଭାରତ ଉପରୁ କଟକଟଣା ହଟିଲା । ଯୁଦ୍ଧ ସମୟରେ କ୍ୟାପଟେନ ଧୀରଜ ପ୍ରାୟ ୪୬ ହଜାର ମେଟ୍ରିକ ଟନ୍ ଏଲପିଜି ଧରି ୧୪ତାରିଖ ଭାରତ ପହଞ୍ଚିଛନ୍ତି । ଧୀରଜଙ୍କ ଏହି ସାହସିକତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।

ଅନ୍ୟପଟେ ଭାରତରେ ପ୍ରାୟ ସପ୍ତାହେ ହେଲା ଚାଲିଥିବା ଇନ୍ଧନଗ୍ୟାସ୍ ସଙ୍କଟର ଆପାତତଃ ସମାଧାନର ବାଟ ଖୋଲିଛି । ଯୁଦ୍ଧରେ ଫସିରହିଥିବା ଭାରତୀୟ ଗ୍ୟାସ୍ କଣ୍ଟେନର ବୋଝେଇ ଜାହାଜ 'ନନ୍ଦାଦେବୀ'ରେ ସୁରକ୍ଷିତ ଭାବେ ଫେରିବା ପରେ ଧୀରଜଙ୍କ ପରିବାରରେ ଖୁସିର ଲହରି ଖେଳିଯାଇଛି । ସାଙ୍ଗସାଥୀ, ପରିବାର ସଦସ୍ୟମାନେ ଖୁସି ବ୍ୟକ୍ତ କରିଛନ୍ତି । ଯୁବପିଢ଼ିଙ୍କ ପ୍ରେରଣା ପାଲଟିଥିବା ଧୀରଜଙ୍କୁ ବିଭିନ୍ନ ମହଲରେ ଶୁଭେଚ୍ଛାର ସୁଅ ଛୁଟୁଛି ।