RajyaSabha Election: ବିଜେଡି - କଂଗ୍ରେସ ମିଶିକି ଲଢ଼ିଲେ ବିଜେପିକୁ ଫାଇଦା ହେବ: ମନମୋହନ

NEWS7
ସମ୍ୱଲପୁର-ଓ-ବଲାଙ୍ଗୀର-ମାଛ-ମ

ଭୁବନେଶ୍ଵର: ରାଜ୍ୟସଭା ନିର୍ବାଚନ ନେଇ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି। ବିଜେଡି ଦୁଇ ଜଣ ପ୍ରାର୍ଥୀ ଘୋଷଣା କରିବା ପରେ ବିଜେପି ପକ୍ଷରୁ କିଏ ହେବ ପ୍ରାର୍ଥୀ ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି। ଏହି କ୍ରମରେ ରାଜ୍ୟସଭା ନିର୍ବାଚନ ପ୍ରସଙ୍ଗରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ବଡ଼ ବୟାନ। ବିଜେଡି ଓ କଂଗ୍ରେସ ମିଶିକି ଲଢ଼ିଲେ ବିଜେପିକୁ ଫାଇଦା ହେବ। ଦୁଇରୁ ତିନି ଦିନ ଅପେକ୍ଷା କରନ୍ତୁ ଚିତ୍ର ସ୍ପଷ୍ଟ ହୋଇ ଯିବ।

ମନମୋହନ ସାମଲ କହିଛନ୍ତି ଆମ ଦଳ ଖୁବଶୀଘ୍ର ନିଷ୍ପତ୍ତି ନେବ କିଏ ପ୍ରାର୍ଥୀ ହେବ। ପାର୍ଟି ସଂସଦୀୟ କମିଟି ଏହାକୁ ନେଇ ନିଷ୍ପତ୍ତି ନେବ। ବିଜେଡି - କଂଗ୍ରେସ ମିଶିକି ପଢ଼ିଲେ ବିଜେପିକୁ ଫାଇଦା ହେବ। ବିଜେପି ତୃତୀୟ ପ୍ରାର୍ଥୀ ଦେବା ନେଇ ମନମୋହନ ସାମଲ କହିଛନ୍ତି ଦୁଇରୁ ତିନି ଦିନ ଅପେକ୍ଷା କରନ୍ତୁ। ସବୁ ଚିତ୍ର ସ୍ପଷ୍ଟ ହୋଇ ଯିବ।

Also read: ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଘୋଷଣା, ସଂତୃପ୍ତ ଓ ଦତ୍ତେଶ୍ୱରଙ୍କ ନାଁରେ ମୋହର ମାରିଲେ ସୁପ୍ରିମୋ ନବୀନ

ସୂଚନାଯୋଗ୍ୟ, ଗତକାଲି ମୁଖ୍ୟ ବିରୋଧୀ ଦଳ ରାଜ୍ୟସଭାର ତୃତୀୟ ଓ ଚତୁର୍ଥ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ୩ୟ ସିଟ୍ ପାଇଁ ଦଳର ବରିଷ୍ଠ ନେତା ସଂତୃପ୍ତ ମିଶ୍ରଙ୍କ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ୪ର୍ଥ ଆସନ ପାଇଁ ଡଃ. ଦତ୍ତେଶ୍ୱର ହୋତାଙ୍କୁ ପ୍ରାର୍ଥୀ କରିଛି ବିଜେଡି । ଓଡ଼ିଶାରେ ୪ଟି ରାଜ୍ୟସଭା ଆସନ ଖାଲି ହେବାକୁ ଯାଉଛି। ସଂଖ୍ୟାବଳ ଅନୁସାରେ ବିଜେପି ଦୁଇଟି ଏବଂ ବିଜେଡି ଗୋଟିଏ ସିଟ୍ ଜିତିବା ଥୟ. ହେଲେ ଚତୁର୍ତ ଆସନକୁ ନେଇ ବିଜେପି ଓ ବିଜେଡି ମଧ୍ୟରେ ଛକାପଞ୍ଝା ଜାରି ରହିଛି।

ସୂଚନାଯୋଗ୍ୟ ଯେ, ଓଡ଼ିଶା କୋଟାରୁ ରାଜ୍ୟସଭାରେ ୪ଟି ଆସନ ଖାଲି ହେବାକୁ ଯାଉଛି । ଯେଉଁଥି ଲାଗି ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ଚାଲିଛି ଛକାପଞ୍ଝା । ରାଜ୍ୟସଭା ନିର୍ବାଚନ ଲାଗି ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି । ଯେଉଁଥିରେ ମାର୍ଚ୍ଚ ୫ ତାରିଖରେ ନାମାଙ୍କନ ଦାଖଲର ଶେଷ ତାରିଖ, ୬ ତାରିଖରେ ପ୍ରାର୍ଥୀ ପତ୍ର ଯାଞ୍ଚ। । ମାର୍ଚ୍ଚ ୯ ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ । ମାର୍ଚ୍ଚ ୧୬ ତାରିଖ ସକାଳ ୯ଟାରୁ ଅପରାହ୍ଣ ୪ ଯାଏଁ ଭୋଟ୍ ଗ୍ରହଣ, ଅପରାହ୍ଣରେ ଭୋଟ୍ ଗଣତି ।