ଟିଭିକେ ମୁଖିଆଙ୍କୁ CBI ଜେରା, କହିଲେ ଲୋକେ ବେହୋସ ହେଉଥିଲେ ଲୋକେ,କିନ୍ତୁ ଚାଲିଥିଲା ଭାଷଣ

NEWS7
ସମ୍ବଲପୁର-ସମେତ-ପଶ୍ଚିମଓଡିଶ

ନୂଆଦିଲ୍ଲୀ ୧୨/୦୧: ତାମିଲନାଡ଼ୁ କରୁର୍‌ ଦଳଚକଟା ମାମଲାରେ ସିବିଆଇରେ ହାଜର ହେଲେ ଟିଭିକେ ମୁଖ୍ୟ ତଥା ଅଭିନେତା ଥଲାପତି ବିଜୟ । ତାଙ୍କ ରାଲି ସମୟରେ ହୋଇଥିବା ଦଳାଚକଟା ମାମଲାରେ ତାଙ୍କୁ ଜେରା କରୁଛି ସିବିଆଇ । ତେବେ ଜେରା ବେଳେ ଖୁବ୍ ବର୍ଷିଛି ସିବିଆଇ । କଡ଼ା ଭାଷାରେ ତୀବ୍ର ନିନ୍ଦା କରିବା ସହ କହିଛି ଯେ, ଯେତେବଳେ ଦଳଚକଟା ଚାଲିଥିଲା, ଲୋକେ ବେହୋସ ହେଉଥିଲେ । କିନ୍ତୁ ତୁମେ ତୁମ ଭାଷଣ ଦେବା ଜାରି ରଖିଥିଲେ । ଏତେ ବଡ଼ ଅଘଟଣ କେମିତି ଆସିଲାନି ନଜର । କେମିତି ଥିଲା ତୁମର ସୁରକ୍ଷା ବ୍ୟବସ୍ଥା । 
ସିବିଆଇ ବିଜୟଙ୍କୁ କେଉଁ ପ୍ରଶ୍ନ ପଚାରିଥିଲା?
ସାଧାରଣ ସଭା ସମୟରେ ଘଟିଥିବା ଘଟଣାବଳୀ ବିଷୟରେ ସିବିଆଇ ବିଜୟଙ୍କୁ ବିସ୍ତୃତ ଭାବରେ ପଚରା ଉଚରା କରିଥିଲା । ଏହି ଅଧିବେଶନ ସମୟରେ ତିନୋଟି ପ୍ରମୁଖ ପ୍ରଶ୍ନ ବିଶେଷ ଭାବରେ କଠିନ ଓ ଗୁରୁତ୍ୱପୂର୍ଣ୍ଣ ଥିଲା।

ପ୍ରଥମ ପ୍ରଶ୍ନ ଥିଲା: "ଆପଣ ଖୋଲା ଗାଡ଼ିରେ ଛିଡା ହୋଇଥିଲେ । ଏହା ସ୍ପଷ୍ଟ ଭାବରେ ଦେଖାଯାଉଥିଲା ଯେ ଭିଡ଼ରେ ଥିବା ଲୋକମାନେ ଅଚେତ ହୋଇଯାଉଥିଲେ । ଆପଣ କାହିଁକି ଆପଣଙ୍କ ଭାଷଣ ଜାରି ରଖିଥିଲେ? 

ଦ୍ୱିତୀୟ ପ୍ରଶ୍ନ ଥିଲା:​​​​​​​ "ଯେତେବେଳେ କିଛି ଲୋକ ଅଚେତ ହୋଇଯାଉଥିଲେ । ଆପଣ ଭିଡ଼କୁ ପାଣି ବୋତଲ ବାଣ୍ଟୁଥିବାର ଦେଖାଯାଇଥିଲା । ଆପଣ କାହିଁକି କୌଣସି ତୁରନ୍ତ ପଦକ୍ଷେପ ନେଇନଥିଲେ?"

ତୃତୀୟ ଓ ସବୁଠାରୁ ଗମ୍ଭୀର ପ୍ରଶ୍ନ ଥିଲା,: ଆପଣ ସମୟ ମଧ୍ୟରେ ସଭା ସ୍ଥାନରେ କାହିଁକି ପହଞ୍ଚିନଥିଲେ? ଆପଣଙ୍କ ବିଳମ୍ବ ଭିଡ଼ରେ ଅଶାନ୍ତି ଓ ଚାପ ବୃଦ୍ଧି କରିଥିଲା। ଏହା କ'ଣ ଆପଣଙ୍କର ରାଜନୈତିକ ଶକ୍ତି ପ୍ରଦର୍ଶନ ଥିଲା?

ସୂଚନା ଥାଉକି, କରୁର ଦଳାଚକଟାରେ ୪୧ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ମାମଲାରେ ବିଜୟ ସୋମବାର ସିବିଆଇ ସମ୍ମୁଖରେ ହାଜର ହେବାକୁ ନିର୍ଦ୍ଦେଶ ଥିଲା । ଭିଡ଼ ନିୟନ୍ତ୍ରଣ ତଥା ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ସମ୍ପର୍କରେ କେନ୍ଦ୍ରୀୟ ତଦନ୍ତ ଏଜେନ୍ସି ବିଜୟଙ୍କୁ ପଚରାଉଚରା କରାଯାଉଛି । ସିବିଆଇ ଜେରାରେ ସମ୍ମୁଖୀନ ହେବାକୁ ବିଜୟ ଚେନ୍ନାଇରୁ ଏକ ଚାର୍ଟାଡ ବିମାନରେ ଦିଲ୍ଲୀରେ ଆସି ପହଞ୍ଚି ଥିଲେ । ଦିଲ୍ଲୀ ବିମାନବନ୍ଦରରୁ ସେ ସିବିଆଇ ମୁଖ୍ୟାଳୟକୁ ଯାଇଥିଲେ ।