LIVE TV

ଦେବଗଡ଼ ଜିଲ୍ଲାପାଳଙ୍କୁ IDBI ବ୍ୟାଙ୍କ ପକ୍ଷରୁ ଇଭି କାର ହସ୍ତାନ୍ତର, ରୋଗୀଙ୍କ ସେବାରେ ହେବ ନିୟୋଜିତ

NEWS7
ଶାଶୁ-ଶ୍ୱଶୁର-ଓ-ନଣନ୍ଦ-ମିଶି-ବ

ଦେବଗଡ଼: ଦେବଗଡ ଆଇଡିବିଆଇ ବ୍ୟାଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ଶୁକ୍ରବାର ଏକ ଇଭି କାର ହସ୍ତାନ୍ତର କରାଯାଇଛି। ଏହି ଇଭି କାର ସ୍ଥାନୀୟ ନୂଆ ବସଷ୍ଟାଣ୍ଡ ଛକ ଠାରୁ ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ନେବା ପାଇଁ ନିୟୋଜିତ ହେବ। ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଚିକିତ୍ସାସେବା ଆରମ୍ଭ ହେବା ପରେ ସେଠାକୁ ଗମନାଗମନ ସୁବିଧା ନଥିବା ନେଇ ଅନେକ ଅଭିଯୋଗ ଆସୁଛି। ଏହି ସମସ୍ୟାର ସମାଧାନ ପାଇଁ ଇବି ଗାଡି ଯୋଗାଇ ଦେବା ପାଇଁ ଜିଲ୍ଲାପାଳ ବିଭିନ୍ନ ସଂସ୍ଥା କୁ କହିଥିଲେ।

ଏହି ସମସ୍ୟାର ସମାଧାନ ପାଇଁ ଆଇଡିବିଆଇ ବ୍ୟାଙ୍କ ଆଗକୁ ଆସି ସିଏସଆର ଫଣ୍ଡରୁ ଏକ ବ୍ୟାଟେରୀ ଚାଳିତ ଇଭି ଗାଡି ଜିଲ୍ଲାପାଳଙ୍କୁ ହସ୍ତାନ୍ତରିତ କରିଛନ୍ତି। ଏହି ଗାଡିର ଚଳାଚଳ ଓ ରକ୍ଷଣାବେକ୍ଷଣ ଦାୟିତ୍ବ ଜିଲ୍ଲାପାଳ ଦେବଗଡ ପୌରପରିଷଦକୁ ଦେଇଛନ୍ତି। ଖୁବ ଶୀଘ୍ର ଏହି ଗାଡି ଜନସାଧାରଣ ଙ୍କ ସୁବିଧା ପାଇଁ  କାର୍ଯ୍ୟରେ ନିୟୋଜିତ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଏନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଦେବଗଡ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ଆଇଡିବିଆଇ ବ୍ୟାଙ୍କ ଆଞ୍ଚଳିକ ମୁଖ୍ୟ ଅମିତାଭ ବାଜପେୟୀପୌରପରିଷଦ ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଜିତ କୁମାର ଭୋଜ, ନିର୍ବାହୀ ଅଧିକାରୀ କୃପାସିନ୍ଧୁ ସ୍ବାଇଁ, ଆଇଡିବିଆଇ ବ୍ୟାଙ୍କ ଦେବଗଡ ଶାଖା ପରିଚାଳକ ଶକ୍ତି ପ୍ରସାଦ ମହାନ୍ତି, ଅତିରିକ୍ତ ପରିଚାଳକ ଯୋଗେଶ୍ବର ପଣ୍ଡା ଙ୍କ ସହ ବହୁ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।