RSS ଓ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଭେଟିବାକୁ ଦିଲ୍ଲୀରେ ଚୀନ୍ କମ୍ୟୁନିଷ୍ଟ ପାର୍ଟିର ପ୍ରତିନିଧି, ଦଳୀୟ ବୈଠକରେ ଭାଗ ନେବେ

NEWS7
ଶତାଦ୍ଦୀର-ସବୁଠୁ-ଦୀର୍ଘତମ-ପ-5

ନୂଆଦିଲ୍ଲୀ ୧୨।୧: ଚୀନ୍ କମ୍ୟୁନିଷ୍ଟ ପାର୍ଟି (ସିପିସି)ର ଅନ୍ତର୍ଜାତୀୟ ସମ୍ପର୍କ ବିଭାଗ (ଆଇଏଲଡି)ର ୬ ସଦସୀୟ ପ୍ରତିନିଧି ମଣ୍ଡଳ ନୂଆଦିଲ୍ଲୀ ପହଞ୍ଚିଛନ୍ତି। ଉପମନ୍ତ୍ରୀ ସୁନ ହୈୟାନଙ୍କ ନେତୃତ୍ୱରେ ଆସିଥିବା ପ୍ରତିନିଧି ମଣ୍ଡଳ ଉଚ୍ଚସ୍ତରୀୟ ଦଳୀୟ ବୈଠକରେ ଯୋଗ ଦେବେ। ଏଥିରେ କ୍ଷମତାସୀନ ବିଜେପି ଓ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ) କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ ହେବ। ତେବେ ଏପରି କାର୍ଯ୍ୟକ୍ରମ ଭାରତ ଓ ଚୀନ୍ ମଧ୍ୟରେ ନୂଆ ନୁହେଁ। ପୂର୍ବରୁ ମଧ୍ୟ ଏପରି ବୈଠକ ହୋଇ ସାରିଛି। ତେବେ ଭାରତ-ଚୀନ୍ ସମ୍ପର୍କ ସକରାତ୍ମକ ହେବା ପରେ ଏହା ପ୍ରଥମ ବୈଠକ ହେବ।

ଆର୍କାଇଭରୁ ଜଣାପଡେ ଯେ ସିପିସି ଓ ବିଜେପି ମଧ୍ୟରେ ୨୦୦୦ ଦଶନ୍ଧୀ ଆରମ୍ଭରୁ ରହି ରହି ଦଳସ୍ତରୀୟ ବୈଠକ ଜାରି ରହିଛି। ଏଥିରେ ବିଜେପି ପ୍ରତିନିଧି ମଣ୍ଡଳଙ୍କ ଚୀନ୍ ଯାତ୍ରା ଓ ଭାରତରେ ପାରସ୍ପରିକ ବୈଠକ ମଧ୍ୟ ସାମିଲ। ୧୯୫୧ ମସିହାରେ ସ୍ଥାପିତ ତଥା ସିପିସି କେନ୍ଦ୍ରୀୟ କମିଟି ଅଧିନରେ ସିଧା ସଳଖ କାର୍ଯ୍ୟ କରୁଥିବା ଆଇଏଲଡି, ବେଜିଂ ଦଳରୁ ଦଳୀୟ କୂଟନୀତିର ମୁଖ୍ୟ ମାଧ୍ୟମ ଭାବେ କାର୍ଯ୍ୟ କରିଥାଏ। କମ୍ୟୁନିଷ୍ଟ ଓ ସମାଜବାଦ ଦଳଙ୍କ ସହ ସମ୍ପର୍କରେ କେନ୍ଦ୍ରିତ ଏହି ସଙ୍ଗଠନ ୧୯୮୦ ଦଶନ୍ଧୀରୁ ବିକଶିତ ହୋଇ ଅଣ କମ୍ୟୁନିଷ୍ଟ ସଙ୍ଗଠନ ସହିତ ବିଶ୍ୱସ୍ତରର ବିଭିନ୍ନ ରାଜନୈତିକ ସଙ୍ଗଠନ ସହିତ ସମ୍ପର୍କ ସ୍ଥାପନା କରୁଛି।

ବିଦେଶ ମନ୍ତ୍ରାଳୟ ଦ୍ୱାରା ସଞ୍ଚାଳିତ ଚୀନର କୂଟନୈତିକ ଓ ବେଜିଂର ବିଦେଶ ନୀତି ଲକ୍ଷଗୁଡିକୁ ଆଗକୁ ବଢେଇବାର ଏକ ଅଂଶବିଶେଷ।ଏହି ଯାତ୍ରା ଭାରତ-ଚୀନ ସମ୍ପର୍କ ସ୍ୱଭାବିକ ହେବା ପରେ ଅନୁଷ୍ଠିତ ହେଉଛି। ପାରସ୍ପରିକ ବିଶ୍ୱାସ ସ୍ଥାପନା ନିମନ୍ତେ ୨୦୨୦ ମସିହାରୁ ସ୍ଥଗିତ ଥିବା କୈଳାଶ ମାନସରୋବର ଯାତ୍ରା ୨୦୨୫ ରେ ପୁଣି ଆରମ୍ଭ ହୋଇଛି ଓ ୨୦୨୬ରେ ବିସ୍ତାରିତ ବ୍ୟାଚ୍ ନିମନ୍ତେ ଆଲୋଚନା ଚାଲିଛି। ସେହିପରି ଚୀନ୍ ଓ ଭାରତ ମଧ୍ୟରେ ସିଧା ବିମାନ ସେବା ପୁଣି ଆରମ୍ଭ ହୋଇଯାଇଛି। ଏହା ସହିତ ପର୍ଯ୍ୟଟକ, ବ୍ୟବସାୟୀକ ଯାତ୍ରା ଆଦି ନିମନ୍ତେ ଭିସା ଜାରି ଏବେ ସହଜ ହୋଇଯାଇଛି।

୨୦୨୫ ଦୁଇ ଦେଶଙ୍କ ମଧ୍ୟରେ ଉଚ୍ଚସ୍ତରୀୟ ସାକ୍ଷାତ ଆଲୋଚନାରେ କଟିଛି। ବିଦେଶ ମନ୍ତ୍ରୀ ଡ. ଏସ.ଜୟଶଙ୍କର, ଏନଏସଏ ଅଜିତ ଡୋଭାଲ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦକ୍ଷିଣ ଆଫ୍ରିକୀୟ ସଂଘ ବୈଠକ ଓ ଶିଖର ସମ୍ମିଳନୀ ନିମନ୍ତେ ଚୀନ୍ ଗସ୍ତ କରିଥିଲେ। ସେହିପରି ଚୀନ୍ ବିଦେଶମନ୍ତ୍ରୀ ୱାଙ୍କ ୟି ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନିମନ୍ତେ ଭାରତ ଗସ୍ତ କରିଛନ୍ତି।