ହୋଇ ପାରିବନି ଭାରତ-ପାକିସ୍ତାନ ମ୍ୟାଚ୍ ? ବର୍ଷା ହେବାର ୮୫% ସମ୍ଭାବନା; ରିପୋର୍ଟ ଚିନ୍ତାଜନକ

NEWS7
ଶତାଦ୍ଦୀର-ସବୁଠୁ-ଦୀର୍ଘତମ-ପ-5

ନୂଆଦିଲ୍ଲୀ: ଆସନ୍ତାକାଲି ଟି-୨୦ ବିଶ୍ଵକପ୍ ୨୦୨୬ରେ ମୁହାଁମୁହିଁ ହେବେ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ଭାରତ ଓ ପାକିସ୍ତାନ। ଏହି ହାଇଭୋଲଟେଜ୍ ମ୍ୟାଚ୍ କଲୋମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯିବ। ଏହି ମହାମୁକାବିଲାକୁ ଚାତକ ପରି ଚାହିଁ ରହିଛନ୍ତି କ୍ରିକେଟ୍ ପ୍ରେମୀ। ତେବେ ଏହି ମ୍ୟାଚ୍ ଉପରେ ବର୍ଷାର ବାଦଲ ଛାଇ ରହିଛି। ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ, ରବିବାର ଶ୍ରୀଲଙ୍କାରେ ୮୫ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି।

ଭାରତ ଓ ପାକିସ୍ତାନ ମ୍ୟାଚ୍ରେ ଷ୍ଟାଡିୟମ ଭରପୂର ରହିବ। କିନ୍ତୁ ପାଣିପାଗ ବିଭାଗର ରିପୋର୍ଟ ଦର୍ଶକ ଓ କ୍ରିକେଟ୍ ପ୍ରେମୀଙ୍କ ଚିନ୍ତା ବଢାଇ ଦେଇଛି। accuweather.com ମୁତାବକ, ଭାରତ ଓ ପାକିସ୍ତାନ ମ୍ୟାଚ୍ ସମୟରେ କଲୋମ୍ବୋରେ ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଛି। ମ୍ୟାଚ୍ ପୂର୍ବରୁ ପାଖାପାଖି ୪ ଘଣ୍ଟା ବର୍ଷା ହୋଇପାରେ। ଏହା ବ୍ୟତୀତ ମ୍ୟାଚ୍ ସମୟରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ମ୍ୟାଚ୍ ସମୟରେ ଝଡ଼ ତୋଫାନ ହେବାର ୨୬ ପ୍ରତିଶତ ଆଶା ରହିଛି। ଏପରିକି ବର୍ଷା କାରଣରୁ ମ୍ୟାଚ୍ ବାରମ୍ବାର ବାଧାପ୍ରାପ୍ତ ହୋଇପାରେ।

ରବିବାର କେମିତି ରହିବ କଲୋମ୍ବୋର ପାଣିପାଗ ?

ଭାରତ ଓ ଶ୍ରୀଲଙ୍କାର ମ୍ୟାଚ୍ ଭାରତୀୟ ସମୟ ସନ୍ଧ୍ୟା ୭ଟାରୁ ଆରମ୍ଭ ହେବ। ଟସ୍ ସନ୍ଧ୍ୟା ୬ଟା ୩୦ରେ ପଡ଼ିବ। ପୂରା ଦିନର ପାଣିପାଗ ରିପୋର୍ଟ ଅନୁଯାୟୀ, ଶ୍ରୀଲଙ୍କାର କଲୋମ୍ବୋରେ ସ୍ଥାନୀୟ ସମୟ ହିସାବରେ ସକାଳ ୧୦ଟାରେ ୬୦ ପ୍ରତିଶତ ବର୍ଷା ହେବାର ଆଶା ରହିଛି। ୧୧ଟାରେ ବର୍ଷା ହେବାର ସମ୍ଭାବନା ବଢି ୬୨ ପ୍ରତିଶତ ରହିବ। ଅପରାହ୍ଣ ୧ଟାରେ ପ୍ରାୟ ୫୮ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି।

ଭଲ ଖବର ଏହା ଯେ ମ୍ୟାଚ୍ ସମୟରେ, ଅର୍ଥାତ୍ ସ୍ଥାନୀୟ ସମୟ ୭ ଟାରେ ବର୍ଷା ହେବାର ୯ ପ୍ରତିଶତ ବର୍ଷା ସମ୍ଭାବନା ଅଛି। ଅର୍ଥାତ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ଅଧିକ ରହିଛି। କିନ୍ତୁ ମ୍ୟାଚ୍ ସମୟରେ ପାଗ ସଫା ରହିବ ବୋଲି ଆଶା କରାଯାଉଛି। ଲଗାତାର ବର୍ଷାର ପ୍ରଭାବରେ ମ୍ୟାଚ୍ ବିଳମ୍ବରେ ଆରମ୍ଭ ହୋଇପାରେ।