ପ୍ରବଳ ଜାଡ଼ରୁ ମିଳିବ ମୁକ୍ତି, ଉପକୂଳରେ କମିବ ଶୀତ

NEWS7
ଶକ୍ତିଶାଳୀ-ସାମୁଦ୍ରିକ-ଝଡ-ଫ

ଭୁବନେଶ୍ୱର ୨୫।୦୧ : ଉପକୂଳ ଓଡ଼ିଶାରେ କମିବ ଶୀତ । ଭୁବନେଶ୍ୱର ସମେତ ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଗୋପାଳପୁରରେ ପାରଦ ୧୫ ଡିଗ୍ରୀ ବା ଏହାଠାରୁ ଅଧିକ ରହିପାରେ । ପାଣିପାଗ ବିଭାଗ ଏହି ଆକଳନ କରିଛି ।

ରବିବାର ପୁରୀରେ ରାତି ତାପମାତ୍ରା ୧୮ ଡିଗ୍ରୀ ରହିପାରେ । ଗୋପାଳପୁର ଓ ଛତ୍ରପୁରରେ ୧୭, ଭଦ୍ରକ, ଯାଜପୁର ଓ ଚାନ୍ଦବାଲିରେ ୧୫, ଭୁବନେଶ୍ୱର, ଖୋର୍ଦ୍ଧାରେ ୧୪ ଡିଗ୍ରୀ ରହିପାରେ । ୨୯ ତାରିଖ ଯାଏ ଶୀତ କମ୍ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଜି ଉଦୟଗିରିରେ ୫.୭ ଡିଗ୍ରୀ ରେକର୍ଡ ହୋଇଛି । ରାଉରକେଲାରେ ୮.୫, ଝାରସୁଗୁଡ଼ାରେ ୮.୭, ଫୁଲବାଣୀରେ ୯, ନବରଙ୍ଗପୁର ଓ କିରେଇରେ ୧୦, ଦାରିଙ୍ଗବାଡ଼ିରେ ୧୦.୫ ଡିଗ୍ରୀ ରହିଥିଲା ।