LIVE TV

ବାତ୍ୟା ‘ମୋନ୍ଥା’ ପ୍ରଭାବ : ରେଳ ଧାରଣା ଉପରେ ଧସିଲା ପଥର, ରେଳ ଚଳାଚଳ ବାଧାପ୍ରାପ୍ତ

NEWS7
ଲୋକଙ୍କ-ଶୋଷ-ମେଣ୍ଟାଉଛି-ଚୁଆ

ଜୟପୁର ୧୦: ବାତ୍ୟା ‘ମୋନ୍ଥା’ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ପାହାଡ଼ରୁ ଧସିଲା ପଥର । ରେଳ ଧାରଣା ଉପରେ ପଡିଲା ବଡ଼ ବଡ଼ ପଥର । ପଥର ପଡିବା ସହ ପାଣି ମଧ୍ୟ ପ୍ରବାହିତ ହେଉଛି । ମାଟି ଜମି ରହିଛି । ଫଳରେ କିରଣ୍ଡୁଲ-କୋରାପୁଟ-କୋତଭାଲସା ରେଳ ପଥରେ ରେଳ ଚଳାଚଳ ବନ୍ଦ ରହିଛି ।

ଭୂସ୍ଖଳନ ଘଟିବାରୁ ଚିମିଡ଼ି ପାଲି ଓ ବୋରା ଗୁହାଲୁ ରେଳ ଷ୍ଟେସନ ୧୧୭ରୁ ୧୨୫ କି.ମି. ମଧ୍ୟରେ ରେଳ ଧାରଣା ଉପରେ ପଡିଛି ବଡ ବଡ ପଥର । ରେଳ ଧାରଣା ଉପରେ ବର୍ଷା ଜଳ ପ୍ରବାହିତ ହେଉଛି । ଫଳରେ ମାଲବାହୀ ଟ୍ରେନ ଅଟକି ରହିଛି । ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ରହି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ବଡ଼ ବଡ଼ ପଥର ପଡିବାରୁ ରେଳ ଧାରଣା କ୍ଷତିଗ୍ରସ୍ତ ହୋଇଛି ।

‘ମୋନ୍ଥା’ର ପ୍ରଭାବରେ ଆନ୍ଧ୍ରର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି ପ୍ରବଳ ବର୍ଷା ଯୋଗୁଁ ପାହାଡରୁ ପଥର ଖସି ରେଳ ଧାରଣା ଉପରେ ପଡିଛି । ଫଳରେ ୱାଲ୍ଟେୟାର ବିଭାଗର କୋତଭାଲସା-କିରଣ୍ଡୁଲ (K-K) ରେଳ ଲାଇନ୍‌ର ଚିମିଡିପାଲି (CMDP) ଓ ବୋରା ଗୁହାଳୁ (BGHU) ମଧ୍ୟରେ ରେଳ ସେବା ବାଧାପ୍ରାପ୍ତ ହୋଇଛି ।