କିନ୍ନର ଅଞ୍ଜଳି ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତକୁ ପୋଲିସର ଏନକାଉଣ୍ଟର

NEWS7
ଲଗାଣ-ବର୍ଷାରେ-କଟକରେ-ଜନଜୀବ

ପିପିଲି: ଗୁଳିମାଡ଼ରେ ଆହତ ହେଲା କିନ୍ନର ଅଞ୍ଜଳି ହତ୍ୟାକାରୀ କ୍ରିଷ୍ଣା କାଣ୍ଡି। ବୁଧବାର ପିପିଲିରେ ଅପରାଧୀ କ୍ରିଷ୍ଣା କାଣ୍ଡିକୁ ଏନକାଉଣ୍ଟର କରିଛି ପୋଲିସ। କ୍ରିଷ୍ଣାର ବାମ ଗୋଡ଼ରେ ଗୁଳି ବାଜିଥିବା ବେଳେ ତାକୁ ଚିକିତ୍ସା ପାଇଁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି। ଜଣାପଡ଼ିଛି କ୍ରିଷ୍ଣାକୁ ଧରିବାକୁ ଯାଇଥିବା ବେଳେ ସେ ପୋଲିସ ଉପରକୁ ପ୍ରଥମେ ଗୁଳି ଚଳାଇଥିଲେ। ଯାହା ପରେ ପୋଲିସର ପାଲଟ ଗୁଳିରେ ଆହତ ହୋଇଥିଲା ଅପରାଧୀ କ୍ରିଷ୍ଣା। ତେବେ କ୍ରିଷ୍ଣା ଧରାପଡ଼ିବା ପରେ ଏବେ କିନ୍ନର ଅଞ୍ଜଳି ହତ୍ୟା ମାମଲା ଉପରକୁ ପରଦା ଉଠିବା ନେଇ ଆଶା କରାଯାଉଛି।

ସୂଚନାଥାଉକି, ଫେବ୍ରୁଆରୀ ୧ ତାରିଖ ଦିନ ପୁରୀ- ଭୁବନେଶ୍ଵର ରାସ୍ତାର ଉତ୍ତରାଛକ ନିକଟରେ କିନ୍ନର ଅଞ୍ଜଳିଙ୍କୁ ହତ୍ୟା କରଯାଇଥିଲା। ମୃତ କିନ୍ନର ସାଲେପୁରର ଅଞ୍ଜଲି ବୋଲି ଜଣାପଡ଼ିଥିଲା। ଦୁଇ ଦୁବୃର୍ତ୍ତ ବାଇକରେ ଆସି ଛୁରୀ ଦ୍ଵାରା ଅଞ୍ଜଳିକୁ ହତ୍ୟା କରିଥିଲେ। ଏହା ପରେ ସେମାନେ ଅଞ୍ଜଳି ମରିଯାଇଥିବା ଭାବି ଏକ ବାଲି ଗଦାରେ ଫୋପାଡି ଦେଇ ଚାଲିଯାଇଥିଲେ।

ପରବର୍ତ୍ତୀ ସମୟରେ ଅଞ୍ଜଳି ନିଜେ ଉଠି ନିକଟବର୍ତ୍ତୀ ରାସ୍ତାରେ ଥିବା ତାଙ୍କର ସହଯୋଗୀ ମାନଙ୍କୁ ଫୋନ ଯୋଗେ ଜଣାଇଥିଲେ । ଅଞ୍ଜଳିଙ୍କୁ ସହଯୋଗୀ କିନ୍ନର ମାନେ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟାଲ ନେଇ ଆସିଥିଲେ । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ ।ଘଟଣା ସ୍ଥଳରେ ପିପିଲି ଓ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ମାମଲାକୁ ନେଇ ରାଜ୍ୟ କିନ୍ନର ସଂଘ ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା। ସଂଘ ପକ୍ଷରୁ ମୃତକଙ୍କୁ ନ୍ୟାୟ ଦାବିରେ ରାଲି ମଧ୍ୟ କରାଯାଇଥିଲା।