IPL 2026: ଆରସିବିର ଅଲଟାଇମ୍ ପ୍ଲେଇଂ ଇଲେଭେନ୍ ବାଛିଲେ କୋହଲି

NEWS7
ରେଙ୍ଗାଲି-ସମବାୟ-ସମିତି-ଦୁର

ନୂଆଦିଲ୍ଲୀ: ଭାରତୀୟ ବ୍ୟାଟିଂ କିମ୍ବଦନ୍ତୀ ବିରାଟ କୋହଲି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ପାଇଁ ତାଙ୍କର ସର୍ବକାଳୀନ ଶ୍ରେଷ୍ଠ ପ୍ଲେଇଂ ଇଲେଭେନ ଚୟନ କରିଛନ୍ତି। ସେ ଏହି ଦଳରେ ନିଜକୁ ଏବଂ କ୍ରିସ୍ ଗେଲଙ୍କୁ ଓପନର ଭାବରେ ସାମିଲ କରିଛନ୍ତି। ଆଇପିଏଲ ୨୦୨୬ରେ ଆରସିବି ପକ୍ଷରୁ ଖେଳିବେ ବିରାଟ କୋହଲି । ଏହା ପୂର୍ବରୁ ସେ ଅଲଟାଇମ୍ ପ୍ଲେଇଂ ଇଲେଭେନ ଚୟନ କରିଛନ୍ତି।

ଅଧିକ ପଢ଼ନ୍ତୁ: IPL 2026 ପୂର୍ବରୁ ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଘୋଷଣା, ଚିନ୍ତାରେ ପଡ଼ିପାରନ୍ତି ବୋଲର

ବିରାଟ IPL 2008ରୁ ବେଙ୍ଗାଲୁରୁ ପାଇଁ ଖେଳୁଛନ୍ତି। ସେ ଲିଗ୍ ଇତିହାସରେ ସର୍ବାଧିକ ରନ୍ ସ୍କୋରର୍। କିଙ୍ଗ କୋହଲି ୨୫୯ ଇନିଂସରେ ୮୬୬୧ ରନ୍ କରିଛନ୍ତି। କୋହଲି ନିଜକୁ ସର୍ବକାଳୀନ ସର୍ବଶ୍ରେଷ୍ଠ ଦଳରେ ଓପନର ଭାବରେ ସାମିଲ କରିଛନ୍ତି। ହେଲେ ବିରାଟ କୌଣସି କ୍ରିକେଟରଙ୍କୁ ଅଧିନାୟକ ଭାବରେ ବାଛି ନାହାନ୍ତି।

ବିରାଟ କୋହଲି ଓପନର

RCB ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛି । ଯେଉଁଥିରେ କୋହଲି ଆରସିବି ପାଇଁ ଅଲଟାଇମ୍ ଗ୍ରେଟ୍ ପ୍ଲେଇଂ ଇଲେଭେନ ବାଛିଛନ୍ତି। ସେ ତାଙ୍କ ଦଳ ପାଇଁ ଓପନିଂ ବ୍ୟାଟର ଭାବରେ କ୍ରିସ୍ ଗେଲଙ୍କୁ ସାମିଲ କରିଛନ୍ତି । ଗେଲ୍ ବେଙ୍ଗାଲୁରୁ ପାଇଁ ଖେଳୁଥିଲେ । RCB ପାଇଁ ଖେଳିବା ସମୟରେ IPL ଇତିହାସରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର ୧୭୫ କରିଥିଲେ ଗେଲ୍ । ବିରାଟ କୋହଲି ନିଜ ଦଳରେ ନିଜକୁ ଦ୍ୱିତୀୟ ଓପନର ଭାବରେ ରଖିଛନ୍ତି।

ଡିଭିଲିୟର୍ସ ବି ସାମିଲ

କୋହଲି ପୂର୍ବତନ କିମ୍ବଦନ୍ତୀ ବ୍ୟାଟର ଏବଂ ତାଙ୍କର ସବୁଠାରୁ ଭଲ ବନ୍ଧୁ ଏବି ଡିଭିଲିୟର୍ସଙ୍କୁ ତୃତୀୟ ସ୍ଥାନରେ ରଖିଛନ୍ତି। ଡିଭିଲିୟର୍ସ ଏକାକୀ ଅନେକ ମ୍ୟାଚ୍ରେ ଆରସିବିକୁ ବିଜୟୀ କରାଇଥିଲେ । ବିରାଟ ଚତୁର୍ଥ ନମ୍ବର ସ୍ଥାନ ପାଇଁ କେଏଲ ରାହୁଲଙ୍କୁ ବାଛିଛନ୍ତି। ରାହୁଲ ଆଇପିଏଲ ୨୦୧୮ରେ ପଞ୍ଜାବରେ ଯୋଗଦେବା ପୂର୍ବରୁ ବେଙ୍ଗାଲୁରୁ ପାଇଁ ଖେଳିଥିଲେ। ସେ ଚତୁର୍ଥ ନମ୍ବରରେ ଆରସିବି ପାଇଁ ଭଲ ପ୍ରଦର୍ଶନ କରିଥିଲେ । ଏହା ବ୍ୟତୀତ, ମଧ୍ୟ କ୍ରମରେ ରଜତ ପାଟିଦାର ଏବଂ ୱିକେଟକିପର ଭାବରେ ଦିନେଶ କାର୍ତ୍ତିକଙ୍କୁ ନିଜର ଏହି ଦଳରେ ସାମିଲ କରିଛନ୍ତି କୋହଲି।

ବିରାଟଙ୍କ ଦଳରେ ବୋଲର

କୋହଲି ଦ୍ରୁତ ବୋଲିଂ ଅଲରାଉଣ୍ଡର ଭାବରେ ହର୍ଷଲ ପଟେଲଙ୍କୁ ଚୟନ କରିଛନ୍ତି । ସେ ପେସର ଭାବରେ ଡେଲ ଷ୍ଟେନ ଏବଂ ମିଚେଲ ଷ୍ଟାର୍କଙ୍କୁ ମଧ୍ୟ ସାମିଲ କରିଛନ୍ତି। ପୂର୍ବତନ ଅଧିନାୟକ ଅନିଲ କୁମ୍ବଲେ ଏବଂ ୟୁଜବେନ୍ଦ୍ର ଚହଲଙ୍କୁ ସ୍ପିନର ଲିଷ୍ଟରେ ସାମିଲ କରିଛନ୍ତି ବିରାଟ କୋହଲି ।

କୋହଲିଙ୍କ ପ୍ଲେଇଂ ଇଲେଭେନ

Also Read: ନିର୍ବାଚନ ତାରିଖ ଘୋଷଣା ପରେ ବଦଳିବ ଆଇପିଏଲ ଖେଳସୂଚୀ !ଏହି ରାଜ୍ୟରେ ଖେଳାଯିବନି ମ୍ୟାଚ୍

କ୍ରିସ୍‌ ଗେଲ୍, ବିରାଟ କୋହଲି, ଏବି ଡିଭିଲିୟର୍ସ, କେ.ଏଲ୍ ରାହୁଲ, ରଜତ ପାଟିଦାର, ଦୀନେଶ କାର୍ତ୍ତିକ, ହର୍ଷଲ ପଟେଲ, ଅନିଲ କୁମ୍ବଲେ, ମିଚେଲ ଷ୍ଟାର୍କ, ଡେଲ ଷ୍ଟେନ, ୟୁଜବେନ୍ଦ୍ର ଚହଲ