କେକେଆରରୁ ବାଦ୍ ପଡ଼ିବା ପରେ ଆସିଲା ମୁସ୍ତାଫିଜୁର ରହମାନଙ୍କ ପ୍ରତିକ୍ରିୟା: କହିଲେ ମୋତେ ବାହାର କରିଦେଲେ...

NEWS7
ରାଜ୍ୟ-କଂଗ୍ରେସର-ହେବ-ନବକଳେ

ନୂଆଦିଲ୍ଲୀ: ଭାରତ ବାଂଲାଦେଶ ବିବାଦକୁ ନେଇ ଶାହରୁଖ ଖାନଙ୍କର ଆଇପିଏଲ୍ ଟିମ୍ କୋଲକାତା ନାଇଟ ରାଇଡର୍ସ ବାଂଲାଦେଶ ବୋଲର ମୁସ୍ତାଫିଜୁର ରହମାନଙ୍କୁ ବାହାର କରି ଦେଇଛି। ବିସିସିଆଇର ସ୍ପଷ୍ଟ ନିର୍ଦ୍ଦେଶ ପରେ ତାଙ୍କୁ ବାହାର କରିଦିଆଯାଇଛି। ଏହାକୁ ନେଇ ବାଂଲାଦେଶର ବଡ଼ ପ୍ରତିକ୍ରିୟା ଦେଖା ଦେଇଛି। ଏହା ବିରୋଧରେ କଣ ପଦକ୍ଷେପ ନିଆଯାଇପାରିବ ସେ ନେଇ ଆଲୋଚନା ଜାରି ରହିଛି।

ଏସବୁ ଭିତରେ ଟିମରୁ ବାହାର ହୋଇଯାଇଥିବା ମୁସ୍ତାଫିଜୁର ରେହମାନ ପ୍ରତିକ୍ରିୟା ଦେଇଛନ୍ତି। ଦଳରୁ ବାଦ ଦିଆଯିବା ପରେ, ମୁସ୍ତାଫିଜୁର ରହମାନ ବାଂଲାଦେଶୀ କ୍ରିକେଟ୍ ୱେବସାଇଟ୍ BDcrictime କୁ ସାକ୍ଷାତକାର ଦେଇ କହିଛନ୍ତି "ଯଦି ତୁମକୁ ଦଳରୁ ବାଦ ଦିଆଯାଏ, ତେବେ ତୁମେ ଆଉ କ'ଣ କରିପାରିବ?"

ଡିସେମ୍ବର ୨୦୨୫ରେ ଅନୁଷ୍ଠିତ ଆଇପିଏଲ୍ ୨୦୨୬ ମିନି-ନିଲାମରେ କେକେଆର୍ ମୁସ୍ତାଫିଜୁର ରହମାନଙ୍କୁ ₹୯.୨୦ କୋଟି ଟଙ୍କାରେ କିଣିଥିଲା। ପ୍ରାରମ୍ଭରେ, ଏହି ଚୁକ୍ତି ତାଙ୍କ କ୍ରିକେଟ ଦକ୍ଷତା ପାଇଁ ଏକ ବଡ଼ ଚୁକ୍ତି ଥିଲା। କିନ୍ତୁ ପରେ ଏହା ବିବାଦରେ ପଡ଼ିଯାଇଛି।

ପ୍ରକୃତରେ ଭାରତ ବାଂଲାଦେଶ ମଧ୍ୟରେ ତିକ୍ତତା ଚରମ ସ୍ଥିତିରେ ପହଞ୍ଚିଥିବା ବେଳେ ମୁସ୍ତାଫିଜୁର ରହମାନଙ୍କ ଆଇପିଏଲରେ ଏଣ୍ଟ୍ରିକୁ ନେଇ ଦେଶରେ ବିବାଦ ଉପୁଜିଥିଲା। ସୋସିଆଲ୍ ମିଡିଆରେ ଏହାକୁ ପ୍ରବଳ ବିରୋଧ କରାଯାଇଥିଲା। ଯାହାପରେ ଚାପରେ ଆସି ବିସିସିଆଇର ନିଷ୍ପତ୍ତି କ୍ରମେ କେକେଆର୍ ତାଙ୍କୁ ରିଲିଜ୍ କରିଦେଇଛି।