ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ: ଆମେରିକାର ୭ ସାମରିକ ଘାଟିକୁ ଟାର୍ଗେଟ କଲା ଇରାନ, କୁଏତ,ୟୁଏଇ ବାହାରିନରେ ବିସ୍ଫୋରଣ

NEWS7
ରାଜ୍ୟ-ଆଞ୍ଚଳିକ-ବିଜ୍ଞାନ-କେ

ଜେରୁଜେଲମ: ମଧ୍ୟପ୍ରାଚ୍ୟର ମହାଯୁଦ୍ଧ। ଏବେ କେବଳ ଇରାନ ଆମେରିକା ଇସ୍ରାଏଲ ନୁହେଁ ଏବେ କତାଲ, ୟୁଏଇ ଓ ବାହାରିନରେ ବି ହେଲା ଆଟାକ୍। ଏହସିବୁ ଦେଶଗୁଡିକରେ ଥିବା ଆମେରିକାର ୭ ସାମରିକ ଘାଟି ଉପରେ ଭୟଙ୍କର ଆଟାକ କରିଛି ଇରାନ ସେନା।

ଇରାନ ବାହାରିନରେ ଥିବା ଆମେରିକୀୟ ନୌସେନା ଘାଟି ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (UAE)ର ଅଲ-ଧାଫ୍ରା ବିମାନ ଘାଟି ଉପରେ ଆକ୍ରମଣ କରିଥିବା ଖବର ମିଳିଛି। ତେହେରାନ ବିରୁଦ୍ଧରେ ଆମେରିକା-ଇସ୍ରାଏଲ ଆକ୍ରମଣ ପରେ ଇରାନର ପ୍ରତିଶୋଧ ନେଇ ଏହି ଆଟାକ କରିଛି। ଫଳରେ ମନମା ଏବଂ ଆବୁଧାବିରେ ବିସ୍ଫୋରଣ ଶବ୍ଦ ଶୁଣାଯାଇଛି।

ବାହାରିନରୁ ଆସୁଥିବା ରିପୋର୍ଟ ଅନୁଯାୟୀ, ଆମେରିକାର ପଞ୍ଚମ ନୌବାହିନୀର ସେବା କେନ୍ଦ୍ର ଇରାନୀ କ୍ଷେପଣାସ୍ତ୍ର ଆକ୍ରମଣର ଶିକାର ହୋଇଛି। ମନମାରେ ଆକ୍ରମଣ ହୋଇଥିବା ଅଧିକାରୀ ସୂଚନା ଦେଇଛନ୍ତି। ସେପଟେ ଆମେରିକୀୟ ନୌସେନା ଘାଟି ଥିବା ବାହାରିନର ଜୁଫେର ଅଞ୍ଚଳରୁ ମଧ୍ୟ ଧୂଆଁ ଦେଖାଯାଇଛି।

ତେହେରାନର ବିଭିନ୍ନ ଦେଶକୁ ପ୍ରତିଶୋଧମୂଳକ ଆକ୍ରମଣ ପରେ କତାରରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ନାଗରିକଙ୍କ ପାଇଁ ଆଡଭାଇଜରି ଜାରି କରାଯାଇଛି। ଏଭଳି ପରିସ୍ଥିତିରେ ଭାରତୀୟ ନାଗରିକମାନଙ୍କୁ ସତର୍କ ରହିବାକୁ କୁହାଯାଇଛି। ମିଶନ ଦ୍ୱାରା ଜାରି କରାଯାଇଥିବା ଖବର ଏବଂ ପରାମର୍ଶଗୁଡ଼ିକୁ ଅନୁସରଣ କରିବାକୁ ଅନୁରୋଧ କରିଛି। ସେପଟେ ରୟଟର୍ସର ରିପୋର୍ଟ ଅନୁସାରେ ଇରାନର ଏକାଧିକ ମିସାଇଲ୍କୁ ୟୁଏଇ ମିସାଇଲ୍ ପ୍ରତିରୋଧକ ଶକ୍ତି ଦ୍ୱାରା ମାରି ଖସାଇ ଦେଇଛି। ଏବଂ ଇରାନର ଆକ୍ରମଣକୁ ନିନ୍ଦା କରିଛି। ଇରାନର ଏହି ଆକ୍ରମଣକୁ ଜାତୀୟ ସାର୍ବଭୌମତ୍ୱ ଏବଂ ଅନ୍ତର୍ଜାତୀୟ ଆଇନର ଏକ ଖୋଲା ଉଲ୍ଲଂଘନ ବୋଲି ୟୁଏଇ କହିଛି। ଏବଂ ଇରାନର ଏହି ଆକ୍ରମଣର ଜବାବ ଦେବାକୁ ୟୁଏଇର ପୂର୍ଣ୍ଣ ଅଧିକାର ରହିଛି ବୋଲି ସେ କହିଛି।

ସେପଟେ ସାଇବର ସୁରକ୍ଷା ଏବଂ ଇଣ୍ଟରନେଟର ଶାସନ ଉପରେ ନଜର ରଖୁଥିବା ଏକ ପ୍ରତ୍ୟକ୍ଷ ସଂସ୍ଥା ନେଟବ୍ଲକ୍ସ ଅନୁଯାୟୀ, ଇସଲାମିକ ଗଣରାଜ୍ୟ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ ପରେ ଇରାନ ଏବେ ପ୍ରାୟ ସମ୍ପୂର୍ଣ୍ଣ ଇଣ୍ଟରନେଟ୍ ବ୍ଲାକଆଉଟ୍ ମଧ୍ୟରେ ଅଛି। ସେଠାରେ ଇଣ୍ଟରନେଟ୍ ବନ୍ଦ ହୋଇଯାଇଛି।

ସେପଟେ ଇରାନ ଉପରେ ଆଟାକ ନେଇ ଇସ୍ରାଏଲ ସେନା ପକ୍ଷରୁ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଜଣେ ଇସ୍ରାଏଲୀ ସାମରିକ ଅଧିକାରୀ କହିଛନ୍ତି ଯେ ଆମର ଉଦ୍ଦେଶ୍ୟ ହେଉଛି ଇରାନର ସାମରିକ କ୍ଷମତାକୁ ଯଥେଷ୍ଟ ଦୁର୍ବଳ କରିବା ଏବଂ ଇସ୍ରାଏଲର ଜାତୀୟ ସୁରକ୍ଷା ଏବଂ ଆଞ୍ଚଳିକ ସ୍ଥିରତା ପ୍ରତି ଇରାନ ଦ୍ୱାରା ସୃଷ୍ଟି ହୋଇଥିବା ଅସ୍ତିତ୍ୱର ବିପଦକୁ ଦୂର କରିବା। ସେପଟେ ତେହେରାନର ଆକ୍ରମଣ ପରେ "ଆଞ୍ଚଳିକ ସୁରକ୍ଷା ପରିସ୍ଥିତି" ଯୋଗୁଁ କୁୱେତ ଏବଂ ୟୁଏଇ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ସେମାନଙ୍କର ଆକାଶ ମାର୍ଗକୁ ଅସ୍ଥାୟୀ ଭାବରେ ବନ୍ଦ କରିଦେଇଛନ୍ତି।