LIVE TV

୨୬/୧୧ ମୁମ୍ବାଇ ଆକ୍ରମଣ: ୭ ବର୍ଷ ପରେ ମାଷ୍ଟରମାଇଣ୍ଡ ଅବୁ ଜୁନ୍ଦାଲର ଆରମ୍ଭ ହେବ ଟ୍ରାଏଲ୍, କେନ୍ଦ୍ର ଆବେଦନକୁ କୋର୍ଟଙ୍କ ମଞ୍ଜୁରି

NEWS7
ରାଜଧାନୀ-ଇନଫୋସିଟି-ଥାନା-ଚି

ନୂଆଦିଲ୍ଲୀ: ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ କୁହାଯାଉଥିବା ଆବୁ ଜୁନ୍ଦଲ ବିରୋଧରେ ସାତ ବର୍ଷ ପରେ ପୁଣି ଥରେ ମାମଲା ଆରମ୍ଭ ହେବ । ନିମ୍ନ ଅଦାଲତଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି କେନ୍ଦ୍ର ସରକାରଙ୍କ ଆବେଦନକୁ ବମ୍ବେ ହାଇକୋର୍ଟ ମଞ୍ଜୁରି ଦେଇଛନ୍ତି ।

୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଅଭିଯୁକ୍ତ ଅବୁ ଜୁନ୍ଦଲଙ୍କ ସପକ୍ଷରେ ୨୦୧୮ ମସିହାରେ ଦିଆଯାଇଥିବା ଟ୍ରାଏଲ୍ କୋର୍ଟର ଆଦେଶକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ପୋଲିସ, ବୈଦେଶିକ ମନ୍ତ୍ରଣାଳୟର ଆବେଦନକୁ ସୋମବାର ବମ୍ବେ ହାଇକୋର୍ଟ ମଞ୍ଜୁର କରିଛନ୍ତି । ଆବେଦନକୁ ଗ୍ରହଣ କରିବା ପରେ କଥିତ ଏଲ୍‌ଇଟି ସଦସ୍ୟ ଜାବିଉଦ୍ଦିନ୍ ଅନସାରି ଓରଫ ଆବୁ ଜୁନ୍ଦଲର ମାମଲାର ପୁଣି ଥରେ ବିଚାର ପାଇଁ ପଥ ପରିଷ୍କାର ହୋଇଛି ।

ତଦନ୍ତକାରୀ ସଂସ୍ଥା ଏବଂ ବୈଦେଶିକ ମନ୍ତ୍ରଣାଳୟ ସଲିସିଟର ଜେନେରାଲ ତୁଷାର ମେହେଟାଙ୍କ ପ୍ରତିନିଧିତ୍ୱରେ ସେସନ୍ସ ଜଜଙ୍କ ଏକ ଆଦେଶକୁ ଚ୍ୟାଲେଞ୍ଜ କରିଥିଲେ । ଏହି ମାମଲାରେ ଜୁନ୍ଦଲଙ୍କ ପକ୍ଷରୁ ଓକିଲ ଅବଦୁଲ ୱାହାବ ଖାନ ପକ୍ଷ ରଖିଥିଲେ । ମାମଲାର ଶୁଣାଣି ପରେ ବମ୍ୱେ ହାଇକୋର୍ଟ ଜୁନ୍ଦାଲ ସପକ୍ଷରେ ଦିଆଯାଇଥିବା ନିମ୍ନ ଅଦାଲତଙ୍କ ରାୟକୁ ରଦ୍ଦ କରି, ଟ୍ରାଏଲ୍ ଆଗକୁ ବଢାଇବା ପାଇଁ କହିଛନ୍ତି । 

​​​​​​​ଖବର ଲେଖା ଚାଲିଛି...