ଆମାଜନର ଛଟେଇ ଧାରା ଜାରି: ଆମେରିକା, ୟୁକେ ଓ ଭାରତରେ ୧୬ ହଜାର କର୍ମଚାରୀଙ୍କୁ କାଢ଼ିବ

NEWS7
ରାଜଗାଙ୍ଗପୁର-ଓସିଏଲ-କନଭେୟର

ନୂଆଦିଲ୍ଲୀ: ଏଆଇ ଆସିବା ପରେ ବଡ଼ ବଡ଼ ଟେକ୍ କମ୍ପାନୀଗୁଡ଼ିକ ପ୍ରବଳ ମାତ୍ରାରେ କର୍ମଚାରୀ ଛଟେଇ କରୁଛନ୍ତି। ଯେଉଁଥିରେ ଆମାଜାନ ନାଁ ବୋଧହୁଏ ଟପରେ ରହିପାରେ। କାରଣ କମ୍ପାନୀ ଗତ କିଛି ବର୍ଷ ହେଲା ନିଜର କର୍ମଚାରୀ ଛଟେଇର ଧାରା ଜାରି ରଖିଛି।

୨୦୨୬ରେ ପୁଣି ୧୬ ହଜାର କର୍ମଚାରୀଙ୍କୁ ଛଟେଇ କରିବ ଆମାଜନ। ଏନେଇ ଛଟେଇ କରିବାକୁ ଥିବା କର୍ମଚାରୀଙ୍କୁ କମ୍ପାନୀ ପକ୍ଷରୁ ଇ-ମେଲ ପଠାଇ ଦିଆଯାଇ ସାରିଛି ବୋଲି ଖବର ମିଳିଛି। ଏହି ଛଟେଇ ଏକାଧିକ ଆମେରିକା, ୟୁକେ ଏବଂ ଭାରତରେ ହେବାକୁ ଯାଉଛି।

ପ୍ରଭାବିତ କର୍ମଚାରୀମାନେ ପିପୁଲ୍ ଏକ୍ସପେରିଏନ୍ସ ଆଣ୍ଡ୍ ଟେକ୍ନୋଲୋଜିର ବରିଷ୍ଠ ଉପାଧ୍ୟକ୍ଷ ବେଥ୍ ଗାଲେଟିଙ୍କ ଠାରୁ ଇମେଲ୍ ପାଇସାରିଛନ୍ତି। ଏଥିରେ ସେମାନଙ୍କୁ ସୂଚିତ କରାଯାଇଛି ଯେ 'ଆମର ସଂଗଠନ, ଆମର ପ୍ରାଥମିକତା ଏବଂ ଆଗକୁ ଯିବା ପାଇଁ ଆମକୁ କ'ଣ ଧ୍ୟାନ ଦେବାକୁ ପଡିବ ତାହାର ପୁଙ୍ଖାନୁପୁଙ୍ଖ ସମୀକ୍ଷା ପରେ ସେମାନଙ୍କ ପଦବୀ କାଟ୍ କରାଯାଉଛି।'

ପ୍ରଭାବିତ କର୍ମଚାରୀମାନେ କମ୍ପାନୀ ଦେଇଥିବା ଇ-ମେଲକୁକୁ ନ୍ୟୁଜ୍ ପୋର୍ଟାଲ୍ ବିଜନେସ୍ ଇନସାଇଡର ସହ ଶେୟାର କରିଛନ୍ତି। ଯେଉଁଥିରେ ପ୍ରଥମ ଧାଡ଼ି ଆରମ୍ଭ ହେଉଛି ‘ମୋ ପାଖରେ ଆପଣଙ୍କ ସହ ସେୟାର କରିବା ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ଦୁଃଖଦ ଖବର ରହିଛି।’ ତେବେ ୯୦ ଦିନ ପର୍ଯ୍ୟନ୍ତ କର୍ମଚାରୀଙ୍କୁ ସବୁ ସୁବିଧା ମିଳିବ ବୋଲି ଇ-ମେଲ୍ରେ କୁହାଯାଇଛି।

ଛଟେଇ କର୍ମଚାରୀଙ୍କ ପାଇଁ ସହାୟତା ପଦକ୍ଷେପ ଘୋଷଣା କଲା ଆମାଜନ

ନୋଟିସ ଅନୁଯାୟୀ, ଆମାଜନ ପ୍ରଭାବିତ କର୍ମଚାରୀମାନଙ୍କୁ କିଛି ସହାୟତା ପଦକ୍ଷେପ ମଧ୍ୟ ପ୍ରଦାନ କରୁଛି। କମ୍ପାନୀ ଏକ ଛଟେଇ ପ୍ୟାକେଜ୍ ଏବଂ ଟ୍ରାଞ୍ଜିସନ ସୁବିଧା ଘୋଷଣା କରିଛି। ତା ସହିତ ବାହାରେ ଚାକିରି ପାଇବାରେ ମଧ୍ୟ କମ୍ପାନୀ ସହଯୋଗ କରିବ ବୋଲି କହିଛି। ତା ସହିତ ଅନ୍ୟାନ୍ୟ ସୁବିଧା ମଧ୍ୟ ଘୋଷଣା କରିଛି କମ୍ପାନୀ।