ମାଟ୍ରିକ୍ ପରୀକ୍ଷାରେ ୧୨ ହଜାର ପରୀକ୍ଷାର୍ଥୀ ଅନୁପସ୍ଥିତ, କାହିଁକି ଅନୁପସ୍ଥିତ ଚାଲିଛି ତର୍ଜମା

NEWS7
ରସଗୋଲା-ପରେ-ରସାବଳୀ-ଆରିସା-କ

ଭୁବନେଶ୍ବର ୨୦।୨: ମାଟ୍ରିକ୍ ପରୀକ୍ଷାରେ ୧୨ ହଜାର ପରୀକ୍ଷାର୍ଥୀ ଅନୁପସ୍ଥିତ ଥିବା ସ୍ବୀକାର କଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ମନ୍ତ୍ରୀ କହିଲେ, ଏ ବିଷୟରେ ତର୍ଜମା କରାଯାଉଛି । କାହିଁକି ଅନୁପସ୍ଥିତ ରହିଲେ ସେନେଇ ତର୍ଜମା କରାଯାଉଛି । ଅନେକ ବ୍ୟକ୍ତିଗତ କାରଣରୁ ପରୀକ୍ଷା ଦିଅନ୍ତିନାହିଁ । ବିଭାଗ ସବୁ ବ୍ୟବସ୍ଥା କରିଛି କିପରି ସମସ୍ତେ ପରୀକ୍ଷା ଦେବେ । ବିଭାଗୀୟ ତ୍ରୁଟି ନାହିଁ, ବ୍ୟକ୍ତିଗତ କାରଣରୁ ଅନୁପସ୍ଥିତ ରହିଛନ୍ତି । ସରକାର ଡ୍ରପ୍ ଆଉଟ୍ ରୋକିବାକୁ ସବୁ ପଦକ୍ଷେପ ନେଇଛନ୍ତି । ଚାଇଲ୍ଡ ଟ୍ରାକିଂ ସର୍ଭେ କରାଯାଉଛି । ନାମଲେଖା ଉତ୍ସବ କରାଯାଉଛି । ଆସ ସ୍କୁଲ ଯିବା ଅଭିଯାନ ବି କରାଯାଉଛି । ତ୍ରୁଟିକୁ ଅନୁଧ୍ୟାନ କରି ଆଗାମୀ ଦିନରେ ଆହୁରି ସଚେତନ କରାଇବାକୁ ସରକାର ପଦକ୍ଷେପ ନେବେ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।