LIVE TV

ପୁଣି ଯୁଦ୍ଧର ପଦଧ୍ୱନୀ! ଭାରତର ଘୋଷଣାରେ ପାକିସ୍ତାନ ଛାନିଆ, ମୁନିର ଜାରି କଲେ NOTAM

NEWS7
ଯୁକ୍ତ-୨-ବିଜ୍ଞାନ-ପରୀକ୍ଷା-ଫ

ଇସ୍ଲାମାବାଦ ୨୫।୧୦ :  ଭାରତ ୩୦ ଅକ୍ଟୋବରରୁ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ୩ ବାହିନୀର ଯୁଦ୍ଧାଭ୍ୟାସ ‘ଏକ୍ସ ତ୍ରିଶୁଳ’ ନିମନ୍ତେ ନୋଟିସ୍ ଟୁ ଏୟାରମେନ (ଏନଓଟିଏମ) ଜାରି କରିଛି। ଗୁଇନ୍ଦା ବିଶେଷଜ୍ଞଙ୍କ ଅନୁସାରେ ସରକ୍ରିକ ଓ ପଶ୍ଚିମ ସୀମା ନିକଟରେ ଏହି ଅଭ୍ୟାସ ଅସାଧାରଣ ଭାବେ ଓ କ୍ଷେତ୍ରରେ ଅନୁଷ୍ଠିତ ହେବ। ଭାରତର ଯୋଜନା ଅନୁସାରେ ବିମାନ କ୍ଷେତ୍ରର ଆରକ୍ଷଣ ୨୮,୦୦୦ ଫୁଟ ପର୍ଯ୍ୟନ୍ତ ରହିବ।

ଏହି ଅଭ୍ୟାସ କାଳରେ ଦକ୍ଷିଣ କମାଣ୍ଡ ସେନା ଆକ୍ରମକ ଅଭିଯାନ, ସୌରାଷ୍ଟ୍ର ଉପକୂଳରେ ଉଭୟଚର ଅଭ୍ୟାସ  ସହିତ ଇଣ୍ଟେଲିଜେନ୍ସ, ଇଲେକ୍ଟ୍ରୋନିକ୍ ୱାରଫେୟାର ଓ ସାଇବର ଅପରେସନ ଭଳି ମଲ୍ଟି ଡୋମେନ ଯୁଦ୍ଧ ଗତିବିଦ୍ଧି ହେବ। ତେବେ ଭାରତର ନୋଟାମ ଜାରି ପରେ ଏବେ ପାକିସ୍ତାନ ତାର ମଧ୍ୟ ଓ ଦକ୍ଷିଣ ଏୟାର ସ୍ପେସର ଅନେକ ଏୟାର ରୁଟକୁ ନିଷିଦ୍ଧ ଘୋଷଣା କରିଛି। ଜିଓ ଇଣ୍ଟେଲିଜେନ୍ସ ବିଶେଷଜ୍ଞ ଡେମିୟନ ସାଇମନଙ୍କ ଅନୁସାରେ ଏହା ପାକିସ୍ତାନର ପ୍ରତିକ୍ରିୟା ଓ ସେ ସମ୍ଭାବିତ ସୈନ୍ୟ ଅଭ୍ୟାସ ଅଥବା ଅସ୍ତ୍ର ପରୀକ୍ଷଣ ପ୍ରସ୍ତୁତି କରୁଛି।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ନିକଟରେ ରାଜସ୍ଥାନର ଜୈସାଲମେରରେ କହିଥିଲେ ଯେ ଅପରେସନ ସିନ୍ଦୂର ପାକିସ୍ତାନକୁ ସ୍ପଷ୍ଟ ସନ୍ଦେଶ ଦେଇଛି ଯେ ଭାରତ ସୀମା ପାର କୌଣସି ଆତଙ୍କବାଦର ଜବାବ ସଠିକ ଓ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ସହ ଦେବ। ଗତ ମେ ମାସରେ ହୋଇଥିବା ଏହି ଅଭିଯାନରେ ଭାରତ  ପାକିସ୍ତାନର ଆତଙ୍କବାଦୀଙ୍କ ଆଡ୍ଡାକୁ ସଠିକ ଟାର୍ଗେଟ କରିଥିଲା, ଏଥିରେ ଶତାଧିକ ଆତଙ୍କବାଦୀ ପ୍ରାଣ ହରାଇଥିଲେ।

ତେବେ ବିଶେଷଜ୍ଞଙ୍କ ଅନୁସାରେ ଦୁଇ ପଡୋଶୀ ଦେଶ ଗୋଟିଏ ସମୟରେ ସାମରିକ ଅଭ୍ୟାସ ଘୋଷଣା କରିବା କ୍ଷେତ୍ରରେ ଉତ୍ତେଜନାର କାରଣ ହୋଇପାରେ। ଏକ୍ସ ତ୍ରିଶୁଳ ଅଭ୍ୟାସ ଭାରତର ବଢୁଥିବା ମିଳିତ ଯୁଦ୍ଧ କ୍ଷମତା ଓ ଆତ୍ମନିର୍ଭର ପ୍ରତିରକ୍ଷା କ୍ଷମତା ପ୍ରଦର୍ଶିତ କରିବା ଉଦ୍ଦେଶ୍ୟରେ କରାଯାଉଛି।