ବକୈୟା ଦେଇନ ବୋଲି ଆସିଲା ଲାଇନ କାଟିବା ଧମକ, ଅଫିସରେ ଆଣି ଥୋଇଦେଲେ ଫସଲ

NEWS7
ଯାତ୍ରା-କଳାକାର-କାହ୍ନା-ଓ-ଟି

ଭେଡେନ ୨୫/୦୨: ବିଦ୍ୟୁତ୍ ବିଲ୍ ପାଇଁ ଧାନ ଦେଲେ ଚାଷୀ । ଗୋଟିଏ ପଟେ ଧାନର ଅଭାବୀ ବିକ୍ରି ଥିବା ବେଳେ ଅନ୍ୟପଟେ ଟାଟା ପାୱାରର ଦାଦାଗିରି । ଏହାରି ଭିତରେ ଚାଷୀ ନେଲେ ଉତ୍ତମ ମଧ୍ୟମ ପଦକ୍ଷେପ । ୮ ହଜାର ଟଙ୍କାର ଧାନ ଆଣି କାର୍ଯ୍ୟାଳୟ ସମ୍ମୁଖରେ ଦେଇ ଆସିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ଭେଡ଼େନ ବ୍ଲକ୍ କୁଶନପୁରୀ ଗ୍ରାମରେ । 

ସୂଚନା ଥାଉକି, ଗାଁର ଜଣେ ଚାଷୀ ରମେଶ ମହାପାତ୍ର । ସେ ୪ ଏକର ଚାଷ କରୁଥିବା ବେଳେ ତାଙ୍କ ଭଉଣୀ ସଂଯୁକ୍ତା ମହାପାତ୍ର ନାମରେ ୪ ଏକର ଜମି ଅଛି । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ଭାଇଭଉଣୀଙ୍କ ଟୋକନ ଆସି ନଥିବାରୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେ ଖଳା, ଘର, ରାସ୍ତାରେ ଧାନ ରଖି କେବେ ବିକ୍ରିହେବ ହବ ତାକୁ ଅନାଇ ବସିଛନ୍ତି ।

ଏହାରି ଭିତରେ ଜଣେ ବିଦ୍ୟୁତ୍ ଉପଭୋକ୍ତା ହୋଇଥିବାରୁ ଟାଟା ପାୱାରର କିଛି ଟଙ୍କା ବାକି ରହିଯାଇଛି । ଫଳରେ ବିଦ୍ୟୁତ୍ ବିଭାଗ ପକ୍ଷରୁ ଲାଇନ କାଟିବାକୁ ନୋଟିସ୍ ଦିଆଯିବା ସହିତ ବାରମ୍ବାର ହଇରାଣ କରାଯାଉଥିଲା । ଏଣୁ ବିଦ୍ୟୁତ୍  ବିଭାଗ ପକ୍ଷରୁ ୨୫ ତାରିଖ ଭିତରେ ୮ହଜାର ବାଧ୍ୟତା ମୂଳକ ଭାବେ ଟଙ୍କା ପୈଠ ନକଲେ ଲାଇନ କାଟିବାକୁ ନୋଟିସ୍ ଥିବାରୁ ତାଙ୍କ ପାଖରେ ଥିବା ଧାନ ଥୁଆପାଲି ବିଦ୍ୟୁତ କାର୍ଯ୍ୟାଳୟକୁ ଯାଇ ଦେଇଛନ୍ତି ।