LIVE TV

ମୈଥିଲୀ ଠାକୁର ନିର୍ବାଚନ ଜିତିବେ କି ନା, ଜାଣନ୍ତୁ କ’ଣ କହୁଛି ସମୀକରଣ? ଟିକେଟ୍ ଦେଇଛି BJP

NEWS7
ମା-ସ୍ନେହ-ଆଗରେ-ସବୁ-ତୁଚ୍ଛ-ଦ

ମଧୁବନୀ ୧୬।୧୦: ପ୍ରସିଦ୍ଧ ଲୋକ ଗାୟିକା ମୈଥିଲୀ ଠାକୁରଙ୍କ ପଲିଟିକାଲ ଡେବ୍ୟୁ ହୋଇ ସାରିଛି। ସେ ବିହାରର ନିର୍ବାଚନୀ ସମରକୁ ନୂଆ ରଙ୍ଗ ଦେଇ ପାରନ୍ତି। ମୈଥିଲୀ ବିଜେପିରେ ଯୋଗଦାନ କରିଥିବା ବେଳେ ଦଳ ଦରଭଙ୍ଗା ଜିଲ୍ଲା ଅଲିନଗର ବିଧାନସଭା ଆସନରୁ ତାଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ଏଥି ପାଇଁ ଦଳ ମିଶ୍ରିଲାଲ ଯାଦବଙ୍କ ଟିକେଟ୍ କାଟିଛି। ତେବେ ବିଜେପି ମୈଥିଲୀଙ୍କ ଉପରେ ବାଜି କାହିଁକି ଲଗାଇଛି, ସେ ନିର୍ବାଚନ ଜିତି ପାରିବେ ତ? ଏହା ଏବେ ବଡ଼ ପ୍ରଶ୍ନ ପାଲଟିଛି।

କଥା କେବଳ ଏତିକିରେ ନାହିଁ ଅଲି ନଗରରୁ ମୈଥିଲୀଙ୍କ ହାରଜିତକୁ ନେଇ ମଧ୍ୟ ଅଙ୍କ କଷା ଆରମ୍ଭ ହୋଇଯାଇଛି। କାରଣ କିଛି ଲୋକଙ୍କ ଅନୁସାରେ ଅଲିନଗର ଆରଜେଡିର ଗଡ଼। ୨୦୧୦ ଓ ୨୦୧୫ରେ ଏଠାରୁ ଆରଜେଡିର ଅବଦୁଲ ବାରୀ ସିଦ୍ଦିକୀ ନିର୍ବାଚନ ଜିତି ବିଧାୟକ ହୋଇଥିଲେ। ତେବେ ୨୦୨୨ରେ ଏଠାରୁ ବିକାଶଶିଳ ଇନସାନ ପାର୍ଟି  (ଭିଆଇପି) ଟିକେଟରେ  ମିଶ୍ରିଲାଲ ଯାଦବ ନିର୍ବାଚନ ଜିତିଥିଲେ। ଏବେ ମୈଥିଲୀ ମିଶ୍ରୀ ଲାଲଙ୍କ ଟିକେଟ୍ କାଟିଛନ୍ତି।

କୁହାଯାଉଛି ଅଲିନଗରରେ ୧୫-୨୦% ବ୍ରାହ୍ମଣ, ୨୦-୨୫% ଯାଦବ ଓ ୨୫-୩୦% ମୁସଲମାନ ଭୋଟର ଅଛନ୍ତି। ଏଠାରେ ବ୍ରାହ୍ମଣ ଓ ମୁସଲମାନ ମେଣ୍ଟ ସହିତ ଯାଦବ ଭୋଟ ନିର୍ବାଚନ ଜିତିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ। ଏଥିରେ ଯଦି ମୈଥିଳୀ ବ୍ରାହ୍ମଣ ଓ ମୁସଲମାନ ଭୋଟ ହାତେଇ ନେଇପାରନ୍ତି ତେବେ ନିର୍ବାଚନରେ ଜିତିଯାଇ ପାରନ୍ତି। ନଚେତ ଆରଜେଡିର ମଜଭୁତ ଜନାଧାର ମୈଥିଲୀଙ୍କ ପରାଜୟର କାରଣ ପାଲଟିପାରେ, ଯାହା ବିହାରରେ ଏନଡିଏ ଲାଗି ଝଟକା ହେବ।

ବିଜେପିରୁ ଅଲିନଗର ଆସନରେ ବିଧାୟକ ଥିବା ମିଶ୍ରି ଲାଲ ଯାଦବଙ୍କୁ ଏକ ମାମଲାରେ ୨ ବର୍ଷ ଦଣ୍ଡ ହୋଇଥିଲା। ଏଣୁ ତାଙ୍କ ବିଧାୟକ ପଦ ସେ ହରାଇଥିବା ବେଳେ ବିଜେପିର ଛବି ଖରାପ ହୋଇଥିଲା। ଏଣୁ ବିଜେପିକୁ ଏହି ଆସନ ହାତେଇବା ଲାଗି ଜଣେ ମଜଭୁତ ଓ ସାଫସୁତରା ଛବିର ପ୍ରାର୍ଥୀ ଆବଶ୍ୟକ ଥିଲା। ଏଥିରେ ମୈଥିଲୀ ବିହାରରେ ବେଶ୍ ପ୍ରସିଦ୍ଧି ଲାଭ କରିଥିବା ବେଳେ ନୂଆ ୟଙ୍ଗ ଫେସ ମଧ୍ୟ ଏଣୁ ବିଜେପି ତାଙ୍କ ଉପରେ ବାଜି ଲଗାଇଛି।

ତେବେ ଏଠାରେ ମୈଥିଲୀଙ୍କୁ ଆରଜେଡିରୁ ଚ୍ୟାଲେଞ୍ଜ ମିଳିବ ବୋଲି ଆକଳନ କରାଯାଉଛି। କାରଣ ଆରଜେଡି ୨୦୧୦ ଓ ୨୦୧୫ରେ ଏହି ଆସନରୁ ନିର୍ବାଚନ ଜିତିଥିଲା। ଏହା ଛଡା ଅଲିନଗରର ମୁସଲମାନ-ଯାଦବ ମେଣ୍ଟ ଆରଜେଡି ସପକ୍ଷରେ ଯାଉଛି ଓ ଏହି ସମୀକରଣ ଆରଜେଡି ପାଇଁ ବେଶ୍ ମଜଭୁତ ମଧ୍ୟ । ଏହାଛଡା ଅଲିନଗରରେ ବିଜେପି ନେତାମାନେ ମୈଥିଲୀଙ୍କୁ ବାହାରର ବୋଲି କହି ବିରୋଧ କରୁଛନ୍ତି ଓ ସ୍ଥାନୀୟ ନେତା ସଞ୍ଜୟ ସିଂହଙ୍କୁ ସମର୍ଥନ କରୁଛନ୍ତି। ଏହା ଛଡା ରାଜନୈତିକ ଅଭିଜ୍ଞତା ନଥିବା ଓ ନୂଆ ଚେହେରା ହୋଇଥିବା ଯୋଗୁ ମଧ୍ୟ ମୈଥିଲୀଙ୍କୁ ନିର୍ବାଚନରେ ସମସ୍ୟା ହୋଇପାରେ ବୋଲି ଅନୁମାନ କରାଯାଉଛି।