ଏକାଥରକେ ୪ ସନ୍ତାନଙ୍କ ପ୍ରସବ, ମା ଓ ଶିଶୁ ସମ୍ପୂର୍ଣ୍ଣ ସୁସ୍ଥ...

NEWS7
ମାସକ-ମଧ୍ୟରେ-ଗୋଟାଏ-ଗାଁରୁ-୩

ନୂଆପଡ଼ା ୦୯।୦୨ : ଏକାଥରକେ ୪ ସନ୍ତାନଙ୍କ ପ୍ରସବ । ନୂଆପଡ଼ା ଜିଲ୍ଲା କୋମନା ବ୍ଲକ କୁରୁମପୁରୀ ପଞ୍ଚାୟତ ଚୌକପଡ଼ା ଗାଁର ଜଣେ ମହିଳା ଏକକାଳୀନ ଚାରିଟି ସନ୍ତାନକୁ ଜନ୍ମ ଦେଇଛନ୍ତି । ଏବେ ମା ଓ ୪ଶିଶୁ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ।

ଗତ ଦୁଇବର୍ଷ ତଳେ ଚୌକପଡ଼ାର ଭୋଜରାଜ ମାଝି ଛତିଶଗଡ଼ ରାଜ୍ୟ ମହାସମୁନ୍ଦ ଜିଲ୍ଲାର ପୁଷ୍ପାଙ୍କୁ ବିବାହ କରିଥିଲେ । ଏ ବର୍ଷ ପୁଷ୍ପା ପ୍ରଥମ ଗର୍ଭବତୀ ହୋଇଥିଲେ । ସେ ପ୍ରସବ ପାଇଁ ମହାସମୁନ୍ଦ ନିଜ ମା ଘରେ ଥିଲେ । ଗତକାଲି ପୁଷ୍ପାଙ୍କୁ ପ୍ରସବ ବେଦନା ହେବାରୁ ମହାସମୁନ୍ଦ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମା ଓ ଶିଶୁ ବିଭାଗରେ ଭର୍ତ୍ତି ହୋଇଥିଲେ । ରାତିରେ ପୁଷ୍ପାଙ୍କୁ ଡାକ୍ତର ଅସ୍ତ୍ରୋପଚାର କରି ୪କନ୍ୟା ସନ୍ତାନ ପ୍ରସବ କରାଇଥିଲେ । ଶିଶୁମାନଙ୍କ ଆବଶ୍ୟକ ଅଧିକ ଚିକିତ୍ସା ପାଇଁ ରାୟପୁର ସରକାରୀ ମେକାହାରା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।