ହାର୍ ମାନି ନାହାନ୍ତି , ଆସନ୍ତାକାଲି ମାଟ୍ରିକ ପରୀକ୍ଷା ଦେବେ ଲକ୍ଷ୍ମୀ ଖେମୁଡୁ

NEWS7
ମାରୁଛି-ମଦ-bada-khabar-01-19-07-2018

ମାଲକାନଗିରି: ଆସନ୍ତା କାଲି ମାଟ୍ରିକ ପରୀକ୍ଷା ଦେବେ ମାଲକାନଗିରି ଜିଲ୍ଲା ଲକ୍ଷ୍ମୀ ଖେମୁଡୁ । ହେଲେ ଆପଣ ଭାବୁ ଥିବେ ଯେ ରାଜ୍ୟର ହଜାର ହଜାର ପିଲା ତ ଆସନ୍ତା କାଲି ମାଟ୍ରିକ ପରୀକ୍ଷା ଦେବେ ହେଲେ ଏଇଠି ଆମେ କେବେଳ ଲକ୍ଷ୍ମୀ ଖେମୁଡୁଙ୍କ କଥା କାହିକି କହୁଛୁ । ହଁ ଏହା ପଛରେ ଏକ କାରଣ ରହିଛି ତାହା ହେଉଛି ଲକ୍ଷ୍ମୀ ଖେମୁଡୁ ଜଣେ ଦିବ୍ୟାଙ୍ଗ ଛାତ୍ରୀ ହେଲେ ସେ ଅନ୍ୟ ମାନଙ୍କ ଠାରୁ ନିଆରା । ହାତରେ ନୁହେଁ ଗୋଡରେ ଲେଖିବେ ଲକ୍ଷ୍ମୀ ଆଉ ଉଚ୍ଚ ଶିକ୍ଷିତା ହୋଇ ଆସିବାସି ପିଲାଙ୍କୁ ପାଠ ପଢାଇବେ ।

ହାତରେ ନୁହେଁ ବରଂ ଗୋଡରେ ଲେଖୁଛନ୍ତି ଲକ୍ଷ୍ମୀ । ଆଖିରେ ଆଖିଏ ସ୍ବପ୍ନ । ହାତ ସିନା ସାଥି ହେଲାନି, କିନ୍ତୁ ଗୋଡ଼ ତ ଅଛି ଚାଲିବି ଚାଲିବି ନ ପଡ଼ିବି ଥକି। ଲକ୍ଷ୍ମୀ ମାଟ୍ରିକ ପରୀକ୍ଷା ଦେବେ। ପରୀକ୍ଷା ଉତ୍ତର ସେ ଗୋଡ଼ରେ ହିଁ ଲେଖିବେ। ଦର୍ଶକବନ୍ଧୁ ଏ ହେଉଛନ୍ତି ମାଲକାନଗିରି ଜିଲ୍ଲା ସିନ୍ଦ୍ରିମାଳ ପଞ୍ଚାୟତ ବନ୍ଧଗୁଡା ଗାଁର ନାରାୟଣ ଖେମୁଡଙ୍କ ଝିଅ ଲକ୍ଷ୍ମୀ ଖେମୁଡୁ । ସିନ୍ଦିମାଳ ପିଏମଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ। ଲକ୍ଷ୍ମୀ ଜନ୍ମରୁ ଦିବ୍ୟାଙ୍ଗ । ହାତଦୁଇଟି ଅଚଳ ଗୋଡ଼ ଦୁଇଟି ବି ଠିକ୍ ଭାବେ କାମ କରେନା ।

Also read: ରାଜ୍ୟସଭା କସରତ, ଚତୁର୍ଥ ଆସନ ହାତେଇବ କିଏ ? ଅଙ୍କ କଷୁଛନ୍ତି ବିଜେପି-ବିଜେଡି

କିନ୍ତୁ ଲକ୍ଷ୍ମୀଙ୍କ ପାଖରେ ରହିଛି ଗିରି ଲଂଘିବାର ଅଦମ୍ୟ ସାହସ। ପାଠ ପଢାରେ ସେ ହାରିଯିବାକୁ ଚାହିଁନାହାନ୍ତି। ହୁଇଲ ଚେୟାରରେ ସେ ପ୍ରତିଦିନ ସ୍କୁଲ ଯାଇଛନ୍ତି, ପାଠ ପଢ଼ିଛନ୍ତି। ଆଉ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଛନ୍ତି। ଛୋଟ ମନରେ ଛୋଟ ଆଶା। ଭଲ ପଢ଼ିବି, ଶିକ୍ଷୟିତ୍ରୀ ହେବି। ଗୋଡ଼ରେ ଲେଖି ଉତ୍ତର ଖାତା ଭରିବି ଆଉ ମାଟ୍ରିକ ପରୀକ୍ଷାରେ ଖୁବ ଭଲ କରିବି ବୋଲି ଆଶା ରଖିଛନ୍ତି।

ଲକ୍ଷ୍ମୀ ଖେମୁଡୁ ବିଦ୍ୟାଳୟର ଜଣେ ସ୍ପେସାଲ ଚାଇଲ୍ଡ। ଅନ୍ୟଛାତ୍ରଛାତ୍ରୀଙ୍କ ସହ ତୁଳନା କଲେ ପାଠ ପଢାରେ ସେ ବେଶ ଆଗୁଆ। ବିଦ୍ୟାଙ୍ଗ ବୋଲି ସେ ନା କେବେ ଅନୁଭବ କରନ୍ତି ନା କରିବାକୁ ଦିଅନ୍ତି। ଏମିତି କୁହନ୍ତି ସ୍କୁଲର ଶିକ୍ଷୟିତ୍ରୀ। ତାଙ୍କୁ ଦେଖିଲେ ଖୁବ ଖୁସି ଲାଗେ ବୋଲି କୁହନ୍ତି। ହାତ ଦୁଇଟି କାମ କରୁନଥିବା ବେଳେ ଗୋଡରେ ଖାଇବା ସହ ସବୁ କାମ ସେ କରନ୍ତି। ଏ ହେଉଛନ୍ତି ତାଙ୍କ ଆଡମିଟ କାର୍ଡ, ଯାହାକୁ ଦେଖି ଲକ୍ଷ୍ମୀ ନିଜ ସ୍ବପ୍ନରେ ଡେଣା ଲଗାଉଛନ୍ତି। ଲକ୍ଷ୍ମୀଙ୍କ ସେଣ୍ଟର ପଡ଼ିଛି ୫ କିଲୋମିଟର ଦୂର ସତୀଗୁଡ଼ା ହାଇସ୍କୁଲରେ। ଜଣେ ଦିବ୍ୟାଙ୍ଗ ଭାବେ ସେ ଚାହିଁଥିଲେ ଘରେ ରହି ପରୀକ୍ଷା ଦେଇପାରିଥାନ୍ତେ, ହେଲେ ଏଥିପାଇଁ ରାଜି ହୋଇନଥିଲେ ଲକ୍ଷ୍ମୀ।

Also read: ୧୦ ବର୍ଷରେ ୫୭୨ ବନ୍ଦୀଙ୍କର ଅକାଳ ମୃତ୍ୟୁ: କଏଦୀଙ୍କୁ କାଳ ସାଜିଛି ମ୍ୟାଲେରିଆ, ହୃଦ୍ରୋଗ, କିଡ୍ନୀ ରୋଗ

ସବୁ ପିଲାଙ୍କ ସହ ମିଶି ସେ ପରୀକ୍ଷା ଦେବେ ବୋଲି କହିଛନ୍ତି। ସେହିପରି ସେ ଚାହିଁଥିଲେ ସ୍କ୍ରାଇବ ନେଇପାରିଥାନ୍ତେ, ତଥାପିବି ଏଥିରେ ସେ ରାଜି ହୋଇନଥିଲେ। କାରଣ ତାଙ୍କୁ ନିଜ ସାମର୍ଥ୍ୟ ପ୍ରମାଣିତ କରିବାର ଥିଲା। ତେବେ ଲକ୍ଷ୍ମୀଙ୍କ ପାଇଁ ତଳେ ବସି ପରୀକ୍ଷା ଦେବା ଲାଗି ବ୍ୟବସ୍ଥା କରାଯାଇଛି। ଏଭଳି ଜଣେ ଛାତ୍ରୀଙ୍କୁ ପାଇଁ ଗୌରବାନ୍ବିତ ମନେ କରିଛନ୍ତି ଶିକ୍ଷୟିତ୍ରୀ। ଆମେତ କହିବୁ ଏଭଳି ଜଣେ ଛାତ୍ରୀ ଅନ୍ୟମାନଙ୍କ ପାଇଁ ଆଦର୍ଶ। ପୂରା ଗାଁ ଚାହିଁ ରହିଛି ଲକ୍ଷ୍ମୀଙ୍କ ଉଜ୍ବଳ ଭବିଷ୍ୟତ ।