LIVE TV

ଦିଲ୍ଲୀ ବିସ୍ଫୋରଣ: ଆଖି ବୁଜିଲେ ଆଉ ଦୁଇ ଆହତ, ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି

NEWS7
ଭୁବନେଶ୍ବର-ଓ-କଟକ-ଲୋକସଭା-ଆସ

ନୂଆଦିଲ୍ଲୀ: ନଭେମ୍ବର ୧୦ ତାରିଖରେ ହୋଇଥିବା ଦିଲ୍ଲୀ ବୋମା ବିସ୍ଫୋରଣରେ ଆହତ ଆଉ ଦୁଇଜଣଙ୍କ ମୃତ୍ୟୁ ହୋଇଯାଇଛି । ଏହା ସହ ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି ବୋଲି ଦିଲ୍ଲୀ ପୋଲିସ ପକ୍ଷରୁ ସୂଚନା ମିଳିଛି । ଦିଲ୍ଲୀର ଏଲଏନଜେପି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଲୁକମାନ ଏବଂ ବିନୟ ପାଠକଙ୍କ ମୃତ୍ୟୁ ଘଟିଛି। ଗତ ଗୁରୁବାର ଜଣେ ଆହତ ବିଲାଲଙ୍କ ମୃତ୍ୟୁ ହେବା ସହିତ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି ପାଇଥିଲା।

ନଭେମ୍ବର ୧୦ ତାରିଖ ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଦିଲ୍ଲୀର ଜନଗହଳିପୂର୍ଣ୍ଣ ଲାଲକିଲ୍ଲା ଅଞ୍ଚଳରେ, ଧୀର ଟ୍ରାଫିକ୍ ମଧ୍ୟରେ ଏକ i-20 କାରରେ ଏକ ବଡ଼ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ଏହା ପାଖରେ ଥିବା କିଛି ଯାନବାହନ ଧ୍ବଂସ ହୋଇଥିଲା ।

ଏହି ବିସ୍ଫୋରଣ ସମଗ୍ର ଦେଶରେ ଆଲୋଡନ ସୃଷ୍ଟି କରିଥିଲା । ପରେ କେନ୍ଦ୍ର ସରକାର ଏହାକୁ ଏକ ଆତଙ୍କବାଦୀ ଆକ୍ରମଣ ବୋଲି ଘୋଷଣା କରିଥିଲେ। ଏନଆଇଏ ଏହି ମାମଲାର ତଦନ୍ତ କରୁଛି

ଏନଆଇ ଏହି ମାମଲାରେ ପ୍ରଥମ ଗିରଫଦାରୀ କରିଛି। ତଦନ୍ତକାରୀ ସଂସ୍ଥା ଆମିର ରଶିଦ ନାମକ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଆମିର ବିରୋଧରେ ଷଡ଼ଯନ୍ତ୍ର ଏବଂ ଆକ୍ରମଣ ଘଟାଇବାର ଅଭିଯୋଗ ରହିଛି। ଗିରଫ ହେବା ପରେ, ଆମିରକୁ ପଟିଆଲା ହାଉସ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ତାକୁ ୧୦ ଦିନ ପାଇଁ ଏନଆଇଏ ହେପାଜତକୁ ପଠାଇଛନ୍ତି। ବିସ୍ଫୋରଣରେ ଜଡିତ i-20 କାର ଅଭିଯୁକ୍ତ ଆମିର ରଶିଦ ନାମରେ ପଞ୍ଜୀକୃତ ହୋଇଥିଲା।