LIVE TV

ଦ୍ୱିତୀୟ ଟି-୨୦ରେ ଅଷ୍ଟ୍ରେଲିଆକୁ ୧୨୬ ରନ୍ ଟାର୍ଗେଟ୍ ଦେଲା ଭାରତ, ଅଭିଷେକଙ୍କ ଅର୍ଦ୍ଧଶତକୀୟ ପାଳି

NEWS7
ବି-ଏସ୍-ଏଫ୍-ଯବାନଙ୍କ-ମୃତ-ଦେହ

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି୨୦ ଅନ୍ତର୍ଜାତୀୟ ସିରିଜର ଦ୍ୱିତୀୟ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡ (MCG)ରେ ଖେଳାଯାଉଛି । ଭାରତ ପ୍ରଥମେ ବ୍ୟାଟିଂ କରି ୧୮.୪ ଓଭରରେ ୧୨୫ ରନରେ ଅଲଆଉଟ୍ ହୋଇଛି । ଅଷ୍ଟ୍ରେଲିଆ ଆଗରେ ୧୨୬ ରନର ଲକ୍ଷ୍ୟ ରହିଛି । ଆଜିର ମ୍ୟାଚରେ କେବଳ ଅଭିଷେକ ଶର୍ମାଙ୍କ ବ୍ୟାଟ୍ ଚାଲିଥିଲା । ସେ ୩୭ ବଲରେ ୬୮ ରନ କରି ଆଉଟ ହୋଇଥିଲେ । ହର୍ଷିତ ରାଣା ୩୫ ରନ୍ କରିଥିଲେ । ତାଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ଛୁଇଁ ପାରି ନଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଜୋଶ ହେଜଲଉଡ୍ ୩ ୱିକେଟ୍ ଏବଂ ଜାଭିୟର ବାର୍ଟଲେଟ୍ ଏବଂ ନାଥନ୍ ଏଲିସ୍ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।