LIVE TV

ପ୍ରଶାନ୍ତ କିଶୋରଙ୍କୁ ନୋଟିସ୍‌ ପଠାଇଲେ ନିର୍ବାଚନ କମିଶନ, ଦୁଇଟି ଭୋଟର ଆଇଡି ଥିବା ନେଇ ୩ଦିନ ମଧ୍ୟରେ ମାଗିଲେ ଜବାବ

NEWS7
ବିଭିନ୍ନ-ଦାବି-ନେଇ-ନବୀନ-ନିବ

ପାଟନା : ବିହାର ବିଧାନସଭା ନିର୍ବାଚନ ମଧ୍ୟରେ ଜନ ସୁରାଜ ପାର୍ଟିର ସୂତ୍ରଧର ପ୍ରଶାନ୍ତ କିଶୋରଙ୍କୁ ନିର୍ବାଚନ କମିଶନ ନୋଟିସ୍‌ ପଠାଇଛନ୍ତି। କମିଶନ ପିକେଙ୍କ ଠାରୁ ଦୁଇଟି ଭୋଟର ଆଇଡି ରଖିବା ମାମଲାରେ ଜବାବ ମାଗିଛନ୍ତି।ପ୍ରଶାନ୍ତ କିଶୋରଙ୍କ ନାଁ ପଶ୍ଚିମବଙ୍ଗ ଓ ବିହାର , ଦୁଇ ରାଜ୍ୟର ଭୋଟର ଲିଷ୍ଟରେ ସାମିଲ ଅଛି। ନିର୍ବାଚନ କମିଶନ ତାଙ୍କୁ ୩ଦିନ ମଧ୍ୟରେ ନିଜର ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରୋହତାସ ଜିଲ୍ଲାର କରଗହର ବିଧାନସଭା ଅଞ୍ଚଳର ନିର୍ବାଚନ ଅଧିକାରୀଙ୍କ ଡିସିଏଲଆର ସାସାରାମଙ୍କ ପକ୍ଷରୁ ମଙ୍ଗଳବାର ଏହି ନୋଟିସ ଜାରି କରାଯାଇଛି।

ନୋଟିସ୍‌ରେ ଲେଖାଯାଇଛି ଯେ, ଏକ ଖବରକାଗଜ ରିପୋର୍ଟ ଅନୁସାରେ ,ପ୍ରଶାନ୍ତ କିଶୋରଙ୍କ ନାଁ ବିହାର ଓ ପଶ୍ଚିମବଙ୍ଗ ଦୁଇ ରାଜ୍ୟର ନିର୍ବାଚନ ତାଲିକାରେ ଉଲ୍ଲେଖ ରହିଛି। ତାଙ୍କର ନାଁ ବିହାରରେ କରଗହର ବିଧାନସଭା ଅଞ୍ଚଳର ଭୋଟର ତାଲିକାରେ ଅଛି, ଯାହାକି ପଶ୍ଚିମବଙ୍ଗର ଭବାନୀପୁର ବିଧାନସଭାରୁ ମଧ୍ୟ ସେ ଭୋଟର ଅଛନ୍ତି।

କମିଶନର କହିବାନୁସାରେ , ଜନପ୍ରତିନିଧି ଆଇନ ଅନୁଯାୟୀ, ଗୋଟିଏରୁ ଅଧିକ ନିର୍ବାଚନ କ୍ଷେତ୍ରରେ କୌଣସି ଜଣେ ବ୍ୟକ୍ତିଙ୍କର ରେଜିଷ୍ଟ୍ରେସନ ହୋଇ ପାରିବ ନାହିଁ। ଏହିସବୁ ନିୟମର ଉଲ୍ଲଂଘନର ସ୍ଥିତିରେ ଆଇନ ଅନୁସାରେ ବର୍ଷକର ଜେଲ୍‌ କିମ୍ୱା ଜୋରିମନା  କିମ୍ୱା ଉଭୟ ସଜା ହୋଇପାରେ। ନିର୍ବାଚନ ଅଧିକାରୀ ପ୍ରଶାନ୍ତ କିଶୋରଙ୍କୁ ତିନି ଦିନ ଭିତରେ ଏହା ଉପରେ ଜବାବ ଆୟୋଗର ସମ୍ମୁଖରେ ଉପସ୍ଥାପିତ କରିବାକୁ କହିଛନ୍ତି।

ଅନ୍ୟପଟେ , ଜନ ସୁରାଜ ପାର୍ଟିର କହିବାନୁସାରେ ପ୍ରଶାନ୍ତ କିଶୋର ଯେବେ ପଶ୍ଚିମବଙ୍ଗରେ ରହୁଥିଲେ , ସେତେବେଳେ ସେ ନିଜ ନାଁ ସେଠାର ଭୋଟର ତାଲିକାରେ ରୁଜୁ କରାଇ ଥିଲେ। ଏବେ ସେ ବିହାରରେ ରହୁଛନ୍ତି ଏବଂ କରହଗରରୁ ତାଙ୍କ ନାଁ ଭୋଟ ଲିଷ୍ଟରେ ଅଛି। ପିକେଙ୍କ ପକ୍ଷରୁ ପୂର୍ବରୁ ହିଁ ପଶ୍ଚିମବଙ୍ଗର ଭୋଟର ତାଲିକାରୁ ନିଜ ନାମ ହଟେଇବାର ଆବେଦନ କରି ଦେଇଛନ୍ତି।