ମହିଳା ଅପରାଧର ୨୦୨୪-୨୫ ବାର୍ଷିକ ରିପୋର୍ଟ, ସବୁଠୁ ଶୀର୍ଷରେ ଘରୋଇ ହିଂସା

NEWS7
ବିଗ୍-ବସ୍-ସିଜିନ୍-୧୩ରେ-ସଲମା

ଭୁବନେଶ୍ୱର ୧୧/୦୨: ମହିଳା ଅପରାଧର ୨୦୨୪-୨୫ ବାର୍ଷିକ ରିପୋର୍ଟ ସାର୍ବଜନୀନ କଲେ ରାଜ୍ୟ ମହିଳା କମିଶନ । ଓଡ଼ିଶା ରାଜ୍ୟ ମହିଳା କମିଶନଙ୍କ ୩୩ତମ ପ୍ରତିଷ୍ଠା ଦିବସରେ ମହିଳା ଆୟୋଗଙ୍କ ପକ୍ଷରୁ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ଅନୁଷ୍ଠିତ । ମୁଖ୍ୟ ଅତିଥି ଭାବରେ ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଅତିଥି ଭାବେ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ସମ୍ପଦ ସ୍ୱାଇଁଙ୍କ ସହ କମିଶନ ଅଧ୍ୟକ୍ଷା ଶୋଭନା ମିଶ୍ର ସାମିଲ ହୋଇଛନ୍ତି ।

୨୦୨୪-୨୫ ଆର୍ଥିକ ବର୍ଷର ସଂଗଠିତ ମହିଳା ଅପରାଧ ନେଇ ରାଜ୍ୟବାସୀଙ୍କ ଆଗରେ ରଖିଲେ ତଥ୍ୟ । ୨୦୨୪-୨୫ଆର୍ଥିକ ବର୍ଷରେ ସମୁଦାୟ ୨୦୬୪ ମହିଳା ଅପରାଧିକ ମାମଲା ରୁଜୁ ହୋଇଛି । ସେଥିମଧ୍ୟରୁ ୧୮୭୯ଟି ମାମଲା ସମାଧାନ କରିବାରେ ସଫଳ ହୋଇଛନ୍ତି ମହିଳା କମିଶନ । ମହିଳା ଅପରାଧର ସବୁଠାରୁ ଶୀର୍ଷରେ ରହିଛି ଘରୋଇ ହିଂସା । ୮୫୨ ମାମଲା ମହିଳା କମିଶନଙ୍କ ନିକଟରେ ରୁଜୁ ହୋଇଛି। ଯୌତୁକ ଜନିତ ନିର୍ଯ୍ୟାତନା ଓ ପରିତ୍ୟାଗ ମାମଲା ୬୭୫ଟି ରୁଜୁ ହୋଇଥିବା ବେଳେ ସମାଧାନ ହୋଇ ପାରିଛି ୫୮୧ଟି । ରାଜ୍ୟରେ ସର୍ବମୋଟ ମହିଳା ଅଧିକାର ଉଲଂଘନ ହୋଇଛି ୧୮୨ଟି। ଅଶୋଭନୀୟ ଆଚରଣ ପ୍ରଦର୍ଶନ କ୍ଷେତ୍ରରେ ୧୩୭ ।

​​​​​​​

ଯୌତୁକ ଜନିତ ହତ୍ୟା ୧୨, ସନ୍ଧେହ ଜନକ ମୃତ୍ୟୁ ୧୪,ଦୁଷ୍କର୍ମ ୨୪, ମିଥ୍ୟା ପ୍ରତିଶୃତି ଦେଇ ବିବାହ ସହ ପ୍ରତାରଣା ୩୦, ଅପହରଣ ୨୮, ଜମି ବିବାଦରୁ ମହିଳା ହିଂସା ୪୮, କର୍ମ କ୍ଷେତ୍ରରେ ନିର୍ଯାତନା ୨୫, ମହିଳାଙ୍କୁ ଖରାପ ବ୍ୟବହାର ୫ ସହ ଅନ୍ୟାନ୍ୟ ମହିଳାଙ୍କ ଉପରେ ହୋଇଥିବା ହିଂସା ୩୩ଟି ମହିଳା କମିଶନଙ୍କ ପାଖରେ ରୁଜୁ ହୋଇଥିବା ବେଳେ ସାଇବର ଅପରାଧ କ୍ଷେତ୍ରରେ ଶୂନ୍ୟ ରହିଛି ।

ମହିଳା ହିଂସାରେ ସବୁଠୁ ଆଗରେ ଭୁବନେଶ୍ୱର ରହିଛି । ବର୍ଷକ ମଧ୍ୟରେ ୨୯୮ଟି ମାମଲା ରୁଜୁ ହୋଇଛି। ତାପରକୁ କଟକ ୨୧୪, ଖୋର୍ଦ୍ଧା ୨୧୦, ପୁରୀ ୧୮୧, ଗଞ୍ଜାମ ୧୨୦, ଭଦ୍ରକ ୧୧୩ ସହ ଯାଜପୁରରେ ୧୦୩ଟି ମାମଲା ମହିଳା କମିଶନଙ୍କ ନିକଟରେ ପଞ୍ଜୀକୃତ ହୋଇଛି ।

also read...ମାମାଲି ଖୋଲିଲେ ଦିନେଶ ଗୁମର: ଲିଜା ପ୍ରେମରେ ଅନ୍ଧ ହେଲା, ମୋତେ ପଚାରିଲାନି