ଭଡ଼ାଘର ଭିତରେ ମୃତଦେହ, ଚାଲିଛି ସନ୍ଦେହଜନକ ମୃତ୍ୟୁ ପଛର ରହସ୍ୟ ଖୋଜା

NEWS7
ବାଲେଶ୍ୱର-ସହରର-୨୬ଟି-ସ୍ଥାନ

ଦିଗପହଣ୍ଡି ୧୨।୩: ବ୍ୟା ବରିଷ୍ଠ କିରାଣୀ । ସିକ୍ୟୁରିଟି ଗାର୍ଡଙ୍କ ଘରେ ଭଡ଼ାରେ ରହୁଥିଲେ । ଭଡ଼ା ଘରେ କ’ଣ ହେଲା ? କାମର ଚାପ ନା ଏହା ପଛରେ ଆଉ କ’ଣ ରହସ୍ୟ । ସନ୍ଦେହଜନକ ଅବସ୍ଥାରେ ମିଳିଲା ମୃତଦେହ । ଆତ୍ମହତ୍ୟା କରିଛନ୍ତି ନା ଏହା ଏକ ହତ୍ୟାକାଣ୍ଡ ତାହା ସନ୍ଦେହଘେରରେ । ଷ୍ଟେଟ୍ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ମିଳିବା ପରେ ସସ୍ପେନ୍ସ ଲାଗିରହିଛି । ପୋଲିସ ପହଞ୍ଚି ଜବତ କରିଛି ମୃତଦେହ ।

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସ୍ଥିତ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଜଣେ ବରିଷ୍ଠ କିରାଣୀଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି । ମୃତକ ଜଣକ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରର ଗୌରବ ମାରାଣ୍ଡି । ଗୌରବ ଦିଗପହଣ୍ଡି ପୁଞ୍ଜିକଂୟା ଛକ ମେନ୍ ରୋଡ଼ରେ ବ୍ୟାଙ୍କ ସିକ୍ୟୁରିଟି ଗାର୍ଡ ବାଳକୃଷ୍ଣ ଦୋରାଙ୍କ ଘରର ଦ୍ୱିତୀୟ ମହଲାରେ ଭଡ଼ାରେ ରହୁଥିଲେ । ତେବେ ଗୁରୁବାର ତାଙ୍କର ଆକସ୍ମିକ ମୃତ୍ୟୁ ହୋଇଥିବା ଜଣାପଡିଥିଲା । ସ୍ଥାନୀୟ ଲୋକ ଏ ନେଇ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଅଧିକ ତଦନ୍ତ ଆରମ୍ଭ କରିଛି । ତେବେ ତାଙ୍କ ମୃତ୍ୟୁ ପଛରେ କ’ଣ ରହସ୍ୟ ରହିଛି ତାକୁ ଖୋଜି ବାହାର କରିବାକୁ ପ୍ରୟାସ ଜାରି ରଖିଛି ପୋଲିସ ।