Live Live
LIVE

ସବୁ ଦେଶରେ ଇରାନର ସ୍ଲିପର୍ ସେଲ୍, ଓ୍ୱାଶିଂଟନରେ ହୋଇପାରେ ଆକ୍ରମଣ ! FBI ସତର୍କ

NEWS7
ପ୍ରେମ-ପାଇଁ-ପ୍ରାଣ-ଗଲା

ନୂଆଦିଲ୍ଲୀ, ୧୦ /୦୩: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ସରୁନି । ଦିନକୁ ଦିନ ଅଧିକ ଭୟଙ୍କର ହେବାରେ ଲାଗିଛି । ଇରାନରେ ଘନ ଘନ ମିସାଇଲ ମାଡ଼ କରୁଛନ୍ତି ଆମେରିକା ଏବଂ ଇସ୍ରାଏଲ । ଇରାନ ମଧ୍ୟ କାଉଣ୍ଟର ଦେଉଛି । ଏବେ ସମ୍ମୁଖ ଯୁଦ୍ଧ ସହ ଗରିଲା ଯୁଦ୍ଧକୁ ଇରାନ ବେଶି ଫୋକସ କରୁଛି । ନିଜର ସ୍ଲିପର୍ ସେଲକୁ ଆକ୍ଟିଭ୍ କରିଛି ତେହେରାନ୍ । ଏକ ଗୁପ୍ତ ମେସେଜରୁ ଏନେଇ ଖୁଲାସା ହୋଇଛି ।

ଗୁପ୍ତ ମେସେଜ ଅନୁସାରେ, ଇରାନ ବିଭିନ୍ନ ଦେଶକୁ ନିଜର ସ୍ଲିପର୍ ସେଲ୍ ପଠାଇଛି । ବିଦେଶରେ ସମସ୍ତ ସ୍ଲିପର୍ ସେଲଙ୍କୁ ଆକ୍ଟିଭ୍ କରାଯାଇଛି । ସର୍ବୋଚ୍ଚ ନେତା ଅୟତୁଲ୍ଲାହ ଖାମେନିଙ୍କ ମୃତ୍ୟୁ ପରେ ଏହି ମେସେଜ ଆମେରିକାର ସୁରକ୍ଷା ଅଧିକାରୀ ପାଇଥିଲେ । ଏହାକୁ ଡିକୋଡ୍ କରଯିବା ପରେ ସ୍ଲିପର୍ ସେଲ୍ ବାବଦରେ ତଥ୍ୟ ମିଳିଛି ।

ଏହି ଖବରଟି ପଢନ୍ତୁ... 

ଏହି ଗୋପନୀୟ ମେସେଜକୁ କ୍ଲାନଡେଷ୍ଟାଇନ୍ ରିସିପାଣ୍ଟସ୍ ପ୍ରକ୍ରିୟାରେ ପଠାଯାଇଛି । ଯେଉଁଥିରେ ଇଣ୍ଟରନେଟ୍ କିମ୍ବା ମୋବାଇଲ୍ ନେଟଓ୍ୱର୍କକୁ ବ୍ୟବହାର କରାଯାଏ ନାହିଁ । ଏହାକୁ ଡିକୋଡ୍ କରିବା ସହଜ ନୁହେଁ । ତେବେ ଡିକୋଡ୍ କରାଯିବା ପରେ ଇରାନ କିଛି ବଡ ଧରଣର ଚାଲ୍ ଚଲାଇଥିବା ନେଇ ସୂଚନା ମିଳିଛି । ଇରାନ ବାହାରେ ଅନେକ ଦେଶକୁ ଏହି ମେସେଜ୍ ପଠାଯାଇଛି ।

ଏବେସୁଦ୍ଧା ଗୋପନୀୟ ମେସେଜ ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ମିଳିପାରି ନାହିଁ । କିନ୍ତୁ ହଠାତ ବିଭିନ୍ନ ଦେଶରେ ଏକ ନୂଆ କରି ଗଢି ଉଠିଥିବା ରେଡିଓ ଷ୍ଟେସନର ମେସେଜ୍ କୁ ନେଇ ଆମେରିକା ହାଇ ଆଲର୍ଟରେ ରହିଛି । କୌଣସି ଗୋଟିଏ ସ୍ଥାନରେ ବିପଦ କିମ୍ବା କିଛି ଅଘଟଣ ନେଇ ସ୍ପଷ୍ଟ ହୋଇନାହିଁ । ତଥାପି ସୁରକ୍ଷାକର୍ମୀଙ୍କୁ ଦେଶ ବାହାରୁ ଆସୁଥିବା ରେଡିଓ ଫ୍ରିକଓ୍ୱେନସି ସିଗନାଲ ଉପରେ ନଜର ରଖିବାକୁ କୁହାଯାଇଛି ।

ଖାମେନିଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ଇରାନ ଅନାଇ ବସିଛି । ଏଥିପାଇଁ ସମସ୍ତ ଅସ୍ତ୍ର ପ୍ରୟୋଗ କରିପାରେ ତେହେରାନ । ଯାହାକୁ ନେଇ ଆମେରିକା ଚିନ୍ତିତ ରହିଛି । ଏଫବିଆଇ ନିର୍ଦ୍ଦେଶକ କାସ୍ ପଟେଲ୍ କହିଛନ୍ତି ଯେ, ଖାମେନିଙ୍କୁ ହତ୍ୟା କରାଯିବା ପରେ ୟୁଏସ ହାଇ ଆଲର୍ଟରେ ରହିଛି । ଆତଙ୍କବାଦୀ ନିରୋଧୀ ସ୍କ୍ୱାଡକୁ ସତର୍କ ରହିବାକୁ କୁହାଯାଇଛି ।

ନିକଟରେ ୟୁଏସ୍ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକାର ବିଭିନ୍ନ ସହରରେ ଇରାନ ତରଫରୁ ଆକ୍ରମଣ ଯୋଜନା ବାବଦରେ ପ୍ରଶ୍ନ କରାଯାଇଥିଲା । ଯାହାର ଉତ୍ତରରେ ସେ ଏବାବଦରେ ଅବଗତ ଥିବା କହିଥିଲେ । ସେମାନେ ଏପରି କିଛି ଆଶା କରୁଛନ୍ତି । କିଛି ବ୍ୟକ୍ତି ମୃତ୍ୟୁବରଣ କରିବେ ବୋଲି ସେ ଆଗରୁ କହିଥିଲେ । ଏବେବି ସମାନ କଥା କହୁଛନ୍ତି । ତେବେ କିଛି ଅସୁବିଧା ହେଲେ ୟୁଏସ ଖାସ୍ ଯୋଜନା ପ୍ରସ୍ତୁତ କରିଛି ବୋଲି ଟ୍ରମ୍ପ୍ ପ୍ରକାଶ କରିଥିଲେ ।