ଗଞ୍ଜାମ ଜିଲ୍ଲା ବିଜେଡି ସଂଗଠନ ବିଷୟରେ ନବୀନ ନିବାସରେ ଆଲୋଚନା, ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରସ୍ତୁତି ଆଗେଇନେବାକୁ ସଭାପତିଙ୍କ ପରାମର୍ଶ

NEWS7
ପ୍ରସିଦ୍ଧ-ଫିଲ୍ମ-ଅଭିନେତ୍ରୀ

ଭୁବନେଶ୍ୱର: ନବୀନ ନିବାସରେ ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ଜିଲ୍ଲାରେ ଦଳର ସାଂଗଠନିକ ସ୍ଥିତି, ଚାଷୀ ସମସ୍ୟା ଓ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଛନ୍ତି ଗଞ୍ଜାମ ବିଜେଡି ନେତା। ଏହି ବୈଠକରେ ଜିଲ୍ଲାରେ ଦଳର ସାଂଗଠନିକ କାର୍ଯ୍ୟକୁ ଆହୁରି ବ୍ୟାପକ କରିବା ପାଇଁ ନବୀନ ପଟ୍ଟନାୟକ ପରାମର୍ଶ ଦେଇଥିଲେ।

ଏହାସହ ନବ ଘୋଷିତ ପୌର ପରିଷଦ ମଧ୍ୟରୁ ଗଞ୍ଜାମ ଜିଲ୍ଲାରେ ସାତଟି ULBରେ ପ୍ରଥମ ଥର ନିର୍ବାଚନ ହେବ। ତା’ ସହିତ ପଞ୍ଚାୟତ ନିର୍ବାଚନ ମଧ୍ୟ ପାଖେଇଆସିଲାଣି । ତେଣୁ ଏବେଠୁ ଜିଲ୍ଲା ସ୍ତରରେ ପ୍ରସ୍ତୁତି ଆରମ୍ଭ କରିବା ଉପରେ ମଧ୍ୟ ଗୁରୁତ୍ୱ ଆରୋପ କରିଛନ୍ତି ଦଳର ସଭାପତି।

ସେହିଭଳି ନିକଟରେ ମଣ୍ଡିମାନଙ୍କରେ ଚାଷୀ ଭୋଗୁଥିବା ଅସୁବିଧା ବିଷୟରେ ବିରୋଧୀ ଦଳ ନେତା ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିବାରୁ ଗଞ୍ଜାମର ନେତାମାନେ ନୀବନଙ୍କୁ ଧନ୍ୟବାଦ ଜଣାଇଥିଲେ। ବୈଠକରେ ନବ ନିଯୁକ୍ତ କାର୍ଯ୍ୟକାରୀ ସଭାପତି ଦ୍ବୟ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଓ ଭଗବାନ ପ୍ରତିହାରୀ , ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ, ଭୃଗୁ ବକ୍ସିପାତ୍ର, ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଶ୍ରୀକାନ୍ତ ସାହୁ ଓ ରଂଜିତା ସାହୁଙ୍କ ସମେତ ଗଞ୍ଜାମ ଜିଲ୍ଲାର ୧୩ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ନେତାମାନେ ଉପସ୍ଥିତ ଥିଲେ।