ବିହାର ବିଧାନସଭାରେ ଉଠିଲା ସାମ୍ବାଦିକଙ୍କ ପେନସନ ପ୍ରସଙ୍ଗ, ଜାଣନ୍ତୁ ସରକାର କହିଲେ କ’ଣ?

NEWS7
ପୁରୀରେ-ପହଞ୍ଚିଲା-ସ୍ବର୍ଣ୍ଣ

ପାଟନା ୧୬।୨: ବିହାରରେ ସାମ୍ବାଦିକଙ୍କୁ ପେନସନ ଦେବା ପ୍ରସଙ୍ଗ ସୋମବାର ବିଧାନସଭାରେ ଉଠିଛି। ବିଧାୟକ ଅଜୟ କୁମାରଙ୍କ ଦ୍ୱାରା ପଚରା ଯାଇଥିବା ପ୍ରଶ୍ନର ଜବାବରେ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ବିଜୟ ଚୌଧୁରୀ କହିଛନ୍ତି ଯେ ଅନ୍ୟ ରାଜ୍ୟଙ୍କ ଭଳି ବିହାରରେ ସାମ୍ବାଦିକଙ୍କ ଲାଗି ‘ପତ୍ରକାର ପେନସନ ଯୋଜନା’ ଅଛି, ଏଥିରେ ୨୦ ବର୍ଷ ସେବା ଅବଧି ସମାପ୍ତ କରିଥିବା ସାମ୍ବାଦିକଙ୍କୁ ପେନସନ ଦିଆଯିବ। ସେ କହିଛନ୍ତି ଯେ ସାମ୍ବାଦିକଙ୍କ ଲାଗି ଫ୍ୟାମିଲି ପେନସନ ଯୋଜନା ମଧ୍ୟ ବିହାରରେ କାର୍ଯ୍ୟକାରୀ ହେଉଛି, ଯାହା ଦେଶର ଅନ୍ୟ କୌଣସି ରାଜ୍ୟରେ ନାହିଁ। ତେବେ ଯୋଜନାର ଲାଭ ନେବା ନିମନ୍ତେ ସର୍ବନିମ୍ନ ସେବା ସର୍ତ୍ତ ପାଳନ କରିବାକୁ ହେବ।

ବିଜୟ ଚୌଧୁରୀ କହିଛନ୍ତି ଯେ ଏହା ସ୍ପଷ୍ଟ ଯେ ପେନସନ ବ୍ୟବସ୍ଥା କେବଳ ବିହାର ପର୍ଯ୍ୟନ୍ତ ସୀମିତ ନାହିଁ। ଦେଶର ଅନେକ ରାଜ୍ୟ ସାମ୍ବାଦିକଙ୍କ ନିମନ୍ତେ ପେନସନ ଲାଗୁ କରିଛନ୍ତି। ହେଲେ ସବୁ ରାଜ୍ୟଙ୍କ ନିୟମ ପାଖାପାଖି ଏକାଭଳି। ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ଦୀର୍ଘ ସମୟ ଧରି ମିଡିଆ ଜଗତରେ ନିଜର ସେବା ଦେଇଥିବା ସାମ୍ବାଦିକଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରିବା। ସାମ୍ବାଦିକ ପେନସନ ଯୋଜନାରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ପୃକ୍ତ ସାମ୍ବାଦିକଙ୍କର ଅନୁନ୍ୟ ୨୦ ବର୍ଷର କାର୍ଯ୍ୟ ଅଭିଜ୍ଞତା ଥିବା ଦରକାର। ଏହି ନିୟମ ପାଖାପାଖି ସବୁ ରାଜ୍ୟରେ ରହିଛି। ଏହାକୁ ଯୋଜନାର ମୂଳ ଆଧାର ରୂପେ ଧରାଯାଉଛି।

ପେନସନ ଲାଗି ଆବେଦନ କରୁଥିବା ସାମ୍ବାଦିକଙ୍କୁ ତାଙ୍କ ସେବା ଅବଧିର ପ୍ରମାଣ ମଧ୍ୟ ଦେବାକୁ ହୋଇଥାଏ। ଏଥି ପାଇଁ ଭବିଷ୍ୟନିଧି ଓ ଟିଡିଏସ୍ ଭଳି କାଗଜପତ୍ରକୁ ପ୍ରମାଣ ରୂପେ ଦେଖାଯାଏ। ଏହି କାଗଜପତ୍ରରୁ ଏହା ପ୍ରମାଣିତ ହୋଇଥାଏ ସମ୍ପୃକ୍ତ ସାମ୍ବାଦିକ କୌଣସି ସଂସ୍ଥା ସହିତ ନିୟମିତ ରୂପେ କାର୍ଯ୍ୟରତ ଥିଲେ ଓ ତାଙ୍କ ସେବା ବାସ୍ତବିକ ଓ ପ୍ରାମାଣିକ। ତେବେ ଏହି କାଗଜପତ୍ର କେବଳ ସେବା ପୁଷ୍ଟି କରିବା ପାଇଁ। ତେବେ ପେନସନ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ସର୍ତ୍ତ ୨୦ ବର୍ଷ ସେବା ହିଁ ରହିଛି।

ଏହା ବି ପଢନ୍ତୁ :-JEE-2026 ନାଁରେ ନକଲି ଓ୍ୱେବସାଇଟ୍ : ରେଜଲ୍ଟ ଦେଖିବା ସମୟରେ ରୁହନ୍ତୁ ସତର୍କ, ନଚେତ...