LIVE TV

ନୂଆପଡ଼ା ଉପନିର୍ବାଚନକୁ ନେଇ ବିଜେପି ଉପରେ ବର୍ଷିଲା କଂଗ୍ରେସ: ‘ଦଳକୁ ବଦନାମ କରିବାକୁ ବିଜେପି କରୁଛି ଉଦ୍ୟମ’

NEWS7
ପଞ୍ଚମ-ଶ୍ରେଣୀ-ଛାତ୍ରୀଙ୍କୁ

ଭୁବନେଶ୍ବର: ନୂଆପଡ଼ା ଉପନିର୍ବାଚନ ପ୍ରଚାର ସହ ଆରମ୍ଭ ହୋଇଛି ରାଜନୀତିକ ବୟାନବାଜି। ଏହାରି ମଧ୍ୟରେ ରବିବାର କଂଗ୍ରେସ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପିକୁ ଟାର୍ଗେଟ କରିଛି। କଂଗ୍ରେସ କହିଛି ‘‘ ନୂଆପଡ଼ାରେ ଘାସିରାମ ମାଝୀ ବିଜୟୀ ପ୍ରାର୍ଥୀ। ତେଣୁ କଂଗ୍ରେସକୁ ବଦନାମ କରିବାକୁ ବିଜେପି ଚେଷ୍ଟା କରୁଛି।’’ ବୋଲି ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ଆଣିଛନ୍ତି କଂଗ୍ରେସ ମୁଖପାତ୍ର ସୋନାଲି ସାହୁ ଏବଂ ମଧୁସ୍ମିତା ଆଚାର୍ଯ୍ୟ।

ସେ ଆହୁରି କହିଛନ୍ତି ‘‘ଟିଟିଲାଗଡ଼ ଆରପିଏଫ ପୋଲିସ ୯୦ ଲକ୍ଷ ଟଙ୍କା ଧରିଥିବା ସୂଚନା ଆସିଲା। କେସିଙ୍ଗା ଟିଟଲାଗଡ଼ ରେଲୱେ ଷ୍ଟେସନ ମଧ୍ୟରେ ଦୁଇଜଣଙ୍କୁ ଧରିଲା ଆରପିଏଫ। ସେମାନଙ୍କ ଠାରୁ ୭୦ ଲକ୍ଷ ଟଙ୍କା ଜବତ ଥିବା ପୋଲିସ ପକ୍ଷରୁ ସୂଚନା ଦିଆଗଲା। ଦୁଇ ଜଣ ବ୍ୟକ୍ତି ହେଉଛି ବିହାର ଉମେଶ ପ୍ରଶାଦ, ଝାଡ଼ଖଣ୍ଡ ପ୍ରଭାତ କୁମାର ସାହୁ ବୋଲି ଜଣା ପଡ଼ିଛି। ନୂଆପଡ଼ା ଉପନିର୍ବାଚନ ଚାଲିଥିବା ବେଳେ ଏତେ ଟଙ୍କା କିଏ ଓ କେଉଁଠୁ ଓ କାହିଁକି ଆଣିଥିଲା ସେ କଥାର ତଦନ୍ତ ହେବାର ଆବଶ୍ୟକତା ଥିଲା । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ନିର୍ବାଚନ କମିଶନ ଏଘଟଣାର ତଦନ୍ତ ପାଇଁ ନିର୍ଦେଶ ଦେଇ ନାହାନ୍ତି ବା କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି।’’

‘‘ଏକ ନିର୍ଦ୍ଦିଷ୍ଟ ଓ୍ବବପୋଟାଲ୍ ଜରିଆରେ କଂଗ୍ରେସକୁ ବଦନାମ କରିବାକୁ ଉଦ୍ୟମ କରାଯାଉଛି। କଂଗ୍ରେସ ହେଉଛି ତ୍ୟାଗ ଓ ତପସ୍ୟାର ଦଳ। ନିର୍ବାଚନ କମିଶନ କଣ କରୁଛନ୍ତି ? ଏ ଟଙ୍କା ଭାରତୀୟ ଜନତା ପାର୍ଟିର। କଂଗ୍ରେସକୁ ବଦନାମ କରିବାକୁ ସରକାରୀ ଦଳ ଓ ଭାରତୀୟ ଜନତା ପାର୍ଟି ଷଡ଼ଯନ୍ତ୍ର କରୁଛି । ଏହି ହୀନ ରାଜନୀତି ଠାରୁ ଦୁରେଇ ରହୁ ବିଜେପି। ଇଲୋକଟ୍ରାଲ ବଣ୍ଡ ମାଧ୍ୟମରେ କିଏ କେତେ ଟଙ୍କା ନେଉଛି ସେଇଟା ସମସ୍ତେ ଜାଣିଛନ୍ତି।’’ ବୋଲି କହିଛନ୍ତି ଦଳୀୟ ମୁଖପାତ୍ର।